Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳବାଇ ପକ୍ଷରୁ ହୋଲି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।  ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପାଞ୍ଚ ଯୋଡି ହୋଲି ସ୍ପେସିଆଲ୍ ଟ୍ରେନ୍ ପୁନେ, ପାଟନା ଏବଂ ନିଜାମୁଦ୍ଦିନ ଷ୍ଟେସନକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପୂର୍ବରୁ ଚଳାଚଳ କରୁଥିବା କିଛି ସ୍ୱତନ୍ତ୍ର ଟ୍ରେନର ସେବାକୁ ମଧ୍ୟ ବର୍ଦ୍ଧିତ କରାଯାଇଅଛି।

ପର୍ବପର୍ବାଣି ସମୟରେ ଭାରତୀୟ ରେଳବାଇ ଅଧିକ ସଂଖ୍ୟକ ଟିକେଟ୍ ବୁକିଂର ନଜର ରହିଛି। ଯାହା ଫଳରେ ନିୟମିତ ଟ୍ରେନରେ ଟିକେଟ୍ ର ଲମ୍ବା ଅପେକ୍ଷା ତାଲିକା ଦେଖିବାକୁ ମିଳୁଛି। ଭାରତୀୟ ରେଳବାଇର ଯାତ୍ରୀ ପ୍ରୋଫାଇଲ୍ ମ୍ୟାନେଜମେଣ୍ଟ ୟୁନିଟ୍ ଯାତ୍ରୀଙ୍କ ଅସୁବିଧାକୁ ମୁକ୍ତ କରିବା ପାଇଁ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ଉପରେ ନଜର ରଖିଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରାଇବା ବ୍ୟତୀତ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମାର୍ଗରେ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି।

ବର୍ଥ ଉପଲବ୍ଧ – ସ୍ୱତନ୍ତ୍ର ଟ୍ରେନ୍ କିପରି ଖୋଜିବେ:

ଯଦି, ଏହି ଉତ୍ସବ ସମୟରେ ଯାତ୍ରୀମାନେ ନିୟମିତ ଟ୍ରେନରେ ଅପେକ୍ଷା ତାଲିକା ସ୍ଥିତି ପ୍ରାପ୍ତ କରୁଛନ୍ତି, ତେବେ ସେମାନେ ପୂର୍ବତଟ ରେଳ ପରିସୀମା ମଧ୍ୟରୁ ସ୍ୱତନ୍ତ୍ର ଟ୍ରେନରେ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ। ସ୍ପେଶାଲ୍ ଟ୍ରେନ୍ ନମ୍ବର “0” (ଶୂନ) କିମ୍ବା “8” ରୁ ଆରମ୍ଭ ହୋଇଥାଏ ଏବଂ ଯାତ୍ରୀମାନେ ଏହାକୁ ଅନଲାଇନ୍ ଟିକେଟ୍ ପାଇଁ ନ୍ୟାସନାଲ୍ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ୍ (NTES) ରୁ ସହଜରେ ପାଇପାରିବେ କିମ୍ବା କାଉଣ୍ଟର ଟିକେଟ୍ ପାଇଁ PRS ଅନୁସନ୍ଧାନ କାଉଣ୍ଟରରେ ପଚାରିପାରନ୍ତି।

ସ୍ପେଶାଲ ଟ୍ରେନରେ ବର୍ଥ ଉପଲବ୍ଧ। ଏହି ଉତ୍ସବ ସମୟରେ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ଏବଂ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରି ଅତିରିକ୍ତ ବର୍ଥ ସୃଷ୍ଟି କରିଛି। ଯାତ୍ରୀମାନେ IRCTC ୱେବସାଇଟ୍ ଅନୁସରଣ କରି କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ କିମ୍ବା PRS କାଉଣ୍ଟରରୁ ଟିକେଟ୍ ବୁକ୍ କରିପାରିବେ।  ନିକଟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବା ବିଷୟରେ ପୂର୍ବତଟ ରେଳପଥ ମଧ୍ୟ ସୂଚିତ କରିଛି।  ଯାତ୍ରୀମାନେ ପୂର୍ବତଟ ରେଳପଥର ଫେସବୁକ୍ ପେଜ୍ @EASTCOASTRailway ଏବଂ ଟ୍ୱିଟର ‘X’ ଆକାଉଣ୍ଟ୍ @EastCoastRail ଅନୁସରଣ କରି ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ମଧ୍ୟ ପାଇପାରିବେ।

ସମ୍ବଲପୁର-ପୁନେ ହୋଲି ବିଶେଷ ଟ୍ରେନ:

08327/08328 ସମ୍ବଲପୁର-ପୁନେ-ସମ୍ବଲପୁର ହୋଲି ସ୍ପେଶାଲ 17 ମାର୍ଚ୍ଚରୁ 31 ମାର୍ଚ୍ଚ 2024 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ସମ୍ବଲପୁରରୁ ରାତ୍ରି 10 ଘଟିକା ରେ ଛାଡିବ।  ଫେରିବା ମାର୍ଗରେ ଏହା ପୂନେରୁ 19 ମାର୍ଚ୍ଚ ରୁ 2 ଏପ୍ରିଲ 2024 ପର୍ଯ୍ୟନ୍ତ ପୁନେ ରୁ ପୂର୍ବାହ୍ନ 09ଘ.15ମି.ରେ ଛାଡିବ।

ଏହି ଟ୍ରେନ୍ ବରଗଡ ରୋଡ୍, ବଲାଙ୍ଗୀର, ଟିଟିଲାଗଡ, କାଣ୍ଟାବାଞ୍ଜୀ, ଖରିଆର ରୋଡ, ରାୟପୁର, ନାଗପୁର, ଅହମଦନଗର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ ସହିତ 21 ଟି ଷ୍ଟେସନ ଠାରେ ରହଣି କରିବ। ଏହାର ଗଠନରେ ଗୋଟିଏ ଏସି-2 ଟାୟାର, ଚାରିଟି ଏସି -3 ଟାୟାର, ନଅଟି ସ୍ଲିପର କ୍ଲାସ, ଛଅଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ପୁରୀ-ପାଟନା ହୋଲି ବିଶେଷ ଟ୍ରେନ:

08477/08478 ପୁରୀ-ପାଟନା-ପୁରୀ ହୋଲି ସ୍ପେଶାଲ୍ 18 ରୁ 25 ମାର୍ଚ୍ଚ 2024 ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ପୁରୀ ଠାରୁ ଅପରାହ୍ନ 04ଘ.45ମି.ରେ ଛାଡିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟଣା ଠାରୁ 19 ମାର୍ଚ୍ଚରୁ 26 ମାର୍ଚ୍ଚ 2024 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ 01ଘ.15ମି.ରେ ଛାଡିବ।

ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ଆଦ୍ରI, ଜସିଡିହ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ ସହିତ 18 ଟି ଷ୍ଟେସନ ଠାରେ ରହଣି କରିବ। ଏହି ଟ୍ରେନ ରେ ଗୋଟିଏ ଏସି-2 ଟାୟାର୍, ଛଅଟି ଏସି -3 ଟାୟାର୍, ସାତୋଟି ସ୍ଲିପର କ୍ଲାସ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ସମ୍ବଲପୁର ସିଟି ମାର୍ଗ ଦେଇ ପୁରୀ-ନିଜାମୁଦ୍ଦିନ ହୋଲି ସ୍ପେଶାଲ୍:

08475/08476 ପୁରୀ-ନିଜାମୁଦ୍ଦିନ-ପୁରୀ ହୋଲି ସ୍ପେଶାଲ୍ 22 ମାର୍ଚ୍ଚରୁ 29 ମାର୍ଚ୍ଚ 2024 ମଧ୍ୟରେ ପୁରୀ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ଭୋର 04ଘ.50ମି.ରେ ଛାଡିବ। ଫେରିବା ମାର୍ଗରେ ଏହି ଟ୍ରେନ ନିଜାମୁଦ୍ଦିନ ଠାରୁ 23 ମାର୍ଚ୍ଚରୁ 30 ମାର୍ଚ୍ଚ 2024 ମଧ୍ୟରେ ପ୍ରତି ଶନିବାର ରାତ୍ରି 11ଘ.35ମି.ରେ ଛାଡିବ।

ଏହି ଟ୍ରେନ୍ ଖୋର୍ଦା ରୋଡ୍, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ସମ୍ବଲପୁର ସିଟି, ବିଳାସପୁର, ଗ୍ୱାଲିୟର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ ସହିତ 18 ଟି ଷ୍ଟେସନରେ ରହଣି କରିବ।

ବିଶାଖାପାଟନମ୍-ନିଜାମୁଦ୍ଦିନ ହୋଲି ବିଶେଷ ଟ୍ରେନ:

08571/08572 ବିଶାଖାପାଟନମ୍-ନିଜାମୁଦ୍ଦିନ- ବିଶାଖାପାଟନମ୍ ହୋଲି ସ୍ପେଶାଲ୍ 23 ମାର୍ଚ୍ଚରୁ 30 ମାର୍ଚ୍ଚ 2024 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ପୂର୍ବାହ୍ନ 08ଘ.20ମି.ରେ ଛାଡିବ।  ଫେରିବା ମାର୍ଗରେ ଏହି ଟ୍ରେନ 24 ମାର୍ଚ୍ଚରୁ 31 ମାର୍ଚ୍ଚ 2024 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ନିଜାମୁଦ୍ଦିନ ଠାରୁ ରାତ୍ରି 11ଘ.35ମି.ରେ ଛାଡିବ।

ଏହି ଟ୍ରେନ୍ ବିଜୟନଗରମ୍, ରାୟଗଡା, ଟିଟିଲାଗଡ, ଖରିଆର ରୋଡ୍, ରାୟପୁର, ନ୍ୟୁ କାଟନି, ଗ୍ୱାଲିୟର, ମଥୁରା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ ସହିତ 19 ଟି ଷ୍ଟେସନ ଠାରେ ରହଣି କରିବ। ଏହି ଟ୍ରେନ ରେ ଦୁଇଟି ଏସି-2 ଟାୟାର, 13 ଏସି -3 ଟାୟାର, ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଜେନେରେଟର କାର ଉପଲବ୍ଧ ଅଛି।

ବିଶାଖାପାଟନମ୍-ପାଟନା ହୋଲି ବିଶେଷ ଟ୍ରେନ:

08517/08518 ବିଶାଖାପାଟନମ୍-ପାଟନା- ବିଶାଖାପାଟନମ୍ ହୋଲି ସ୍ପେସିଆଲ୍ ଟ୍ରେନ ମାର୍ଚ୍ଚ 20 ରୁ 27 ମାର୍ଚ୍ଚ 2024 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମ୍ ଠାରୁ ପୂର୍ବାହ୍ନ 09ଘ.25ମି.ରେ ଛାଡିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ ମାର୍ଚ୍ଚ 21 ରୁ 28 ମାର୍ଚ୍ଚ 2024 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଅପରାହ୍ନ ୦୧ ଘଟିକାରେ ଦିନ ପାଟନା ଠାରୁ ଛାଡିବ।

ଏହି ଟ୍ରେନ୍ ବିଜୟନଗରମ୍, ଶ୍ରୀକାକୁଲମ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ଆଦ୍ରI, ଜସିଡିହ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ ସହିତ 24 ଟି ଷ୍ଟେସନ ଠାରେ ରହଣି କରିବ। ଏହି ଟ୍ରେନ ରେ ଦୁଇଟି ଏସି-2 ଟାୟାର, 13 ଏସି -3 ଟାୟାର, ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଜେନେରେଟର କାର ଉପଲବ୍ଧ ଅଛି।

Categories
ଆଜିର ଖବର ରାଜ୍ୟ ଖବର

​ଚିତ୍ରାଙ୍କନ ମାଧ୍ୟମରେ ରେଳ ଷ୍ଟେସନର ରୂପାନ୍ତରଣ: କୃତକାର୍ଯ୍ୟ ବିଦ୍ୟାର୍ଥୀମାନେ ହେବେ ପୁରସ୍କୃତ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 26.02.2024 ତାରିଖ (ସୋମବାର) ଦିନ ଅମୃତ ଷ୍ଟେସନ ଯୋଜନା ଅଧୀନରେ 554 ରେଳ ଷ୍ଟେସନର ପୁନର୍ବିକାଶ ସହିତ 1500 ରୋଡ ଓଭର ବ୍ରିଜ (ROBs) ଏବଂ ରୋଡ ଅଣ୍ଡର ବ୍ରିଜ (RUB) ଗୁଡିକର ଭିଡିଓ କନଫରେନସିଂ ମାଧ୍ୟମରେ ଶିଳାନ୍ୟାସ କରିବା ସହିତ ଉଦ୍ଘାଟନ ଓ ଦେଶକୁ ସମର୍ପଣ କରିବେ।

ଅମୃତ ଷ୍ଟେସନ ଅଧୀନରେ ପୂର୍ବତଟ ରେଳପଥର ର 22 ଟି ଷ୍ଟେସନ୍ ପୁନର୍ବିକାଶ କରାଯିବ ଏବଂ 30 ROB / RUB ଦେଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ / ଦେଶକୁ ସମର୍ପଣ କରାଯିବ। ଏହି ପରିପ୍ରେକ୍ଷୀରେ, ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସହରରେ ଥିବା ବିଦ୍ୟାଳୟ ମାନଙ୍କରେ “2047: ବିକଶିତ ଭାରତ ର ବିକଶିତ ରେଳ” ପ୍ରସଙ୍ଗରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

​ଏହି ପ୍ରତିଯୋଗିତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 78 ଟି ସ୍କୁଲ୍ ର ପ୍ରାୟ 11000 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ କୃତକାର୍ଯ୍ୟ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସୋମବାର ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କୃତ କରାଯିବ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି 2047 ସୁଦ୍ଧା ଆମ ଦେଶ ବିକାଶଶୀଳ ହାସଲ କରିବା ପାଇଁ ଭାରତୀୟ ରେଳ କିପରି ଆଧୁନିକୀକରଣ ପଥରେ କ୍ରମାଗତ ଭାବରେ ଆଗକୁ ବଢୁଛି ସେହି ସମ୍ବନ୍ଧରେ ଛାତ୍ରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

2047 ସୁଦ୍ଧା ଭାରତୀୟ ରେଳବାଇର ବିକଶିତ ସ୍ଥିତି ପାଇଁ ଯୁବ ପ୍ରତିଭାଶାଳୀ ପିଲାମାନଙ୍କ ମନରେ ଥିବା ଦୃଷ୍ଟିକୋଣ, ଧାରଣା, ପରାମର୍ଶ, ଆଶା ଏବଂ ଦୂରଦୃଷ୍ଟିକୁ ପରିପ୍ରକାଶ କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଅକ୍ସିଜେନ ପରିବହନ ପାଇଁ ରେଳବାଇ ଆରମ୍ଭ କଲା ରୋ-ରୋ ସେବା, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ, କୋଭିଡ -୧୯ ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅମ୍ଳଜାନ (ଅକ୍ସିଜେନ) ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହୋଇଛି।

ପ୍ରଥମ ରୋଲ୍ ଅନ୍-ରୋଲ୍ ଅଫ୍ (ରୋ-ରୋ) ଅମ୍ଳଜାନ (ଅକ୍ସିଜେନ) ଏକ୍ସପ୍ରେସ ବର୍ତ୍ତମାନ ମହାରାଷ୍ଟ୍ରର କଲାମ୍ବୋଲି ଗୁଡ୍ ଶେଡ୍ରୁ ଆସିଥିବା ସାତଟି ଖାଲି ଟ୍ୟାଙ୍କର୍ ପୂର୍ବତଟ ରେଳପଥରେ ଅଛି। ଏହା ଆଜି ସକାଳେ ବିଶାଖାପାଟନମ୍ ଠାରେ ଅବସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ ପହଞ୍ଚିଛି। ଆସିଥିବା ଖାଲି ଟ୍ୟାଙ୍କରରେ ତରଳ ମେଡିକାଲ ଅମ୍ଳଜାନ (ଖଗଙ) ଭରଣ କରାଯିବ। ପ୍ରତ୍ୟେକ ଟ୍ୟାଙ୍କରରେ ପ୍ରାୟ ୧୫ ଟନ୍ ଖଗଙ ଲୋଡ୍ ହେବ। ଏହା ପରେ ମହାରାଷ୍ଟ୍ର ଆଡକୁ ଗତି କରିବ।

ଗତ ବର୍ଷ ଲକ୍ ଡାଉନ ସମୟରେ ରେଳବାଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ଅତ୍ୟାବଶକୀୟ ଯୋଗାଣ ଶୃଙ୍ଖଳାକୁ ଅକ୍ଷୁର୍ଣ୍ଣ ରଖିଥିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ରାଷ୍ଟ୍ରର ସେବା ଜାରି ରଖିଥିଲା। ଚଳିତ ବର୍ଷ ଅକ୍ସିଜେନ୍ ଏକ୍ସପ୍ରେସ ଦେଶର ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ସହିତ ରୋଗୀ ଏବଂ ବିଭିନ୍ନ ଡାକ୍ତରଖାନାକୁ ଅକ୍ସିଜେନ ଯୋଗାଇବାରେ ସାହାଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶେଷ ହେଲା ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ରେଳ ବିଦ୍ୟୁତିକରଣ କାର୍ଯ୍ୟ

ଭୁବନେଶ୍ବର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ କୋଲକାତାସ୍ଥିତ ରେଳ ସୁରକ୍ଷା ଆୟୁକ୍ତ ପୂର୍ବ ତଟ ରେଳପଥର ପ୍ରମୁଖ ବୈଦ୍ୟୁତିକ ଇଞ୍ଜିନିୟର ବି. ପି. ପଣ୍ଡା, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏସ.କେ ସିଂ ଏବଂ ରେଳ ବିଦ୍ୟୁତିକରଣର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି) ଶ୍ରୀ କେ ନାଗେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ୬୬ କିଲୋମିଟର ଦୈର୍ଘ୍ୟ ରେଳ ଲାଇନରେ ବିଦ୍ୟୁତିକରଣ କାର‌୍ୟ୍ୟ ଯାଞ୍ଚ କରିଛନ୍ତି।

ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ପରିଚାଳିତ ଯାଞ୍ଚ ସମୟରେ ସ୍ୱତନ୍ତ୍ର ଟ୍ରେନ କୁ ଇଲେକ୍ଟ୍ରିକ ଲୋକୋମୋଟିଭ ଦ୍ୱାରା ନୟାଗଡ଼ ଟାଉନ୍ ଠାରୁ ଖୋର୍ଦ୍ଧା ରୋଡ୍ ପର‌୍ୟ୍ୟନ୍ତ ୮୦ କିଲୋମିଟର ବେଗରେ ଚଳାଚଳ କରାଯାଇ ନୀରିକ୍ଷଣ କାର‌୍ୟ୍ୟ ସମ୍ପାଦନ କରାଯାଇଥିଲା। ଏହି ବିଦ୍ୟୁତିକରଣ ପ୍ରକଳ୍ପ ପାଇଁ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ନୟାଗଡ଼ ଟାଉନରୁ ମହିପୁର ପର‌୍ୟ୍ୟନ୍ତ ରେଳ ବିଦ୍ୟୁତିକରଣ କାର‌୍ୟ୍ୟ ମଧ୍ୟ ଶୀଘ୍ର ଶେଷ ହେବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଫିଟନେସ କା ଡୋଜ ଅଧା ଘଣ୍ଟା ରୋଜ ରେ ଯୋଗଦେଲା ପୂର୍ବତଟ ରେଳପଥ

ଭୁବନେଶ୍ବର, ପ୍ରଧାନମନ୍ତ୍ରୀଙ୍କ “ଫିଟନେସ କା ଡୋଜ ଅଧା ଘଣ୍ଟା ରୋଜ” ରେ ଯୋଗଦେଇ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ ଫିଟ ଇଣ୍ଡିଆ ମୁଭମେଣ୍ଟକୁ ସ୍ମରଣୀୟ କରିବା ପାଇଁ ଏକ ସାଇକ୍ଲୋଥନ କାର‌୍ୟ୍ୟକ୍ରମ ଆୟୋଜନ କରିଥିଲା ଓ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳସଦନ ଠାରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧ ଶ୍ରୀ ସୁଧୀର କୁମାର ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ସାଇକ୍ଲୋଥନ କାର‌୍ୟ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ ଓ ଏହି କାର‌୍ୟ୍ୟକ୍ରମରେ ବହୁ ବରିଷ୍ଠ ରେଳବାଇ ଅଧିକାରୀମାନଙ୍କ ସହିତ କ୍ରୀଡ଼ାବିତ ମାନେ ଯୋଗଦେଇଥିଲେ।

ଏହି ସାଇକ୍ଲୋଥନ ରେଳ ସଦନରୁ ବାହାରି ପ୍ରେସ୍ ଛକ,ରେଳ ଷ୍ଟାଡିୟମ ଦେଇ ରେଳ ସଦନରେ ପହଞ୍ଚି ଥିଲା। ଇକୋର୍ସାର ସଭାପତି ତଥା ପ୍ରମୁଖ ମୁଖ୍ୟ ମେକାନିକାଲ ଇଂଜିନିୟର ଶ୍ରୀ ଗୌତମ ଦତ୍ତ ସାଇକ୍ଲୋଥନ ଦଳର ନେତୃତ୍ବ ନେଇ ଥିଲା ବେଳେ ଇକୋର୍ସାର ସାଧାରଣ ସମ୍ପାଦକ ତଥା ପୂର୍ବତଟ ରେଳପଥର ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏଣିକି ଟ୍ରେନ ବଗି କେଉଁ ପ୍ରକାରର ଚିହ୍ନିବା ପାଇଁ ବାହାରେ ଲାଗିବ ଷ୍ଟ୍ରିପ୍ ସଙ୍କେତ, ଜାଣନ୍ତୁ କାହା ପାଇଁ କଣ

ଭୁବନେଶ୍ବର, ପ୍ରଥମ ଶ୍ରେଣୀ ସଂରକ୍ଷଣ, ମହିଳା କିମ୍ବା ଭିନ୍ନକ୍ଷମ। ଲମ୍ବା ଟ୍ରେନର କେଉଁ ବଗି କାହା ପାଇଁ ସଂରକ୍ଷିତ ତାହା ଜାଣିବା ମୁସ୍କିଲ। ଏହି ସମସ୍ୟାର ଦୂର କରିବା ପାଇଁ ପୂର୍ବତଟ ରେଳପଥ ଏକ ନୂଆ ପଦ୍ଧତି ଅବଲମ୍ବନ କରିଛି। ତାହା ହେଉଛି ଏଣିକି ବଗି ବାହାରେ ବିଭିନ୍ନ ଷ୍ଟ୍ରିପ ସଙ୍କେତ ଲାଗିବ। ଫଳରେ ଯାତ୍ରୀମାନେ ବହୁ ଦୂରରୁ ଦେଖି ସେଗୁଡିକ କେଉଁ ପ୍ରକାରର ବଗି ତାହା ଜାଣିପାରିବେ। ସେହି ଚିହ୍ନଗୁଡିକ ହେଲା..

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରେଳ ଚଳାଚଳ ବନ୍ଦ ବେଳେ ମଞ୍ଚେଶ୍ବର ୱାର୍କସପ କର୍ମଚାରୀ କରୋନା ସୁରକ୍ଷା ସାମଗ୍ରୀ କଲେ ପ୍ରସ୍ତୁତ

ଭୁବନେଶ୍ବର, ଏକ ନୂଆ ଉଦାହରଣ ସୃଷ୍ଟି କରିଛି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା। ଲକଡାଉନ ସମୟରେ ଏଥିରେ ରେଳଡବା ମରାମତି ସହିତ କୋଭିଡି ସମ୍ପର୍କିତ ସୁରକ୍ଷା ଓ ଜନ ମଙ୍ଗଳକାରୀ ଉପକରଣ ପ୍ରସ୍ତୁତ କରି ସମୟ ବିନିଯୋଗ କରିଛି। ଏଥିରେ କର୍ମଚାରୀମାନେ ଯାହାଯାହା ଉତ୍ପାଦନ କରିଛନ୍ତି ତାହା ହେଲା.

● ଲକ ଡାଉନ ସମୟରେ କୋଭିଡ୍ ରୋଗୀଙ୍କ ପାଇଁ ୫୧ ଟି ଆଇସୋଲେସନ କୋଚ ପ୍ରସ୍ତୁତ
● ୩୭୪୩ ଲିଟର ସାନିଟାଇଜର ଏବଂ ୭୭୩୨ ମାସ୍କ ପ୍ରସ୍ତୁତ
● କୋଭିଡ୍ ରୋଗୀଙ୍କ ପାଇଁ ଫୋମ୍ ସହିତ ୧୦୪ ଟି ବେଡ୍ ପ୍ରସ୍ତୁତ
● ୬୧ ଟି ଅମ୍ଳଜାନ ସିଲିଣ୍ଡର ଷ୍ଟାଣ୍ଡ ଏବଂ ୧୦ଟି ମେଡିକାଲ ଉପକରଣ ଟ୍ରଲି ପ୍ରସ୍ତୁତ
● ୩୫ ଟି ପେଡାଲ ବ୍ୟବହୃତ ସାନିଟାଇଜର ଡିସପେନସର୍ ଏବଂ ୨୧ ପେଡାଲ ବ୍ୟବହୃତ ଅପରେଟେଡ୍ ହ୍ୟାଣ୍ଡ୍ ୱାଶ୍ ବେସିନ ପ୍ରସ୍ତୁତ
● ୩୧୬ ଟି ରେଳ କୋଚ୍ ମରାମତି କରାଯାଇ ବିଭିନ୍ନ ରେଳମଣ୍ଡଳକୁ ପଠାଯାଇଛି

ଲକଡାଉନ୍ ସମୟରେ, ଯେତେବେଳେ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା ସେତେବେଳେ କେବଳ କିଛି ସ୍ପେଶାଲ୍ ଟ୍ରେନ୍ ଏବଂ ଶ୍ରମିକ ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯାଇ ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପଠାଯାଉଥିଲା। ଏହା ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବା ପାଇଁ ମାଲ ପରିବହନ ଏବଂ ପାର୍ସଲ ଟ୍ରେନ ଚଳାଚଳକୁ ଗୁରୁତ୍ୱ ଦିଆଯାଇଥିଲା। ଅତିରିକ୍ତ କାର୍ଯ୍ୟ ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ସୁଚିନ୍ତିତ ପଥରେ ଏହି ଲକଡାଉନ୍ ସମୟକୁ ଭଲଭାବେ ବିନିଯୋଗ କରିପାରିଛି।

ଏପ୍ରିଲ ରୁ ଜୁଲାଇ ମଧ୍ୟରେ ଲକ ଡାଉନ ସମୟ ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା କୋଭିଡି-୧୯ ସମ୍ବନ୍ଧୀୟ ଉପକରଣକୁ ନିଜ ୱାର୍କସପ ରେ ନିର୍ମାଣ କରିଛି। ଏହି ସମୟ ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ବିଶ୍ୱ ମହାମାରୀ ଭାଇରସ ଯେପରି ଅନ୍ୟ ଲୋକମାନଙ୍କୁ ସଂକ୍ରମିତ ନହେବ ସେଥିପ୍ରତି ଧ୍ୟାନଦେଇ କୋଭିଡି ସଂକ୍ରମିତ ରୋଗୀମାନଙ୍କ ପାଇଁ ୫୧ଟି କୋଚ କୁ ଆଇସୋଲେସନ କୋଚ ରେ ରୂପାନ୍ତରିତ କରିଥିଲା।

ଏହି ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ରେଳକର୍ମଚାରୀ ମାନଙ୍କ ପାଇଁ ୩୭୪୩ ଲିଟର ସାନିଟାଇଜର ଓ ୭୭୩୨ ଟି ମାସ୍କ ତିଆରି କରିଥିଲା ଓ ସଂକ୍ରମିତ ରୋଗୀ ମାନଙ୍କ ପାଇଁ ଏହି ୱାର୍କଶପ ଗାଡି ସହିତ ୧୦୪ ଟି ଶଯ୍ୟା ତିଆରି କରିପାରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୬ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସୃଷ୍ଟି କଲା ୫.୫ ଲକ୍ଷରୁ ଅଧିକ ଶ୍ରମ ଦିବସ

ଭୁବନେଶ୍ବର, ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଭାରତୀୟ ରେଳବାଇ ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୫.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଛି । ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । କରୋନା ଦ୍ୱାରା ନିଯୁକ୍ତି ହରାଇ ନିଜ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ ।

ଏସବୁ ୬ଟି ରାଜ୍ୟରେ ୨୯୮୮ କୋଟି ଟଙ୍କ ବ୍ୟୟରେ ପ୍ରାୟ ୧୬୫ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୧,୨୯୬ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପ୍ରକଳ୍ପ କାର‌୍ୟ୍ୟକାରୀ କରୁଥିବା ଠିକାଦାମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟରେ ଭାରତୀୟ ରେଳବାଇ ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଛି । ରାଜ୍ୟ ସରକାରମାନଙ୍କ ସହ ନିବିଡ ସହଯୋଗ ଓ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ଏହା କରାଯାଇଛି । ପ୍ରବାସୀ ଶ୍ରମିକମାନେ ଯେପରି ଏହିସବୁ ପ୍ରକଳ୍ପରେ କାମ ପାଆନ୍ତି ଏବଂ ସେମାନଙ୍କୁ ମଜୁରି ପ୍ରଦାନରେ ଯେପରି ଅନିୟମିତତା ନ ହୁଏ ତାହା ଦେଖିବା ପାଇଁ ରେଳବାଇ ମନ୍ତ୍ରୀ ଗୋୟଲ ଜୋନସ୍ତରୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଯୋଜନାରେ ରେଳବାଇ ବିଭିନ୍ନ ପ୍ରକାର ପ୍ରକଳ୍ପକୁ ଚିହ୍ନଟ କରି କାର‌୍ୟ୍ୟକାରୀ କରୁଛି । ସେଥିମଧ୍ୟରେ ଲେବଲ କ୍ରସିଂ ପାଇଁ ଆପ୍ରୋଚ ରୋଡ଼ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳଧାରଣା ମଧ୍ୟରେ ଓ ପାଶ୍ୱର୍ରେ ଥିବା ଜଳପଥ, ଫୁକାର ଓ ନାଳଗୁଡିକର ମରାମତି ଓ ସଫେଇ, ରେଳ ଷ୍ଟେସନକୁ ସଂଯୋଗପଥ ନିର୍ମାଣ ଓ ତାହାର ମରାମତି ତଥା ରକ୍ଷଣାବେକ୍ଷଣ, ରେଳପଥର ଏମ୍ବାକ୍‌ମେଣ୍ଟକୁ ପ୍ରଶସ୍ତ କରିବା କାର‌୍ୟ୍ୟ, ରେଳବାଇ ଜମିରେ ଆବଶ୍ୟକସ୍ଥଳେ ବୃକ୍ଷରୋପଣ ଏବଂ ରେଳପଥର ଏମ୍ବାକ୍‌ମେଣ୍ଟ/କଟିଂ ଓ ବ୍ରିଜର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ବ୍ୟାପକଭାବେ କର୍ମନିଯୁକ୍ତି ଦେବା ସହ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକଙ୍କୁ କାମ ଯୋଗାଇଦେବା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି ଆଣିବା। କୋଭିଡ ମହାମାରୀ ଯୋଗୁଁ ବହୁ ସଂଖ୍ୟକ ଶ୍ରମିକ ବିଦେଶରୁ ଫେରିଆସି ନିଜର ଗାଁ ଗଣ୍ଡାରେ ରହିଥିବାବେଳେ ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଏହି ଯୋଜନା କାର‌୍ୟ୍ୟକାରୀ ହେଉଛି। ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମ ନିର୍ମାଣ କରିବାକୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ଘେନି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

୧୨୫ ଦିନ ପାଇଁ ଏହି ଅଭିଯାନ କାର‌୍ୟ୍ୟକାରୀ ହେଉଛି। ଏଥିରେ ୨୫ ପ୍ରକାର କାମ ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଓଡିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଥିବାରୁ ଏହି ୬ଟି ରାଜ୍ୟରେ ଏହାକୁ କାର‌୍ୟ୍ୟକାରୀ କରାଯାଉଛି। ଏଥିପାଇଁ ମୋଟ ୫୦ ହଜାର କୋଟି ଟଙ୍କାର ସମ୍ବଳ ଯୋଗାଣ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି।

କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଯୋଜନା କାର‌୍ୟ୍ୟକାରୀ ହେଉଛି । ଏଥିରେ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିଚ୍ଛନ୍ନତା, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ନୂଆ ଓ ଅକ୍ଷୟ ଶକ୍ତି, ବର୍ଡର ରୋଡ୍‌ସ, ଟେଲିକମ୍ ଓ କୃଷି ଆଦି ମନ୍ତ୍ରଣାଳୟ ଓ ବିଭାଗ ଅନ୍ତର୍ଭୁକ୍ତ।

Categories
ଅପରାଧ ବିଶେଷ ଖବର ବ୍ୟବସାୟ

ଭଦ୍ର ମୁଖାଧାରୀ ଅପରାଧୀଙ୍କୁ ଧରିବା ପାଇଁ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳପଥ ଆରମ୍ଭ କଲା ସାଇବର ସେଲ

ଭୁବନେଶ୍ବର, ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀ ର ପ୍ରୟୋଗ ନିମନ୍ତେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲକୁ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ଶ୍ରୀ ରାଜାରାମ, ବିଭାଗୀୟ ପ୍ରମୁଖ, ଡିଆରଏମ, ଖୋର୍ଦ୍ଧାରୋଡ ଶ୍ରୀ ଶଶୀକାନ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଉଦଘାଟନ କରିଛନ୍ତି l ଏଥିପାଇଁ ଉଚ୍ଚ ଗୁଣବତ୍ତାର ହାର୍ଡଓୟାର ଓ ସଫ୍ଟଓୟାର କ୍ରୟ କରାଯାଇ ସ୍ଥାପିତ କରାଯାଇଛି l ରେଳ ସୁରକ୍ଷା ବଳର ଏହି ସେଲରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଉଚ୍ଚ ପ୍ରଶିକ୍ଷିତ l

ଏହି ସାଇବର ସେଲ ନିଶ୍ଚିତ ରୂପେ ହାଇ ଟେକ ପଦ୍ଧତି ଓ ଆଇ ଟି ସିଷ୍ଟମ ମାଧ୍ୟମରେ ଭଦ୍ର ମୁଖାଧାରୀ ଅପରାଧୀ ମାନଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଅପରାଧକୁ ଠାବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହେବ ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସୂଚନା ଦେଇଛନ୍ତି l ବୃଦ୍ଧି ପାଉଥିବା ଅନ ଲାଇନ ଠକେଇକୁ ଧରିବା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ବୈଷୟିକ ତାଲିମ ଦେବା ଉପରେ, ସେ ଗୁରୁତ୍ୱାରୋପ କରିଥିଲେ l

ଅନଧିକୃତ ସଫ୍ଟଓୟାର / ଆପ୍ଲିକେସନ୍ ଦ୍ୱାରା ସଂରକ୍ଷଣ ପ୍ରଣାଳୀକୁ ବାଇପାସ କରି ଅଗ୍ରିମ ସଂରକ୍ଷଣ ବର୍ଥ କାରବାରରେ ସମ୍ପୃକ୍ତ ଅନୈତିକ ଲୋକଙ୍କୁ ଠାବ କରିବାରେ ଏହା ଫଳପ୍ରଦ ହେବ l ଏହି ଲୋକମାନେ ଆତୁର ଯାତ୍ରୀମାନଙ୍କ ଠାରୁ ଅତ୍ୟଧିକ ଉଚ୍ଚ ଦରରେ ଟିକଟ ବିକ୍ରୟ କରିଥାନ୍ତି l ଏହି ସେଲ ରେଳ ପରିସରରୁ ରେଳବାଇ ସାମଗ୍ରୀ ଚୋରି କରିବା, ରେଳ ଫାଟକ ଇତ୍ୟାଦି ଭାଙ୍ଗି ପଳାଇ ଯାଉଥିବା ଅପରାଧୀ ମାନଙ୍କୁ ଧରିବାରେ ସହାୟକ ହେବ l

ମହିଳା ଓ ଶିଶୁଙ୍କ ମାନଙ୍କ ପ୍ରତି ଘଟୁଥିବା ଅପରାଧ, ନିଶା କାରବାର, ରେଲୱେ ଷ୍ଟେସନ, ଟ୍ରେନ ଓ ରେଳ ପରିସରରେ ଘଟିଥିବା ଜଙ୍ଗଲଜାତ ଦ୍ରବ୍ୟର ଚୋରା କରବାର ଇତ୍ୟାଦି ଭଳି ଅପରାଧର ଡାଟା ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥା ମାନଂକୁ ମଧ୍ୟ ଅର୍ପଣ କରି ଦିଆଯିବ l ଏହି ପଦକ୍ଷେପ ନିଶ୍ଚିତ ରୂପେ ରେଳପଥରେ ଅପରାଧ ଘଟିବା ହ୍ରାସ କରି ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ ରେଳ ଯାତ୍ରାର ବାତାବରଣ ଉପଲବ୍ଧ କରାଇବା ସହିତ ରେଳବାଇ ସମ୍ପତ୍ତିକୁ ଉନ୍ନତ ନିରାପତ୍ତା ପ୍ରଦାନ କରିବ l

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମବଙ୍ଗ ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ବର, ଜୁଲାଇ ୨୩, ୨୫ ଓ ୨୯ ତାରିଖକୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ, ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗର ଯେ କୌଣସି ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ସୂଚିତ କରାଯାଉଅଛି ଯେ, ସରକାରୀ ଓ ବେସରକାରୀ ପରିବହନ ବନ୍ଦ ସହିତ ପଶ୍ଚିମ ବଙ୍ଗକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଅଛି। ଯାତ୍ରୀମାନେ ଏଥିପ୍ରତି ଧ୍ୟାନଦେଇ ସେମାନଙ୍କର ଯାତ୍ରା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଉଅଛି।

ବର୍ତ୍ତମାନ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦୁଇଟି ଟ୍ରେନ ଯଥା ୦୨୭୦୪- ଭୁବନେଶ୍ୱର-ହାଓଡ଼ା ଏବଂ ୦୨୨୦୨- ଭୁବନେଶ୍ୱର-ସିଆଲଦା ସ୍ୱତନ୍ତ୍ର ଟ୍ରେନ ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗକୁ ଚଳାଚଳ କରୁଛି।

ଏହା ବ୍ୟତୀତ, ଦୁଇଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଯଥା ୦୨୨୪୬-ଯଶୋବନ୍ତପୁର-ହାଓଡ଼ା ଏବଂ ୦୨୭୦୪- ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପଶ୍ଚିମ ବଙ୍ଗକୁ ଯାତ୍ରା କରୁଛି।

ଉପରୋକ୍ତ ଟ୍ରେନର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କର ଯାତ୍ରା ଯୋଜନା ସ୍ଥିର କରିବାକୁ ପରାମର୍ଶ ଦିଆଯାଉଅଛି।