Categories
ଆଜିର ଖବର ରାଜ୍ୟ ଖବର

୨୭୦ ବିଡା କେନ୍ଦୁପତ୍ର ଜବତ କଲା ବନ ବିଭାଗ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଭୋରରୁ ଚାରମାଳ ରେଞ୍ଜ ଭାଡିଦର ଗ୍ରାମରୁ ଏକ ବୋଲେରୋ ମାକ୍ସି ଟ୍ରକ୍ ରୁ ୨୭୦ ବିଡା କେନ୍ଦୁପତ୍ର ବିଡା ଜବତ କରିଛି ବନବିଭାଗ। ଏଥିରେ ସଂପ୍ରୁକ୍ତି ଥିବା ବ୍ୟକ୍ତିମାନେ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ରେଞ ବଂଶାଜାଲ ସେକ୍ସନ୍ ଭାଡିଦର ଗ୍ରାମରେ ଏକ ବୋଲେରୋ ମାକ୍ସି ଟ୍ରକ୍ ( ଓଡି ନଂ ୦୨ ଏୟୁ ୩୮୦୨ ) ରେ କେନ୍ଦୁପତ୍ର ଚାଲାଣହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା।  ରେଢାଖୋଲ ବନାଞ୍ଚଳ ଅଧିକାରୀ ଅରବିନ୍ଦ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଚାରମାଳ ରେଞ୍ଜର ବନ କର୍ମଚାରୀମାନେ ଆଜି ଭୋର ୫ ଟା ରେ ଭାଡିଦର ଗ୍ରାମକୁ ଯାଇ କେନ୍ଦୁପତ୍ର ବୋଝେଇ ଟ୍ରକ୍ କୁ ଜବତ କରିବା ସହ ୨୭୦ ବିଡା କେନ୍ଦୁପତ୍ର ଜବତ କରିଥିଲା। ବନବିଭାଗ କର୍ମଚାରୀ ମାନଙ୍କୁ ଚୋରା ବେପାରୀମାନେ ଦେଖି ଫେରାର୍ ହୋଇଯାଇଥିଲେ। ଗାଡିଟିକୁ ଜବତ୍ କରି ଚାରମାଳ ରେଞ ଅଫିସ୍ କୁ ନେଇ ଯାଇଥିଲା ବନ ବିଭାଗ।

ଏହି ଚଢାଉରେ ଚାରମାଳ ରେଞ୍ଜ ଅଧିକାରୀ ଦର୍ଶନୀଆ ଭୋଇ, ଚାରମାଳ ଫରେଷ୍ଟର ବିଜୟ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ ରାଜେନ୍ଦ୍ର କୁମାର ପ୍ରଧାନ, ଅଜିତ୍ କୁମାର ସାହୁ ଏବଂ ଫରେଷ୍ଟ ସ୍କ୍ବାର୍ଡ ପାର୍ଟି ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିକ୍‌ଅପ୍ ଭ୍ୟାନରୁ ୧୫୮ ବଣ୍ଡଲ କେନ୍ଦୁପତ୍ର ଜବତ, ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଅଂଚଳରୁ ଚୋରାରେ ଚାଲାଣ ହେଉଥିବା କେନ୍ଦୁପତ୍ର ନାକଟିଦେଉଳ ବନବିଭାଗ ଚନ୍ଦ୍ରପୁର ନିକଟରୁ ଜବତ କରିବାରେ ସଫଳ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରେଞ୍ଜ ଡଇଁଚା ପଂଚାୟତର ତଣ୍ଡାବିରା ଗ୍ରାମରୁ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ଖବର ପାଇଥିଲା। ରେଢାଖୋଲ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା, ଫରେଷ୍ଟର ଅନୀଲ କୁମାର କିସାନ୍ ଏବଂ ବନବିଭାଗର ଏକ ଟିମ୍ ଚାଲାଣ ହେଉଥିବା ପିକ୍‌ଅପ୍ ଭ୍ୟାନ୍ (ଡବ୍ଲୁବି ୩୧ ଏ-୪୯୬୮)କୁ ଧରିବା ପାଇଁ ଚନ୍ଦ୍ରପୁର ଠାରୁ ପିଛା କରି ଧରିବାରେ ସଫଳ ହୋଇଥିଲେ।

ପିକ୍ ଅପ୍ ଭ୍ୟାନରୁ ୧୫୮ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ୱେଷ୍ଟବେଙ୍ଗଲ ପୁର୍ବମେଦିନୀପୁର ଜିଲ୍ଲାର ଉତରଜିନ୍ଦା ଗ୍ରାମର ସୁଦିପ୍ତା ବାଗ୍ କୁ ଗିରଫ କରିବାରେ ସଫଳ ହୋଇଥିଲେ। ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିକ୍ଅପ୍ ଭ୍ୟାନ୍ ରୁ ୨୨୮ବଣ୍ଡଲ କେନ୍ଦୁପତ୍ର ଜବତ, ଡ୍ରାଇଭର୍ ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ଭୋରରୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ବଡମାଳ ରେଞ୍ଜ ମୋଚିବାହାଳ ଗ୍ରାମରୁରୁ ବନବିଭାଗ ୨୨୮ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ଏକ ପିକ୍ଅପ୍ ଗାଡ଼ି ( ଡବ୍ଲୁବି ୩୫-୩୫୯୮)କୁ ଜବତ କରିଛି। କିନ୍ତୁ ଗାଡ଼ିଚାଳକ ଫେରାର୍ ହେବାରେ ସକ୍ଷମ ହେଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ମୋଚିବାହାଳ ଅଂଚଳରୁ କେନ୍ଦୁପତ୍ର ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀମାନେ ମୋଚିବାହାଳ ଠାରେ ଛକି ରହିଥିଲେ। ପିକ୍ ଅପ୍ ଭ୍ୟାନ୍ ରେ କେନ୍ଦୁପତ୍ର ବୋଝେଇ ହୋଇ ମୋଚିବାହାଳ ପହଞ୍ଚିବା କ୍ଷଣି ବନବିଭାଗ ଗାଡ଼ିଟିକୁ ଅଟକାଇଥିଲା।  ପିକଅପ୍ ଗାଡିକୁ ଜବତ କରିବା ସହ ଗାଡିରୁ ୨୨୮ବଣ୍ଡଲ କେନ୍ଦୁପତ୍ର ଜବତ କରିବା ଗାଡିକୁ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଡ୍ରାଇଭର ଫେରାର୍ ଥିବା ବନବିଭାଗ ପ୍ରକାଶ କରିଛି।

ରେଢ଼ାଖୋଲ ଡିଏଫ୍ଓ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ରେଞ୍ଜର ପ୍ରଦୀପ ସେଠୀ, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ମୋଚିବାହାଳ ଫରେଷ୍ଟର ସୁନୀଲ କୁମାର ମିର୍ଦ୍ଧା, ଫରେଷ୍ଟଗାର୍ଡ କୈଳାସ ଚନ୍ଦ୍ ମିଶ୍ର, କିଶୋର ଚନ୍ଦ୍ର ପ୍ରଧାନ ତଥା ବନବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ଗାଡିସହ କେନ୍ଦୁପତ୍ର ସବୁକୁ ମୋଚିବାହାଳ କେନ୍ଦୁପତ୍ର ଫଡ଼ିରେ ଜିମା ଦେଇଥିବା ବନ ବିଭାଗ ପ୍ରକାଶ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୪୭ ବିଡ଼ା କେନ୍ଦୁପତ୍ର ଜବତ, ୨ ଗିରଫ ଜଣେ ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ଭୋରରୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ନାକଟିଦେଉଳ ରେଞ୍ଜ ସରଧାପୁର ଛକରୁ ବନବିଭାଗ ୨୪୭ ବିଡା କେନ୍ଦୁପତ୍ର ଜବତ କରିବା ସହ ଏକ ପିକ୍ଅପ୍ ଗାଡ଼ି (ଡବ୍ଲୁବି ୨୯ସି ୨୦୫୨)କୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ୍ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଶିମିଳିପାଳ ଅଂଚଳରୁ କେନ୍ଦୁପତ୍ର ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀମାନେ ସରଧାପୁର ଛକ ନିକଟରେ ଛକି ରହିଥିଲେ। ସରଧାପୁର ପଟୁ ପିକଅପି ଭ୍ୟାନ୍ ରେ କେନ୍ଦୁପତ୍ର ବୋଝେଇ ହୋଇ ସରଧାପୁର ଛକରେ ପହଞ୍ଚିବା କ୍ଷଣି ବନବିଭାଗ ଗାଡ଼ିଟିକୁ ଅଟକାଇଥିଲା।

ପିକଅପ୍ ଗାଡିକୁ ଜବତ କରିବା ସହ ଗାଡିରୁ ୨୪୭ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ମିଲନ୍ ବାଗ୍ ଓ ଏସ୍ କେ ସଫିଉଲ୍ କୁ ଗିରଫ୍ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ବିଶିକେଶନ ପ୍ରଧାନ ଫେରାର୍ ଥିବା ବନବିଭାଗ ପ୍ରକାଶ କରିଛି। ରେଢ଼ାଖୋଲ ଡିଏଫ୍ଓ ରମାକାନ୍ତ ନାଏକ ଓ ଏସିଏଫ୍ ଦେବୀପ୍ରସାଦ୍ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ରେଞ୍ଜର ଅଶ୍ବିନୀ କୁମାର ବେହେରା, ଫରେଷ୍ଟର ଠାକୁର ଚରଣ ପ୍ରଧାନ, ଫରେଷ୍ଟଗାର୍ଡ ଅଜୟ ହାରୋ, ରତନୀ ଦେହୁରୀ, ଅଜିତ୍ ସାହୁ ତଥା ଅନ୍ୟ ବନ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପ୍ରକାଶ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୩୯ ବିଡ଼ା କେନ୍ଦୁପତ୍ର ଜବତ କଲା ବନବିଭାଗ, ଚୋରା ବେପାରୀ ଫେରାର୍

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରୁ ବନବିଭାଗ ୧୩୯ ବିଡ଼ା କେନ୍ଦୁପତ୍ର ଜବତ କରିଥିବା ଜଣାପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରେ ଗତକାଲି ରାତିରେ ଏକ ପିକ୍ଅପ୍ ରେ କେନ୍ଦୁପତ୍ର ଲୋଡ଼୍ ହେଉଥିବାର ବନବିଭାଗ ଖବର ପାଇ ଚଢ଼ଉ କରିଥିଲା। ବନବିଭାଗକୁ ଦେଖି ଚୋରାବେପାରୀମାନେ ଫେରାର୍ ହେବାରେ଼ ସକ୍ଷମ ହୋଇଥିଲେ। ବନବିଭାଗ ପିକ୍ଅପ୍ ଗାଡ଼ି (ଓଡ଼ି୧୫ପି ୧୧୮୫) କୁ ଜବତ କରି କିସିଣ୍ଡା ରେଞ୍ଜ ଅଫିସକୁ ଆଣିଥିଲା। ଚୋରା ବେପାରୀମାନେ ୧୩୯ ବିଡ଼ା କେନ୍ଦୁପତ୍ର ଗାଡ଼ିରେ ଲୋଡ଼୍ କରିଥିଲେ।

ଏହି ଚଢ଼ଉରେ କିସିଣ୍ଡା ରେଞ୍ଜ ଅଧିକାରୀ ସୁଶାନ୍ତ ବନ୍ଧ, କିସିଣ୍ଡା ଫରେଷ୍ଟର ସୁଜିତ୍ କୁମାର ପ୍ରଧାନ ତଥା ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ। ପଥରଗୁଡ଼ା ଗ୍ରାମର ଲୋକମାନେ ଜଙ୍ଗଲଜମି ପଟ୍ଟା ପାଇ ସେଠାରେ ବସତିସ୍ଥାପନ କରୁଥିବା ବେଳେ ସେମାନେ ଏ ଅଂଚଳରୁ ବହୁ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ବନବିଭାଗ ଏକ ମାମଲା ରୁଜୁ କରି ଗାଡ଼ିକୁ ଜବତ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାରମାଳରୁ ୯୪୫ ବିଡା କେନ୍ଦୁପତ୍ର ସହ ଗାଡ଼ିଜବତ, ଚୋରା ବେପାରି ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଅଂଚଳରୁ ଚୋରାରେ କେନ୍ଦୁପତ୍ର ଚାଲାଣ ବେଳେ ବନବିଭାଗ ପିଛା କରି ଟ୍ରକ୍ ସହ କେନ୍ଦୁପତ୍ର ଜବତ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ୫ଟାରେ ଚାରମାଳ ଅଂଚଳରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବାର ବନବିଭାଗ ଖବର ପାଇଥିଲା। ବନବିଭାଗର ପଦାଧିକାରୀମାନେ ଟ୍ରକକୁ ପିଛା କରିଥିଲେ। ଏହା ଜାଣିପାରି ଗାଡ଼ି ତଥା ବେପାରୀମାନେ ଚାରମାଳ ନିକଟସ୍ଥ ମା’ ଢ଼ାବା ନିକଟରେ ଗାଡ଼ି (ଟାଟା ୧୧୦୯ ଓଆର୍ ୦୫ ଏବି ୭୪୪୯) ଛାଡ଼ି ଫେରାର୍ ହେବାରେ ସଫଳ ହୋଇଥିଲେ। ବନବିଭାଗ ଗାଡ଼ଟିକୁ ଜବତ କରି ୯୪୫ ବିଡା କେନ୍ଦୁ ପତ୍ର ଜବତ କରିଥିଲା।

ଏହି ଚଢ଼ଉରେ ରେଢ଼ାଖୋଲ ଏସିଏଫ୍ ଦେବିପ୍ରସାଦ୍ ରାଉତ୍, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ସାହୁ, ବଂଶାଜାଲ୍ ଫରେଷ୍ଟର ବିଜୟ କୁମାର ବିଶ୍ବାଳ, ରାମପୁର ଫରେଷ୍ଟର ସୁରେନ୍ଦ୍ର ସାହୁ, ଫରେଷ୍ଟଗାର୍ଡ ଅଜିତ୍ ସାହୁ, ଟିକେଶ୍ବର ନାଏକ, ଅରୁଣ କୁମାର ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ। ବନବିଭାଗ ପାଇଁ ଏହା ବଡ ସଫଳତା ବୋଲି କୁହାଯାଇପାରେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୭୮ବଣ୍ଡଲ କେନ୍ଦୁପତ୍ର ଜବତ; ବଲେରୋ ସହ ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଭୋରରୁ ଚାରମାଳ ଠାରେ କେନ୍ଦୁପତ୍ର ବୋଝେଇ ବଲେରୋ ସହ ଜଣଙ୍କୁ ଗିରଫ କରିଛି କେନ୍ଦୁପତ୍ର ବିଭାଗ। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ଠାରେ ଭୋରରୁ ବଲେରୋରେ କେନ୍ଦୁପତ୍ର ଚାଲାଣ ହେବା ସଂପର୍କରେ ବନ ବିଭାଗ ଜାଣିବାକୁ ପାଇ ଚଢଉ କରିଥିଲା। ହେଲେ କେନ୍ଦୁପତ୍ର ଭର୍ତ୍ତି ବଲେରୋ ଗାଡିଟି ଖସି ଯିବାକୁ ଉଦ୍ୟମ କରି ଦ୍ରୁତ ଗତିରେ ଗାଡିଟିକୁ ନେଉଥିବା ବେଳେ ଏକ ଟ୍ରକ ପଛପଟେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଚାରମାଳ ବନବିଭାଗ ଧରିବାରେ ସଫଳ ହୋଇଥିଲା। ବଲେରୋ(ଓଡି-୧୧-ଇ-୫୩୪୫)ରୁ ୭୮ ବଣ୍ଡଲ (୩ କ୍ୱି.୫୧ କେଜିି) ଜବତ କରିଥିଲା ବନ ବିଭାଗ। ଚାରମାଳ ଥାନା ଗିରିଧିଖମଣ ଅଂଚଳରୁ ଏହା ଆସୁଥିଲା। ଚୋରାବେପାରି ମୟୁରଭଞ ଜିଲ୍ଲା ବିଶୋଇ ଥାନା ବାଉତିବେଡା ଗ୍ରାମର ମୋହନ ଚନ୍ଦ୍ର ମହନ୍ତ(୫୫)ଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି। ତାକୁ ଆସନ୍ତା କାଲି କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ ପ୍ରକାଶ କରିଛି। ରେଢାଖୋଲ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ରେଞ୍ଜ ଅଫିସର ହରେଶ ଚନ୍ଦ୍ର କର୍ଣ ଚଢଉରେ ସାମିଲ ହୋଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କେନ୍ଦୁପତ୍ର ଚୋରାଚାଲାଣ ବେଳେ ଲାଇଜାରୁ ୨୭.୯ କ୍ୱିଂଟାଲ କେନ୍ଦୁପତ୍ର ଜବତ: ହାଇଭା ସହ ୨ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଅଂଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଭା ଗାଡିରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ବନ କର୍ମଚାରୀମାନଙ୍କୁ ଦେଖି ଚୋରା ବେପାରୀମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇ ପାରି ନ ଥିଲେ। ଗାଡିରୁ ୨୭.୯ କ୍ୱିଂଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ଗିରଫ ହୋଇଥିବା ଚୋରାବେପାରୀ ମୋହନ ପ୍ରଧାନ(୪୦) ଗ୍ରାମ ବଡକସିବାହାଳ ଓ ସୁରେଶ୍ ଜେନା(୪୦)ଗ୍ରାମ ବୈଷ୍ନବଝୋଲୀଙ୍କୁ ଗିରଫ୍ କରିଛି ବନ ବିଭାଗ। ସେମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।