କନ୍ୟା ବିବାହ ଓ ଛାତ୍ର ବୃତ୍ତି ପାଇଁ ଆର୍ଥିକ ସାହାଯ୍ୟ ଦାବୀ କଲା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

Published: Oct 20, 2022, 7:37 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଶିମିଳିପାଳ ରେଞ୍ଜର ପାଇକମାଳ, ହିନ୍ତରରାଇ, ଲାଇଜା, ଡ଼ଇଁଚା, ଗୋଗୁଆ ଠାରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦାବୀ ଉତ୍ ଥାପନ କରାଯାଇଛି। ବିଶେଷ ଭାବରେ କେନ୍ଦୁପତ୍ର ସଂସ୍ଥା କୁ ଘରୋଇକରଣ କରାଯିବା ପାଇଁ କରାଯାଉଥିବା ଷଡ଼ଯନ୍ତ୍ର ରୁ କ୍ଷାନ୍ତ ରହିବା ପାଇଁ ଦାବୀ କରାଯାଇଥିଲା। କେନ୍ଦୁପତ୍ର ଉପରୁ ସଂଗ୍ରହ କରାଯାଇଥିବା ୧୮% ଜି ଏସ ଟି ପ୍ରତ୍ୟାହାର, ସାମାଜିକ ସୁରକ୍ଷା ଯୋଜନା ରେ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଝିଅ ବିବାହ ରେ ଆର୍ଥିକ ସାହାଯ୍ୟ, ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ଶତପ୍ରତିଶତ ବୋନସ ପ୍ରଦାନ, କେନ୍ଦୁପତ୍ର ସଂସ୍ଥା କୁ ୨୦୦ କୋଟି ଟଙ୍କା ପ୍ରଦାନ ଆଦି ବିଭିନ୍ନ ଦାବୀ ନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ହେଉଥିବା ଆନ୍ଦୋଳନ ବିଷୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ପ୍ରକାଶ କରିଥିଲେ।

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇ ଜି ଏସ ଟି ବାବଦରେ ନେଇଥିବା ଚାରି ଶହ କୋଟି ଟଙ୍କା ସଂସ୍ଥା କୁ ଫେରସ୍ତ କରିବା ପାଇଁ ଦାବୀ କରାଯାଇଛି।

ଡିଭିଜନ ସମ୍ପାଦକ କିଶୋର ପ୍ରଧାନ ଆଜିର ସଭାରେ ସଭାପତିତ୍ବ କରିଥିବାବେଳ ଏହି ବୈଠକରେ ରାଜ୍ୟ ସମ୍ପାଦକ ଅନାଦି ସାହୁ, ନାକଟିଦେଉଳ ରେଞ୍ଜ ସମ୍ପାଦକ ଭିକାରୀ ପ୍ରଧାନ, ପୁଲୀନ ବିହାରୀ ସାହୁ, ରାମପୁର ରେଞ୍ଜ ସମ୍ପାଦକ ଜିତେନ୍ଦ୍ରିୟ ଷଣ୍ଢ, ବିକାଶ ସାହୁ, ସୁମିତ୍ ପଟେଲ, ଦେବଜ୍ୟୋତୀ ପଟ୍ଟନାୟକ, ଯୁଧିଷ୍ଟିର ସାହୁ, ଉଦ୍ଧବ ବେହେରା , ସୁରେନ୍ଦ୍ର ରାଉଳ, ଇନ୍ଦ୍ରମଣି ବିଶ୍ଵାଳ, ପ୍ରସଦି ସାହୁ, ତୁସ କିଣ୍ଡୋ, ଉମେଶ ପ୍ରଧାନ, ଧୁବା ବାଘ୍, ଫଡ଼ି ସଭାପତି ଧରଣୀଧର ସାହୁ, କୁନି ଗଡ଼ନାୟକ, ତ୍ରିପୁରା ବେହେରା, ରିତା ପ୍ରମୁଖ ସାମିଲ ହୋଇଥିଲେ।

Related posts