ପଶ୍ଚିମବଙ୍ଗ ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

Published: Jul 22, 2020, 7:00 pm IST

ଭୁବନେଶ୍ବର, ଜୁଲାଇ ୨୩, ୨୫ ଓ ୨୯ ତାରିଖକୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ, ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗର ଯେ କୌଣସି ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ସୂଚିତ କରାଯାଉଅଛି ଯେ, ସରକାରୀ ଓ ବେସରକାରୀ ପରିବହନ ବନ୍ଦ ସହିତ ପଶ୍ଚିମ ବଙ୍ଗକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଅଛି। ଯାତ୍ରୀମାନେ ଏଥିପ୍ରତି ଧ୍ୟାନଦେଇ ସେମାନଙ୍କର ଯାତ୍ରା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଉଅଛି।

ବର୍ତ୍ତମାନ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦୁଇଟି ଟ୍ରେନ ଯଥା ୦୨୭୦୪- ଭୁବନେଶ୍ୱର-ହାଓଡ଼ା ଏବଂ ୦୨୨୦୨- ଭୁବନେଶ୍ୱର-ସିଆଲଦା ସ୍ୱତନ୍ତ୍ର ଟ୍ରେନ ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗକୁ ଚଳାଚଳ କରୁଛି।

ଏହା ବ୍ୟତୀତ, ଦୁଇଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଯଥା ୦୨୨୪୬-ଯଶୋବନ୍ତପୁର-ହାଓଡ଼ା ଏବଂ ୦୨୭୦୪- ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପଶ୍ଚିମ ବଙ୍ଗକୁ ଯାତ୍ରା କରୁଛି।

ଉପରୋକ୍ତ ଟ୍ରେନର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କର ଯାତ୍ରା ଯୋଜନା ସ୍ଥିର କରିବାକୁ ପରାମର୍ଶ ଦିଆଯାଉଅଛି।

Related posts