୭୮ବଣ୍ଡଲ କେନ୍ଦୁପତ୍ର ଜବତ; ବଲେରୋ ସହ ଜଣେ ଗିରଫ

Published: Sep 6, 2020, 9:22 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଭୋରରୁ ଚାରମାଳ ଠାରେ କେନ୍ଦୁପତ୍ର ବୋଝେଇ ବଲେରୋ ସହ ଜଣଙ୍କୁ ଗିରଫ କରିଛି କେନ୍ଦୁପତ୍ର ବିଭାଗ। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ଠାରେ ଭୋରରୁ ବଲେରୋରେ କେନ୍ଦୁପତ୍ର ଚାଲାଣ ହେବା ସଂପର୍କରେ ବନ ବିଭାଗ ଜାଣିବାକୁ ପାଇ ଚଢଉ କରିଥିଲା। ହେଲେ କେନ୍ଦୁପତ୍ର ଭର୍ତ୍ତି ବଲେରୋ ଗାଡିଟି ଖସି ଯିବାକୁ ଉଦ୍ୟମ କରି ଦ୍ରୁତ ଗତିରେ ଗାଡିଟିକୁ ନେଉଥିବା ବେଳେ ଏକ ଟ୍ରକ ପଛପଟେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଚାରମାଳ ବନବିଭାଗ ଧରିବାରେ ସଫଳ ହୋଇଥିଲା। ବଲେରୋ(ଓଡି-୧୧-ଇ-୫୩୪୫)ରୁ ୭୮ ବଣ୍ଡଲ (୩ କ୍ୱି.୫୧ କେଜିି) ଜବତ କରିଥିଲା ବନ ବିଭାଗ। ଚାରମାଳ ଥାନା ଗିରିଧିଖମଣ ଅଂଚଳରୁ ଏହା ଆସୁଥିଲା। ଚୋରାବେପାରି ମୟୁରଭଞ ଜିଲ୍ଲା ବିଶୋଇ ଥାନା ବାଉତିବେଡା ଗ୍ରାମର ମୋହନ ଚନ୍ଦ୍ର ମହନ୍ତ(୫୫)ଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି। ତାକୁ ଆସନ୍ତା କାଲି କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ ପ୍ରକାଶ କରିଛି। ରେଢାଖୋଲ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ରେଞ୍ଜ ଅଫିସର ହରେଶ ଚନ୍ଦ୍ର କର୍ଣ ଚଢଉରେ ସାମିଲ ହୋଇଥିଲେ।

Related posts