Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

BREAKING: କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ଭୁବନେଶ୍ବର: ରାଜ୍ୟର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ଏହି ଘୋଷଣା ଅବସରରେ ନବୀନ କହିଛନ୍ତି ଯେ, ‘ ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି। ଏମାନେ ସମସ୍ତେ ଗରିବ ଲୋକ। ବହୁ ଜନଜାତି ମା ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି।

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରି ଆସୁଛି। ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି। ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି। ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରିଛି ବୋଲି ନବୀନ କହିଛନ୍ତି।

ଏହି ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ମୁଁ ଏହି ପ୍ୟାକେଜ ଘୋଷଣା କରୁଛି ।

• ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ।

• ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ।

• କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲା ମାନଙ୍କୁ ବୃତ୍ତି ପ୍ରଦାନ କରାଯିବ। ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ।

• ସର୍କଲ ଚେକ୍‌ରସ୍‌ ଓ ବାଇଣ୍ଡିଂ ଚେକର୍‌ସ ମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନ ରୁ ବୃଦ୍ଧି କରି କୁ ୧୫ ଦିନ କରାଯିବ।

• ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ।

• କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି ଏହା ବହୁତ ଅଧିକ

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ଏମାନେ ସମସ୍ତେ ଗରିବ ଲୋକ।  ତେଣୁ କେନ୍ଦୁପତ୍ର ଉପରୁ GST ଉଠାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମୁଁ ବାରମ୍ଵାର ଅନୁରୋଧ କରିଛି । ଗରିବ ଲୋକଙ୍କ ହିତ ଦୃଷ୍ଟି ରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ମୁଁ ପୁଣିଥରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କନ୍ୟା ବିବାହ ଓ ଛାତ୍ର ବୃତ୍ତି ପାଇଁ ଆର୍ଥିକ ସାହାଯ୍ୟ ଦାବୀ କଲା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଶିମିଳିପାଳ ରେଞ୍ଜର ପାଇକମାଳ, ହିନ୍ତରରାଇ, ଲାଇଜା, ଡ଼ଇଁଚା, ଗୋଗୁଆ ଠାରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦାବୀ ଉତ୍ ଥାପନ କରାଯାଇଛି। ବିଶେଷ ଭାବରେ କେନ୍ଦୁପତ୍ର ସଂସ୍ଥା କୁ ଘରୋଇକରଣ କରାଯିବା ପାଇଁ କରାଯାଉଥିବା ଷଡ଼ଯନ୍ତ୍ର ରୁ କ୍ଷାନ୍ତ ରହିବା ପାଇଁ ଦାବୀ କରାଯାଇଥିଲା। କେନ୍ଦୁପତ୍ର ଉପରୁ ସଂଗ୍ରହ କରାଯାଇଥିବା ୧୮% ଜି ଏସ ଟି ପ୍ରତ୍ୟାହାର, ସାମାଜିକ ସୁରକ୍ଷା ଯୋଜନା ରେ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଝିଅ ବିବାହ ରେ ଆର୍ଥିକ ସାହାଯ୍ୟ, ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ଶତପ୍ରତିଶତ ବୋନସ ପ୍ରଦାନ, କେନ୍ଦୁପତ୍ର ସଂସ୍ଥା କୁ ୨୦୦ କୋଟି ଟଙ୍କା ପ୍ରଦାନ ଆଦି ବିଭିନ୍ନ ଦାବୀ ନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ହେଉଥିବା ଆନ୍ଦୋଳନ ବିଷୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ପ୍ରକାଶ କରିଥିଲେ।

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇ ଜି ଏସ ଟି ବାବଦରେ ନେଇଥିବା ଚାରି ଶହ କୋଟି ଟଙ୍କା ସଂସ୍ଥା କୁ ଫେରସ୍ତ କରିବା ପାଇଁ ଦାବୀ କରାଯାଇଛି।

ଡିଭିଜନ ସମ୍ପାଦକ କିଶୋର ପ୍ରଧାନ ଆଜିର ସଭାରେ ସଭାପତିତ୍ବ କରିଥିବାବେଳ ଏହି ବୈଠକରେ ରାଜ୍ୟ ସମ୍ପାଦକ ଅନାଦି ସାହୁ, ନାକଟିଦେଉଳ ରେଞ୍ଜ ସମ୍ପାଦକ ଭିକାରୀ ପ୍ରଧାନ, ପୁଲୀନ ବିହାରୀ ସାହୁ, ରାମପୁର ରେଞ୍ଜ ସମ୍ପାଦକ ଜିତେନ୍ଦ୍ରିୟ ଷଣ୍ଢ, ବିକାଶ ସାହୁ, ସୁମିତ୍ ପଟେଲ, ଦେବଜ୍ୟୋତୀ ପଟ୍ଟନାୟକ, ଯୁଧିଷ୍ଟିର ସାହୁ, ଉଦ୍ଧବ ବେହେରା , ସୁରେନ୍ଦ୍ର ରାଉଳ, ଇନ୍ଦ୍ରମଣି ବିଶ୍ଵାଳ, ପ୍ରସଦି ସାହୁ, ତୁସ କିଣ୍ଡୋ, ଉମେଶ ପ୍ରଧାନ, ଧୁବା ବାଘ୍, ଫଡ଼ି ସଭାପତି ଧରଣୀଧର ସାହୁ, କୁନି ଗଡ଼ନାୟକ, ତ୍ରିପୁରା ବେହେରା, ରିତା ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଞ୍ଚଳିକ

ନାକଟିଦେଉଳ ରେଞ୍ଜରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ନାକଟିଦେଉଳ ରେଞ୍ଜ ର ଯୁରାପାଲି, ସରାପାଲି, ଚନ୍ଦ୍ରପୁର ଠାରେ ଫଡ଼ି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦାବୀ ମଧ୍ୟରେ କେନ୍ଦୁପତ୍ରରୁ ସଂଗ୍ରହ କରାଯାଇଥିବା ଜି ଏସ ଟି ପ୍ରତ୍ୟାହାର, ସାମାଜିକ ସୁରକ୍ଷା ଯୋଜନା ରେ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଝିଅ ବିବାହ ରେ ଆର୍ଥିକ ସାହାଯ୍ୟ, ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ଶତପ୍ରତିଶତ ବୋନସ ପ୍ରଦାନ ଆଦି ବିଭିନ୍ନ ଦାବୀ ନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ହେଉଥିବା ଆନ୍ଦୋଳନ ରେ ନାକଟିଦେଉଳ ର ତୋଳାଳୀ ଓ କର୍ମଚାରୀ ମାନେ ବହୁ ପରିମାଣରେ ସାମିଲ ନିବେଦନ କରାଯାଇଥିଲା।

ବିଗତ ଦିନରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କେନ୍ଦୁପତ୍ର ସଂସ୍ଥା ରେ ଓଡ଼ିଶାର ତେର ଲକ୍ଷ୍ୟ ତୋଳାଳୀ ଏବଂ ଅଠର ହଜାର ସିଜିନାଲ କର୍ମଚାରୀ ଙ୍କ ଜୀବନ ଜୀବିକା ନିର୍ଭର କରୁଥିବା ବେଳେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବୀ ଉପରେ ସରକାର ଗୁରୁତ୍ୱ ସହକାରେ ନେବା ପାଇଁ ସଂଘ ପକ୍ଷରୁ ଦାବି ଉପସ୍ଥାପନା କରାଯାଇଥିଲା।

ଆଜିର ଏହି ବୈଠକରେ ରେଞ୍ଜ ସମ୍ପାଦକ ଭିକାରୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ସଂଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘ କୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ପାଇଁ ଆହ୍ଵାନ କରିଥିଲେ। ରାଜ୍ୟ ସମ୍ପାଦକ ଅନାଦି ସାହୁ, ଡିଭିଜନ ସହ ସମ୍ପାଦକ ଉଦିତ ତ୍ରିପାଠୀ, ସୁମିତ୍ ପଟେଲ, ଦେବଜ୍ୟୋତୀ ପଟ୍ଟନାୟକ, କପିଳ ଧଳ, ଦେବାନନ୍ଦ ମାଝୀ, ଅଜିତ ଦେଓ, ନେତ୍ରା ସାହୁ, ରଞ୍ଜିତ ସାହୁ, ନରୋତ୍ତମ ବିଶି, ଫଡ଼ି ସଭାପତି ଯୋଷଦା ରାଉତ, ରଶ୍ମିତା ବାରିକ, ମମତା ରାଣୀ ସାହୁ ଫଡ଼ି ସମ୍ପାଦକ ଧାନେଶ୍ୱରି ପ୍ରଧାନ, କୃଷ୍ଣ ପ୍ରିୟା ପ୍ରଧାନ, ସତ୍ୟବତୀ ବିଶି ପ୍ରମୁକ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।