Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଳ ରେଞ୍ଜରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ନାକଟିଦେଉଳ ରେଞ୍ଜରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ

October 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ନାକଟିଦେଉଳ ରେଞ୍ଜ ର ଯୁରାପାଲି, ସରାପାଲି, ଚନ୍ଦ୍ରପୁର ଠାରେ ଫଡ଼ି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦାବୀ ମଧ୍ୟରେ କେନ୍ଦୁପତ୍ରରୁ ସଂଗ୍ରହ କରାଯାଇଥିବା ଜି ଏସ ଟି ପ୍ରତ୍ୟାହାର, ସାମାଜିକ ସୁରକ୍ଷା ଯୋଜନା ରେ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଝିଅ ବିବାହ ରେ ଆର୍ଥିକ ସାହାଯ୍ୟ, ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ଶତପ୍ରତିଶତ ବୋନସ ପ୍ରଦାନ ଆଦି ବିଭିନ୍ନ ଦାବୀ ନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ହେଉଥିବା ଆନ୍ଦୋଳନ ରେ ନାକଟିଦେଉଳ ର ତୋଳାଳୀ ଓ କର୍ମଚାରୀ ମାନେ ବହୁ ପରିମାଣରେ ସାମିଲ ନିବେଦନ କରାଯାଇଥିଲା।

ବିଗତ ଦିନରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କେନ୍ଦୁପତ୍ର ସଂସ୍ଥା ରେ ଓଡ଼ିଶାର ତେର ଲକ୍ଷ୍ୟ ତୋଳାଳୀ ଏବଂ ଅଠର ହଜାର ସିଜିନାଲ କର୍ମଚାରୀ ଙ୍କ ଜୀବନ ଜୀବିକା ନିର୍ଭର କରୁଥିବା ବେଳେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବୀ ଉପରେ ସରକାର ଗୁରୁତ୍ୱ ସହକାରେ ନେବା ପାଇଁ ସଂଘ ପକ୍ଷରୁ ଦାବି ଉପସ୍ଥାପନା କରାଯାଇଥିଲା।

ଆଜିର ଏହି ବୈଠକରେ ରେଞ୍ଜ ସମ୍ପାଦକ ଭିକାରୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ସଂଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘ କୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ପାଇଁ ଆହ୍ଵାନ କରିଥିଲେ। ରାଜ୍ୟ ସମ୍ପାଦକ ଅନାଦି ସାହୁ, ଡିଭିଜନ ସହ ସମ୍ପାଦକ ଉଦିତ ତ୍ରିପାଠୀ, ସୁମିତ୍ ପଟେଲ, ଦେବଜ୍ୟୋତୀ ପଟ୍ଟନାୟକ, କପିଳ ଧଳ, ଦେବାନନ୍ଦ ମାଝୀ, ଅଜିତ ଦେଓ, ନେତ୍ରା ସାହୁ, ରଞ୍ଜିତ ସାହୁ, ନରୋତ୍ତମ ବିଶି, ଫଡ଼ି ସଭାପତି ଯୋଷଦା ରାଉତ, ରଶ୍ମିତା ବାରିକ, ମମତା ରାଣୀ ସାହୁ ଫଡ଼ି ସମ୍ପାଦକ ଧାନେଶ୍ୱରି ପ୍ରଧାନ, କୃଷ୍ଣ ପ୍ରିୟା ପ୍ରଧାନ, ସତ୍ୟବତୀ ବିଶି ପ୍ରମୁକ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନାକଟିଦେଉଳ ରେଞ୍ଜ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026

୧୦୫୭ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ସମ୍ମାନ: ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

August 14, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ଲୋକସଭା ବିଶେଷାଧିକାର କମିଟିର ନୋଟିସ: ଜାଣନ୍ତୁ କାରଣ

August 14, 2026

ଗତ ଦଶନ୍ଧିରେ ଦେଶ ଦ୍ରୁତ ପ୍ରଗତି କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.