Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୋଇପାରେ ସଚିନଙ୍କ ‘ଘର ବାହୁଡ଼ା’, ରାହୁଲ କହିଲେ ସଚିନ ଏବେ ବି ପାଇଲଟ ପାର୍ଚିର ସଦସ୍ୟ
ଆଜିର ଖବର

ହୋଇପାରେ ସଚିନଙ୍କ ‘ଘର ବାହୁଡ଼ା’, ରାହୁଲ କହିଲେ ସଚିନ ଏବେ ବି ପାଇଲଟ ପାର୍ଚିର ସଦସ୍ୟ

July 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ରାଜସ୍ଥାନ ରାଜନୀତି ଏବେ ବି ରୋଚକ ମୋଡ଼ରେ ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ଶାଣିତ ଆକ୍ରମଣ କରିଥିବା ବେଳେ ଏଥିରେ ବ୍ରେକ୍ ଲଗାଇଛନ୍ତି ଦଳର ହାଇକମାଣ୍ଡ। ରାହୁଲ ଗାନ୍ଧି କହିଛନ୍ତି ସଚିନ ଏବେ ବି ପାଇଲଟ୍ ପାର୍ଟିର ଜଣେ ସଦସ୍ୟ ଅଛନ୍ତି। ଏପଟେ ସାଧାରଣରେ କୌଣସି ବିବୃତି ନ ଦେବାକୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ନିର୍ଦେଶ ଦିଆଯାଇଛି।

ରାଜସ୍ଥାନ ରାଜନୀତିରେ ହଟଚମଟ ଚାଲିଥିବା ବେଳେ ରାହୁଲ ଗାନ୍ଧି ସଚିନ ପାଇଲଟଙ୍କ ପାଖକୁ ଏକ ବାର୍ତ୍ତା ପଠାଇଛନ୍ତି। ଏଥିରେ କୁହାଯାଇଛି ଯେ, ଏବେ ବି ସେ ଦଳରେ ଜଣେ ସଦସ୍ୟ ଅଛନ୍ତି ଏବଂ ତାଙ୍କ ପାଇଁ ଦଳର ଦ୍ବାର ସବୁବେଳେ ଖୋଲା ରହିଛି।

ଅନ୍ୟପକ୍ଷରେ ପାଇଲଟଙ୍କୁ ନେଇ ବ୍ୟକ୍ତିଗତ ଆକ୍ଷେପ କରୁଥିବା ନେଇ ରାହୁଲ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଜଣାଯାଇଛି। ପାଇଲଟଙ୍କୁ ନୋଟିସ ପଠାଇଥିବା ଘଟଣାରେ ହାଇକମାଣ୍ଡ ଗେହଲଟଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ଭାଙ୍ଗିବା ପାଇଁ ସଚିନ ଦଳର ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଉଦ୍ୟମ କରି ଆସୁଥିବା ଗେହଲଟ ଅଭିଯୋଗ ଆଣିଛନ୍ତି।

ହେଲେ ଆଜି ରାହୁଲ ଗାନ୍ଧିଙ୍କ ସୂଚନା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, କଂଗ୍ରେସ ଦ୍ବାର ସଚିନ ପାଇଲଟଙ୍କ ପାଇଁ ବନ୍ଦ ହୋଇନାହିଁ। ଆଲୋଚନା ସକାଶେ ସଚିନଙ୍କ ପାଇଁ ପଥ ଏବେ ବି ପରିଷ୍କାର ରହିଥିବା ଜଣାଯାଇଛି। ଏହି କାରଣରୁ ହିଁ ଗେହଲଟ ପାଇଲଟଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିବାର କେବଳ ଅଧଘଣ୍ଟା ପରେ କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା କହିଛନ୍ତି, ସଚିନ ପାଇଲଟଙ୍କ ‘ଘର ବାହୁଡା’ ହୋଇପାରେ।

ସୁର୍ଜେୱାଲା ବୁଧବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀର ପାଇଲଟଙ୍କୁ ଏକ ଉଦୀୟମାନ ନେତା କହିବା ସହ ତାଙ୍କ ପ୍ରତି ହାଇକମାଣ୍ଡଙ୍କ ଉଦାରତା ରହିଥିବା କହିଛନ୍ତି।

ରାଜସ୍ଥାନ ରାଜନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Latest News

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.