ଆଜି କଟକରୁ 27 ଆକ୍ରାନ୍ତ ଚିହ୍ନଟ

Published: Jul 14, 2020, 3:07 pm IST

କଟକ : ଆଜି କଟକ ସହରରୁ 27 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 27 ଆକ୍ରାନ୍ତଙ୍କ ମଧ୍ୟରା 20 ଜଣ ଇନ୍‌ଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳ 4 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌  ଓ 3 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ରହିଛି ।

ଲୋକାଲ୍‌ ତିନିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରୁ2 ଟି ପୁରୁଣା ରାଉସା ପାଟଣାର ଓ ଗୋଟିଏ ଜୋବ୍ରାର ମୁରାଦ ଖାନ୍ ପାଟନା ଅଞ୍ଚଳରବୋଲି ସୂଚନା ରହିଛି ।

ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ମଧ୍ୟରୁ, ତିନି ଜଣ ଗୌଡ଼ସାହିର ପ୍ରତାପ ନଗରୀ ଅଞ୍ଚଳର। ଅନ୍ୟ ଜଣେ ଶଙ୍କରପୁରର ମଙ୍ଗଳା ଲେନ୍‌ର।

ସେହିପରି ସରକାରୀ କ୍ୱାରେଣ୍ଟାଇନ୍‌ ଚିହ୍ନଟ ହୋଇଥିବା 20 ଜଣଙ୍କ ମଧ୍ୟରୁ 17 ଜଣ  ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର ରୋଗୀ ଓ ଆଟେଣ୍ଡାଣ୍ଟ। ଏହି 17ଜଣଙ୍କ 12 ଜଣ ପୁରୁଷ ଥିବାବେଳେ 5 ଜଣ ମହିଳା ରହିଛନ୍ତି । ଅନ୍ୟ ତିନି ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି।

Image

ନୂତନ 27କୁ କେସ୍‌କୁ ମିଶାଇ କଟକ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 291ରେ ପହଞ୍ଚିଛି । 134 ଜଣ ସୁ୍ସ୍ଥ ହୋଇଥିବାବେଳେ 7ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କଟକ ସହରରେ 150ଟି ସକ୍ରିୟ ମାମଲା ରହିଛି ।

Related posts