Categories
ଆଞ୍ଚଳିକ

କୁକୁର ଆକ୍ରମଣରେ ହରିଣ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ରେଞ୍ଜ ଜଗନ୍ନାଥପ୍ରସାଦ ଗ୍ରାମରେ ଏକ ହରିଣକୁ କୁକୁର କାମୁଡ଼ିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନ ଅପରାହ୍ନ ୪.୩୦ ସମୟରେ ଜଗନ୍ନାଥପ୍ରସାଦ ଶବରପଡ଼ା ଠାରେ ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ହରିଣକୁ କୁକୁର ଆକ୍ରମଣ କରିଥିଲା। କୁକୁରଟି ହରିଣର ପାଟିରେ କାମୁଡ଼ିଦେଇଥିବାରୁ ହରିଣଟି ମୃତ୍ୟୁବରଣ କରିଥିଲା।

ଏସିଏଫ୍ ଅଶ୍ବିନୀ କୁମାର ବେହେରା, ଫରେଷ୍ଟର ଅରୁଣ କୁମାର ବେହେରା, ଫରେଷ୍ଟଗାର୍ଡ ସୁଭଦ୍ରା ରାଉଳ ତଥା ବନବିଭାଗର ଅନ୍ୟକର୍ମଚାରୀମାନେ ହରିଣକୁ ଉଦ୍ଧାର କରିଥିଲେ ମଧ୍ୟ ବଂଚାଇପାରି ନ ଥିଲେ।

Categories
ଆଞ୍ଚଳିକ

ନାକଟିଦେଉଳ ରେଞ୍ଜରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ନାକଟିଦେଉଳ ରେଞ୍ଜ ର ଯୁରାପାଲି, ସରାପାଲି, ଚନ୍ଦ୍ରପୁର ଠାରେ ଫଡ଼ି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦାବୀ ମଧ୍ୟରେ କେନ୍ଦୁପତ୍ରରୁ ସଂଗ୍ରହ କରାଯାଇଥିବା ଜି ଏସ ଟି ପ୍ରତ୍ୟାହାର, ସାମାଜିକ ସୁରକ୍ଷା ଯୋଜନା ରେ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଝିଅ ବିବାହ ରେ ଆର୍ଥିକ ସାହାଯ୍ୟ, ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ଶତପ୍ରତିଶତ ବୋନସ ପ୍ରଦାନ ଆଦି ବିଭିନ୍ନ ଦାବୀ ନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ହେଉଥିବା ଆନ୍ଦୋଳନ ରେ ନାକଟିଦେଉଳ ର ତୋଳାଳୀ ଓ କର୍ମଚାରୀ ମାନେ ବହୁ ପରିମାଣରେ ସାମିଲ ନିବେଦନ କରାଯାଇଥିଲା।

ବିଗତ ଦିନରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କେନ୍ଦୁପତ୍ର ସଂସ୍ଥା ରେ ଓଡ଼ିଶାର ତେର ଲକ୍ଷ୍ୟ ତୋଳାଳୀ ଏବଂ ଅଠର ହଜାର ସିଜିନାଲ କର୍ମଚାରୀ ଙ୍କ ଜୀବନ ଜୀବିକା ନିର୍ଭର କରୁଥିବା ବେଳେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବୀ ଉପରେ ସରକାର ଗୁରୁତ୍ୱ ସହକାରେ ନେବା ପାଇଁ ସଂଘ ପକ୍ଷରୁ ଦାବି ଉପସ୍ଥାପନା କରାଯାଇଥିଲା।

ଆଜିର ଏହି ବୈଠକରେ ରେଞ୍ଜ ସମ୍ପାଦକ ଭିକାରୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ସଂଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘ କୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ପାଇଁ ଆହ୍ଵାନ କରିଥିଲେ। ରାଜ୍ୟ ସମ୍ପାଦକ ଅନାଦି ସାହୁ, ଡିଭିଜନ ସହ ସମ୍ପାଦକ ଉଦିତ ତ୍ରିପାଠୀ, ସୁମିତ୍ ପଟେଲ, ଦେବଜ୍ୟୋତୀ ପଟ୍ଟନାୟକ, କପିଳ ଧଳ, ଦେବାନନ୍ଦ ମାଝୀ, ଅଜିତ ଦେଓ, ନେତ୍ରା ସାହୁ, ରଞ୍ଜିତ ସାହୁ, ନରୋତ୍ତମ ବିଶି, ଫଡ଼ି ସଭାପତି ଯୋଷଦା ରାଉତ, ରଶ୍ମିତା ବାରିକ, ମମତା ରାଣୀ ସାହୁ ଫଡ଼ି ସମ୍ପାଦକ ଧାନେଶ୍ୱରି ପ୍ରଧାନ, କୃଷ୍ଣ ପ୍ରିୟା ପ୍ରଧାନ, ସତ୍ୟବତୀ ବିଶି ପ୍ରମୁକ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୪୭ ବିଡ଼ା କେନ୍ଦୁପତ୍ର ଜବତ, ୨ ଗିରଫ ଜଣେ ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ଭୋରରୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ନାକଟିଦେଉଳ ରେଞ୍ଜ ସରଧାପୁର ଛକରୁ ବନବିଭାଗ ୨୪୭ ବିଡା କେନ୍ଦୁପତ୍ର ଜବତ କରିବା ସହ ଏକ ପିକ୍ଅପ୍ ଗାଡ଼ି (ଡବ୍ଲୁବି ୨୯ସି ୨୦୫୨)କୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ୍ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଶିମିଳିପାଳ ଅଂଚଳରୁ କେନ୍ଦୁପତ୍ର ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀମାନେ ସରଧାପୁର ଛକ ନିକଟରେ ଛକି ରହିଥିଲେ। ସରଧାପୁର ପଟୁ ପିକଅପି ଭ୍ୟାନ୍ ରେ କେନ୍ଦୁପତ୍ର ବୋଝେଇ ହୋଇ ସରଧାପୁର ଛକରେ ପହଞ୍ଚିବା କ୍ଷଣି ବନବିଭାଗ ଗାଡ଼ିଟିକୁ ଅଟକାଇଥିଲା।

ପିକଅପ୍ ଗାଡିକୁ ଜବତ କରିବା ସହ ଗାଡିରୁ ୨୪୭ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ମିଲନ୍ ବାଗ୍ ଓ ଏସ୍ କେ ସଫିଉଲ୍ କୁ ଗିରଫ୍ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ବିଶିକେଶନ ପ୍ରଧାନ ଫେରାର୍ ଥିବା ବନବିଭାଗ ପ୍ରକାଶ କରିଛି। ରେଢ଼ାଖୋଲ ଡିଏଫ୍ଓ ରମାକାନ୍ତ ନାଏକ ଓ ଏସିଏଫ୍ ଦେବୀପ୍ରସାଦ୍ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ରେଞ୍ଜର ଅଶ୍ବିନୀ କୁମାର ବେହେରା, ଫରେଷ୍ଟର ଠାକୁର ଚରଣ ପ୍ରଧାନ, ଫରେଷ୍ଟଗାର୍ଡ ଅଜୟ ହାରୋ, ରତନୀ ଦେହୁରୀ, ଅଜିତ୍ ସାହୁ ତଥା ଅନ୍ୟ ବନ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପ୍ରକାଶ କରିଛି।

Categories
ଆଞ୍ଚଳିକ

ହିତସରା କେନାଲରେ ଖସି ପଡିଲା ହାତୀ ଶାବକ: ଉଦ୍ଧାର କଲା ବନବିଭାଗ

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ରେଞ୍ଜ ଅଧିନସ୍ଥ ହିତସରା ଗ୍ରାମ ନିକଟସ୍ଥ ଏକ କେନାଲରେ ଏକ ହାତୀ ଶାବକ ପଡିଯାଇଥିବା ବେଳେ ତାକୁ ବନବିଭାଗ ଉଦ୍ଧାର କରିଥିବା ଜଣାପଡିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ହିତସରା ଗ୍ରାମଦେଇ ଯାଇଥିବା ବଡମୁଣ୍ଡା କେନାଲରେ ଏକ ୫ ମାସର ହାତୀ ଶାବକ ପଡିଯାଇଥିଲା। ହିତସରା ଗାଁ ଲୋକେ ହାତୀ ଶାବକ ପଡିଥିବାର ଜାଣି ପାରିଥିଲେ। ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ହିତସରା ଗ୍ରାମକୁ ଯାଇ ହାତୀ ଶାବକକୁ ଉଦ୍ଧାର କରି ଛାଡି ଦେଇଥିଲେ। ୫ଟିକିଆ ହାତୀପଲ ଯାଉଥିବା ବେଳେ ଏହି ହାତୀ ଛୁଆଟି ପଡିଯାଇଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାରହା ମାଂସ ସହ ୩ ଗିରଫ, ଦେଶୀ ବନ୍ଧୁକ ଜବତ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ରେଞ୍ଜରେ ଦିନକୁ ଦିନ ଜନ୍ତୁ ଶିକାର ବଢ଼ି ଚାଲିଥିବା ଯୋଗୁଁ
ବନ ବିଭାଗର ମୁଣ୍ଡ ବ୍ୟଥାର କାରଣ ହୋଇଛି। ବହୁ ସମୟରେ ବନ ବିଭାଗ ଚଢାଉ କରି ଶିକାରୀ ମାନଙ୍କୁ ଧରିଥାଏ। ନାକଟିଦେଉଳ ରେଞ୍ଜ ଅଧିନସ୍ଥ ପେଣ୍ଠବାହାଳ ଗ୍ରାମ ଓ ନାକଟିଦେଉଳ ଗ୍ରାମର ୩ ଜଣଙ୍କୁ ବାରହା ମାଂସ ଶିକାର ଅଭିଯୋଗରେ ବନବିଭାଗ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଦୁଇ ଦିନ ତଳେ ନାକଟିଦେଉଳ ଗ୍ରାମର ଭାଗ୍ୟଶୂରୀ ହୋମୁଣ୍ଡାଙ୍କ ଘରେ ବାରହା ମାଂସ ରେଷେଇ ହୋଇଥିବାର ବନବିଭାଗ ଖବର ପାଇ ଚଢାଉ କରିଥିଲା। ଚଢାଉ ସମୟରେ ତାଙ୍କ ଘରୁ ବନ ବିଭାଗ ଅଧା କିଲୋ ରନ୍ଧା ବାରହା ମାଂସ ଜବତ କରିଥିଲା।

ଭାଗ୍ୟଶୂରୀକୁ ବନବିଭାଗ ପଚରାଉଚରା କରିବା ପରେ ସେ ସତ କଥା କହିଦେଇଥିଲା।  ତାପରେ ପେଣ୍ଠବାହାଳ ଗ୍ରାମର ନିରାକାର ପେଣ୍ଠଇକୁ ବନବିଭାଗ ଧରିଥିଲା। ସେ ଏଇ ଜନ୍ତୁ ଶିକାର କରିଥିବା ଜଣା ପଡ଼ିଥିଲା। ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ବନ୍ଧୁକ ଲୁଚାଇ ରଖିଥିବା ସେ ସ୍ବୀକାର କରିଥିଲା। ବନ୍ଧୁକକୁ ମଧ୍ୟ ଜବତ କରିଥିଲା ବନ ବିଭାଗ।

ନାକଟିଦେଉଳ ଗ୍ରାମର ନିରାକାର ପ୍ରଧାନକୁ ମଧ୍ୟ ବନବିଭାଗ ଧରିବାରେ ସଫଳ ହୋଇଥିଲା। ଜନ୍ତୁଶିକାର ତଥା ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫରେଷ୍ଟର ଅନିଲ୍ କିସାନ୍ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୪୫୦ ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ନାକଟିଦେଉଳ ରେଞ୍ଜ ଅଧିନସ୍ଥ ହିତସରା ଗ୍ରାମ ସଂଲଗ୍ନ ସରକାରୀ ପ୍ଲଟ୍ ରୁ ଗଞ୍ଜେଇ ଗଛ ନଷ୍ଟ କରିଛି ପ୍ରଶାସନ।

ପ୍ରକାଶ ଯେ, ବାଟଗାଁ ପଂତାୟତ ହିତସରା ଗ୍ରାମର ବଡମୁଣ୍ଡା କଟା ସଂଲଗ୍ନ ବିଭିନ୍ନସ୍ଥାନରୁ ୧୧ ଡିସିମିଲ୍ ଜାଗାରୁ ୧୪୫୦ଟି ଗଞ୍ଜେଇ ଗଛକୁ କାଟି ପ୍ରଶାସନ ନଷ୍ଟ କରିଛି। ଗଞ୍ଜେଇ ଗଛ ପାକଳ ହୋଇ ବିକ୍ରି ହୋଇଥିଲେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେଇଥାନ୍ତା ବୋଲି ଜଣାପଡ଼ିଛି। ଏହି ତଢଉରେ ନାକଟିଦେଉଳ ଥାନାଧିକାରୀ ବିଧୁଭୂଷଣ ମିଶ୍ର, ତହସିଲଦାର୍ ସୁକାନ୍ତ ନାଏକ, ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା, ଏକ୍ସସାଇଜ୍ ବିଭାଗ ଆଦି ସାମିଲ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ୨ ଆହତ ଆହତ, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା

ରେଢାଖୋଲ: ଆଜି ସକାଳୁ ସକାଳୁ ବାଟଗାଁ ପଂଚାୟତର ଗଦାଧରପୁର ଗାଁରେ ନିଜ ବିଲକୁ ଚାଷ କାମରେ ଯାଇଥିବା ବେଳେ ୨ ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ବନବିଭାଗ ତରଫରୁ ସୂଚନା ମିଳିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ଗଦାଧରପୁର ଗ୍ରାମର ରବି ବେହେରା(୫୫), ଏବଂ ସେହି ଗାଁର ସର ବେହେରା (୪୫) ଜମିକୁ ଚାଷ କାମରେ ଯାଇଥିବା ବେଳେ ସେମାନଙ୍କୁ ଗୋଟିଏ ଭାଲୁ ଆସି ଅଚାନକ ଆକ୍ରମଣ କରିିଥିଲା। ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା  ସୂଚନା ମିଳିଛି। ରବି ବେହେରାଙ୍କର ଜଙ୍ଘରେ ଗଭୀର ଆଘାତ ଲାଗିଥିବା ବେଳେ ସର ବେହେରାଙ୍କର ହାତରେ ମଧ୍ୟ ଆଘାତ ଲାଗିଥିବା ଜଣା ପଡିଛି। ବର୍ତ୍ତମାନ’ ସେମାନଙ୍କ ଅବସ୍ଥା ଠିକ୍ ଥିବା ଜଣା ପଡିଛି। ବନ ବିଭାଗ ତରଫରୁ ସେମାନଙ୍କୁ ସରକାରଙ୍କର ତରଫରୁ ଆବଶ୍ୟକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ବାଟଗାଁ ଫରେଷ୍ଟର ଅନିଲ୍ କିସାନ୍ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ତା୧୬/୭/୨୦୨୧ ରେ ନାକଟିଦେଉଳ ରେଞ ଅଧିନସ୍ଥ ଅଙ୍ଗାବିରା ଗ୍ରାମର ରାଜା ସ୍ୱାଇଁ ନାମକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ। ନାକଟିଦେଉଳ ରେଞର ବାଟଗାଁ ଓ ଜାମୁଜୋରି ପଂଚାୟତରେ ଭାଲୁ ଓ ହାତୀ ମାନଙ୍କର ଉପଦ୍ରବରେ ଲୋକମାନେ ଅତିଷ୍ଠ ହୋଇ ପଡିଥିବା ବେଳେ ବହୁ ଜଣଙ୍କର ଜୀବନ ମଧ୍ୟ ଯାଇଛି । ଜଙ୍ଗଲକୁ ନ ଯିବା ପାଇଁ ବନ ବିଭାଗ ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଏଠାକାର ଜନସାଧାରଣ ମାନୁ ନ ଥିବାରୁ ହିଂସ୍ର ଜନ୍ତୁଙ୍କର ଆକ୍ରମଣର ଶିକାର ହେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ଜଣେ ଆହତ: ଡାକ୍ତରଖାନାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଅଙ୍ଗାବିରା ଗ୍ରାମରେ ଜନୈକ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଥିବା ଜଣା ପଡିଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଅଙ୍ଗାବିରା ଗ୍ରାମର ରାଜା ସ୍ୱାଇଁ ନାମକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କର ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା କରି ତାକୁ ପୁଣି ରେଢାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଥିବା ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କେଲୋବେନୀରେ ହାତୀ ଘଉଡାଉଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ: ୩ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ନାକଟିଦେଉଳ ରେଞ୍ଜ ଅଧିନସ୍ଥ କେଲୋବେନୀ ଗ୍ରାମରେ ହାତୀ ଘଉଡାଉଥିବା ବେଳେ ବନବିଭାଗର କର୍ମଚାରୀଙ୍କୁ କେଲୋବେନୀ ଗ୍ରାମର ୩ ଜଣ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରି ଜେଲ ଯିବା ଖବର ହସ୍ତଗତ ହୋଇଛି।

ପୋଲିସ୍ ସୁତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ବାଟଗାଁ ପଂଚାୟତ କେଲୋବେନୀ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ହାତୀପଲ ପଳାଇ ଆସିଥିବା ଖବର ବନ ବିଭାଗ କର୍ମଚାରୀମାନେ ଜାଣି ପାରି କେଲୋବେନୀ ଗ୍ରାମକୁ ଯାଇ ହାତୀ ଘଉଡାଉଥିଲେ। ହିତସରା ଗ୍ରାମର ସୁଜିତ୍ ବାଗ୍ ହାତୀ ଓାଚର ଭାବରେ ମଧ୍ୟ ହାତୀ ଘଉଡାଇବା କାମରେ ନିୟୋଜିତ ଥିଲେ। କେଲୋବେନୀ ଗ୍ରାମର ଓାଡ୍‌ମେମ୍ବର ରମେଶ ବେହେରା, ପ୍ରମୋଦ ସାହୁ ଓ ଅଜିତ୍ କିସାନ୍ ପ୍ରମୁଖ ସଂଘବଧ ଭାବରେ ସୁଜିତ୍ ବାଗ୍ ଙ୍କୁ ଆକ୍ରମଣ କରିଥିଲେ। ସୁଜିତ୍ ର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ତାଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତିକରାଯାଇଥିଲା। ସେ ଏବେ ସୁସ୍ଥଥିବା ଜଣା ପଡିଛି। ଏହା ପୂର୍ବ ଶତୃତାକୁ ନେଇ ମାଡପିଟ ହୋଇଥିବା ଜଣା ପଡିଛି।

ଗୁରୁତର ଆହତ ସୁଜିତ ନାକଟିଦେଉଳ ଥାନାରେ ଲିଖିତାକାରରେ ଅଭିଯୋଗ କରିବା ପରେ ନାକଟିଦେଉଳ ପୋଲିସ୍ ସେମାନଙ୍କୁ ଗିରଫ କରିବା ସହ ଆଜି ସଂଧ୍ୟାରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି। ନାକଟିଦେଉଳ ଥାନାରେ ଏକ କେସ୍ ରୁଜୁ ହେବା ସହ ୩ ଜଣଙ୍କ ନାମରେ ୩୪୧,୨୯୪,୩୨୩,୩୫୩ ,୫୦୬ ଦଫାରେ ଗିରଫ କରାଯାଇଛି।