୨୪୭ ବିଡ଼ା କେନ୍ଦୁପତ୍ର ଜବତ, ୨ ଗିରଫ ଜଣେ ଫେରାର୍

Published: Sep 3, 2022, 11:23 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ଭୋରରୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ନାକଟିଦେଉଳ ରେଞ୍ଜ ସରଧାପୁର ଛକରୁ ବନବିଭାଗ ୨୪୭ ବିଡା କେନ୍ଦୁପତ୍ର ଜବତ କରିବା ସହ ଏକ ପିକ୍ଅପ୍ ଗାଡ଼ି (ଡବ୍ଲୁବି ୨୯ସି ୨୦୫୨)କୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ୍ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଶିମିଳିପାଳ ଅଂଚଳରୁ କେନ୍ଦୁପତ୍ର ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀମାନେ ସରଧାପୁର ଛକ ନିକଟରେ ଛକି ରହିଥିଲେ। ସରଧାପୁର ପଟୁ ପିକଅପି ଭ୍ୟାନ୍ ରେ କେନ୍ଦୁପତ୍ର ବୋଝେଇ ହୋଇ ସରଧାପୁର ଛକରେ ପହଞ୍ଚିବା କ୍ଷଣି ବନବିଭାଗ ଗାଡ଼ିଟିକୁ ଅଟକାଇଥିଲା।

ପିକଅପ୍ ଗାଡିକୁ ଜବତ କରିବା ସହ ଗାଡିରୁ ୨୪୭ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ମିଲନ୍ ବାଗ୍ ଓ ଏସ୍ କେ ସଫିଉଲ୍ କୁ ଗିରଫ୍ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ବିଶିକେଶନ ପ୍ରଧାନ ଫେରାର୍ ଥିବା ବନବିଭାଗ ପ୍ରକାଶ କରିଛି। ରେଢ଼ାଖୋଲ ଡିଏଫ୍ଓ ରମାକାନ୍ତ ନାଏକ ଓ ଏସିଏଫ୍ ଦେବୀପ୍ରସାଦ୍ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ରେଞ୍ଜର ଅଶ୍ବିନୀ କୁମାର ବେହେରା, ଫରେଷ୍ଟର ଠାକୁର ଚରଣ ପ୍ରଧାନ, ଫରେଷ୍ଟଗାର୍ଡ ଅଜୟ ହାରୋ, ରତନୀ ଦେହୁରୀ, ଅଜିତ୍ ସାହୁ ତଥା ଅନ୍ୟ ବନ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପ୍ରକାଶ କରିଛି।

Related posts