ଚାରମାଳରୁ ୯୪୫ ବିଡା କେନ୍ଦୁପତ୍ର ସହ ଗାଡ଼ିଜବତ, ଚୋରା ବେପାରି ଫେରାର୍

Published: May 16, 2022, 8:21 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଅଂଚଳରୁ ଚୋରାରେ କେନ୍ଦୁପତ୍ର ଚାଲାଣ ବେଳେ ବନବିଭାଗ ପିଛା କରି ଟ୍ରକ୍ ସହ କେନ୍ଦୁପତ୍ର ଜବତ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ୫ଟାରେ ଚାରମାଳ ଅଂଚଳରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବାର ବନବିଭାଗ ଖବର ପାଇଥିଲା। ବନବିଭାଗର ପଦାଧିକାରୀମାନେ ଟ୍ରକକୁ ପିଛା କରିଥିଲେ। ଏହା ଜାଣିପାରି ଗାଡ଼ି ତଥା ବେପାରୀମାନେ ଚାରମାଳ ନିକଟସ୍ଥ ମା’ ଢ଼ାବା ନିକଟରେ ଗାଡ଼ି (ଟାଟା ୧୧୦୯ ଓଆର୍ ୦୫ ଏବି ୭୪୪୯) ଛାଡ଼ି ଫେରାର୍ ହେବାରେ ସଫଳ ହୋଇଥିଲେ। ବନବିଭାଗ ଗାଡ଼ଟିକୁ ଜବତ କରି ୯୪୫ ବିଡା କେନ୍ଦୁ ପତ୍ର ଜବତ କରିଥିଲା।

ଏହି ଚଢ଼ଉରେ ରେଢ଼ାଖୋଲ ଏସିଏଫ୍ ଦେବିପ୍ରସାଦ୍ ରାଉତ୍, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ସାହୁ, ବଂଶାଜାଲ୍ ଫରେଷ୍ଟର ବିଜୟ କୁମାର ବିଶ୍ବାଳ, ରାମପୁର ଫରେଷ୍ଟର ସୁରେନ୍ଦ୍ର ସାହୁ, ଫରେଷ୍ଟଗାର୍ଡ ଅଜିତ୍ ସାହୁ, ଟିକେଶ୍ବର ନାଏକ, ଅରୁଣ କୁମାର ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ। ବନବିଭାଗ ପାଇଁ ଏହା ବଡ ସଫଳତା ବୋଲି କୁହାଯାଇପାରେ।

Related posts