ରାଜ୍ୟରୁ ଆଜି 6 ଜଣଙ୍କ ଜୀବନ ନେଲା କରୋନା : ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି

Published: Jul 13, 2020, 10:23 am IST

ଭୁବନେଶ୍ବରୁ : ଆଜି ରାଜ୍ୟରୁ 6ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ 4 ଜଣଙ୍କ ଜୀବନ ଯାଇଥିବାବେଳ କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ଆଜି 4ଜଣଙ୍କ ଜୀବନ ଯାଇଛନ୍ତି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 45, 63, 72, 49 ରହିଛି ।

ଭୁବନେଶ୍ୱରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ବୟସ 67 ବର୍ଷ ।  ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। କିନ୍ତୁ କଟକରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମାତ୍ର 40 ବର୍ଷ ବୋଲି ସୂଚନା ରହିଛି ।

ଗଞ୍ଜାମରେ ସର୍ବାଧିକ ମୃତ୍ୟୁ 43କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା10କୁ ବୃଦ୍ଧି ହୋଇଛି । ସେହିପରି କଟକରେ 7 ଜଣଙ୍କ  କରୋନା ଜନିତ ମୃତ୍ୟୁ ହୋଇଛି ।

 

Related posts