୩୫ ବର୍ଷରେ ଗୀତା ବାସ୍ରା

Published: Mar 13, 2019, 4:57 pm IST
geeta birsa's 35th birthday

ବଲିଉଡ୍‌ ଅଭିନେତା ତଥା ଭାରତୀୟ କ୍ରିକେଟିଅର ହରଭଜନ୍‌ ସିଂହଙ୍କ ପତ୍ନୀ ଗୀତା ବାସ୍ରାଙ୍କର ଆଜି ହେଉଛି ୩୫ତମ ଜନ୍ମଦିବସ। ୧୯୮୪ ମାର୍ଚ୍ଚ ୧୩ ତାରିଖରେ ଇଂଲଣ୍ଡରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ଇଂଲଣ୍ଡରେ ପାଠ ପଢା ସାରି ସେ ଭାରତକୁ ଫେରିଥିଲେ। ପ୍ରଥମରୁ ସେ ୪-୫ ବର୍ଷ ପର୍ଯ୍ୟନ୍ତ ଥିଏଟରରେ ଶିକ୍ଷାଲାଭ କରିବାପରେ ମୁମ୍ବାଇର ଏକ ଆକ୍ଟିଂ ସ୍କୁଲରେ ଅଭିନୟ  ଶିଖିଥିଲେ। ପରେ ବଲିଉଡ୍‌ରେ ବ୍ରେକ୍‌ ପାଇଥିଲେ। ଗୀତା ବଲିଉଡ୍‌କୁ ଆସିବା ପୂର୍ବରୁ ଜଣେ ଭଲ ମଡେଲ୍‌ ଭାବରେ ନିଜର ପରିଚୟ ତିଆରି କରିପାରିଥିଲେ। ସେ ପ୍ରଥମେ ଇମ୍ରାନ ହାସ୍‌ମୀଙ୍କ ସହ ‘ଦିଲ୍‌ ଦିୟା ହୈ’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମରେ ବେଶ୍‌ ହଟ୍‌ ଅନ୍ଦାଜ୍‌ରେ ନଜର ଆସିଥିଲେ ଗୀତା। ‘ଦ ଟ୍ରେନ୍‌’ ଫିଲ୍ମରେ ଇମ୍ରାନ୍‌ଙ୍କ ସହ ତାଙ୍କର କିସିଂ ଓ ବୋଲ୍ଡ ସିନ୍‌ ବେଶ୍‌ ଚର୍ଚ୍ଚାରେ ରହିଥିଲା। ତେବେ ବଲିଉଡ୍‌ରେ ଏହି ଅଭିନେତ୍ରୀଙ୍କର ଜଲ୍‌ଓ୍ବା ବେଶିଦିନ ଚାଲିପାରିଲା ନାହିଁ । ୨୦୧୫ରେ ସେ କ୍ରିକେଟ ଖେଳାଳି ହରଭଜନ୍‌ ସିଂହଙ୍କୁ ବିବାହ କଲେ ଏବଂ ତାଙ୍କର ଝିଅଟିଏ ମଧ୍ୟ ଅଛି। ବିବାହ ପରେ ତାଙ୍କୁ ପଞ୍ଜାବୀ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ଏହି ଅଭିନେତ୍ରୀ ଜଣକ ସୋସିଆଲ୍‌ ସାଇଟ୍‌ରେ ବେଶ୍‌ ସକ୍ରିୟ।

Related posts