Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବ୍ଲକ ପ୍ରଶାସନର ଖାମଖିଆଲୀ ନୀତି : ବ୍ଲକ କାର୍ଯ୍ୟାଳୟର ଅଳିଆ ଗଦାରେ ଆବାସ ଯୋଜନା ଫର୍ମ
ଆଜିର ଖବର

ଚିଲିକା ବ୍ଲକ ପ୍ରଶାସନର ଖାମଖିଆଲୀ ନୀତି : ବ୍ଲକ କାର୍ଯ୍ୟାଳୟର ଅଳିଆ ଗଦାରେ ଆବାସ ଯୋଜନା ଫର୍ମ

July 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଗରିବ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ଅନେକଗୁଡିଏ ଯୋଜନା ପ୍ରଣୟନ କରିଛନ୍ତି । ଗରିବଙ୍କ ପାଇଁ ରାସନ କାର୍ଡ ସହ ଆବାସ ଯୋଜନା ପରି ଅନେକଗୁଡିଏ ଯୋଜନା ଆଦି କରାଯାଇଛି । ଯୋଗ୍ୟ ହିତାଧିକାରୀ ଆବେଦନ କରି ଏହି ଯୋଜନା ପାଇବାକୁ ହକଦାର ହେଉଛନ୍ତି । କିନ୍ତୁ ଅନେକ ସମୟରେ ସରକାରୀ ଯୋଜନାରେ ଦୁର୍ନୀତି ଦେଖିବାକୁ ମିଳୁଛି । କେଉଁଠି ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାମାନ ମିଳୁଥିବାବେଳେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ଅଫିସ୍‌ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି । ଆଉ କେଉଁଠି ହିତାଧିକାରୀଙ୍କ ଫର୍ମଗୁଡିକୁ ଅଳିଆଗଦାରେ ପକାଉ ଦେଉଛନ୍ତି ।  ଠିକ୍‌ ଏହିପରି ଏକ ଘଟଣା ଚିଲିକା ବ୍ଲକରେ ଦେଖିବାକୁ ମିଳିଛି । ଏଠାରେ ବ୍ଳକ କାର୍ଯ୍ୟାଳୟରେ ହିତାଧିକାରୀଙ୍କ  ଆବେଦନ ପତ୍ରଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା ।

ମିଳିଥିବା ସୂଚନା ଅନୁସାରେ କୌଣସି ଏକ କାମ ପାଇଁ 4 ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ ଓ କୁମାଣ୍ଡଳ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବ୍ଲକକୁ ଯାଇଥିବାବେଳେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ 40ରୁ ଉର୍ଦ୍ଧ୍ବ ଆବାସ ଯୋଜନା ଫର୍ମ ଓ ରାସନ କାର୍ଡ ଫର୍ମଗୁଡିକ ପଡିଥିବାର ଦେଖିଥିଲେ । ପାଖରେ ନିଆଁ ଲଗାଯାଇଥିବାବେଳେ ଏହି ଫର୍ମଗୁଡିକ ଏପରି ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖି ସେମାନେ ବ୍ଲକର ଏକ କର୍ମଚାରୀଙ୍କୁ ଏନେଇ ଅବଗତ କରାଇଥିଲେ । ଏହାପରେ କର୍ମଚାରୀ ଜଣକ ଉକ୍ତ ଫର୍ମଗୁଡିକୁ ଗୋଟାଇ ସଂଗ୍ରହ କରିଥିଲେ । କିଛି ଫର୍ମ ନିଆଁରେ ପୋଡି ହୋଇଯାଇଥିବାର ମଧ୍ୟ ଅନୁମାନ କରାଯାଉଛି । ତେବେ ବ୍ଲକ ପ୍ରଶାସନର ଏପରି ଖାମଖିଆଲି ନୀତିକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।

ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ସରକାର ବଦ୍ଧ ପରିକର ଥିବାବେଳେ ସ୍ଥାନୀୟ ପ୍ରଶାସନର ଏପରି ଉଦାସୀନତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ବ୍ଲକ ପ୍ରଶାସନ ହିତାଧିକାରୀଙ୍କଠାରୁ ଫର୍ମ ତ ଗ୍ରହଣ କରୁଛନ୍ତି, କିନ୍ତୁ ଧର୍ମକୁ ଆଖିଠାର ପରି ସେଗୁଡିକୁ ଅଳିଆ ଗଦାରେ ପକାଇ ଦେଉଛନ୍ତି । ବ୍ଲକ ପ୍ରଶାସନରେ ଏଭଳି କାର୍ଯ୍ୟ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରୁଛି । ତେବେ ଏହି ଫର୍ମଗୁଡିକୁ କିଏ କାହିଁକି ସେଠାରେ ପକାଇଥିଲେ, ତାହାର ତଦନ୍ତ ହେବା ନିତାନ୍ତ ଜରୁରୀ । ସେହିପରି ବ୍ଲକ କାର୍ଯ୍ୟାଳୟରେ ଏପରି ବେଖିଆଲ କାର୍ଯ୍ୟକୁ ନେଇ ବ୍ଲକ ପ୍ରଶାସନ ନିଜର ଜବାବ ରଖିବା ଆଜିର ସମୟରେ ବଡ ଆବଶ୍ୟକତା ହୋଇଛି ।

chilika
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026

ରୋଷେଇ ଘରେ ଏଭରେଷ୍ଟ ଜିରା ପାଉଡର ଅଛି କି? ବ୍ୟବହାର ପୂର୍ବରୁ ଚେକ୍ କରନ୍ତୁ ବ୍ୟାଚ୍ ନମ୍ବର

October 4, 2026
Latest News

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026

ଅଷ୍ଟ୍ରେଲିଆ-ଏ’ ସିରିଜ୍‌ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.