କେନ୍ଦୁପତ୍ର ଚୋରାଚାଲାଣ ବେଳେ ଲାଇଜାରୁ ୨୭.୯ କ୍ୱିଂଟାଲ କେନ୍ଦୁପତ୍ର ଜବତ: ହାଇଭା ସହ ୨ ଗିରଫ

Published: Jul 16, 2020, 9:15 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଅଂଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଭା ଗାଡିରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ବନ କର୍ମଚାରୀମାନଙ୍କୁ ଦେଖି ଚୋରା ବେପାରୀମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇ ପାରି ନ ଥିଲେ। ଗାଡିରୁ ୨୭.୯ କ୍ୱିଂଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ଗିରଫ ହୋଇଥିବା ଚୋରାବେପାରୀ ମୋହନ ପ୍ରଧାନ(୪୦) ଗ୍ରାମ ବଡକସିବାହାଳ ଓ ସୁରେଶ୍ ଜେନା(୪୦)ଗ୍ରାମ ବୈଷ୍ନବଝୋଲୀଙ୍କୁ ଗିରଫ୍ କରିଛି ବନ ବିଭାଗ। ସେମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Related posts