Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଧୂଆଁନଳୀ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଚୋରି ଉଦ୍ୟମ ବିଫଳ, ଦୁଇ ଗିରଫ
ଆଜିର ଖବର

ବାଣପୁର ଧୂଆଁନଳୀ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଚୋରି ଉଦ୍ୟମ ବିଫଳ, ଦୁଇ ଗିରଫ

July 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଅନ୍ତର୍ଗତ ଧୂଆଁନଳୀ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଚୋରି ଉଦ୍ୟମ ବିଫଳ ହୋଇଛି। ଏହି ଘଟଣାରେ ଦୁଇ ଶାଗୁଆନ ଚୋରକୁ ବାଲୁଗାଁ ଜଙ୍ଗଲ ବିଭାଗ କର୍ମଚାରୀ ଗିରଫ କରିଛନ୍ତି।

ଗତକାଲି ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲୁଗାଁ ରେଞ୍ଜର ଶ୍ରୀ ଉତ୍ତମ ଗଡ଼ନାୟକ ବାଣପୁର ଧୂଆଁନଳୀ ସେକ୍ସନର ବନ କର୍ମଚାରୀଙ୍କ ସହଯୋଗରେ ତାମଣl ସରଂକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ ୧୩ ଅଞ୍ଚଳରେ ଚଢ଼ାଉ କରି ଦୁଇ ଜଣ ଶାଗୁଆନ କାଠ ଚୋରକୁ ଦୁଇ ବଡ଼ ଶାଗୁଆନ କାଠ ଗଣ୍ଡି ସହ ଗିରଫ କରିଛନ୍ତି।

ସେମାନେ ଚୋରାରେ ସରଂକ୍ଷିତ ଜଙ୍ଗଲ ଭିତରେ ଶାଗୁଆନ କାଠ କାଟୁଥିବା ବେଳେ ଧରା ପଡ଼ିଥିବା ବେଳେ ଅନ୍ୟ ୫ ଜଣ ରାତ୍ରିର ସୁଯୋଗ ନେଇ ଖସି ପଳାଇଛନ୍ତି। ଗିରଫ ଦୁଇଜଣ ହେଲେ ପ୍ରସନ୍ନ ଘଡେଇ(୪୨) ଏବଂ କିଶୋର ବେହେରା(୩୩)। ଉଭୟଙ୍କ ଘର ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଳଗାଁ ଗ୍ରାମ। ଉଭୟଙ୍କୁ ଓଡିଶା ଜଙ୍ଗଲ ଅଧିନିୟମ, ୧୯୭୨ ଅନୁଯାୟୀ କେସ ନମ୍ବର ୧୩(ଖ)/୨୦୨୦-୨୦୨୧ ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ରେଞ୍ଜର ଶ୍ରୀ ଗଡ଼ନାୟକ ସୂଚନା ଦେଇଛନ୍ତି।

ସୂଚନାଥାଉ କି ଅନୁରୂପ ଭାବେ କିଛିଦିନ ତଳେ ବାଣପୁର ମୁକ୍ତାଦେଇପୁର ଅନ୍ତର୍ଗତ ଝରଣା ଜଙ୍ଗଲରୁ ଦଶ ଗୋଟି ଶାଗୁଆନ ଗଛ ସହ ଜଣେ ଅଭିଯୁକ୍ତଙ୍କୁ ଗ୍ରାମବାସୀ କାବୁ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026
Latest News

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.