Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାବିକାଶ ଅଘାଡିକୁ ଟାର୍ଗେଟ୍‌ କଲେ ଫଡ୍‌ନଭୀସ୍‌ : ଏମ୍‌ଭିଏ ଏକ ପରିବାର ନୁହେଁ ଏହା ହେଉଛି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌
ଆଜିର ଖବର

ମହାବିକାଶ ଅଘାଡିକୁ ଟାର୍ଗେଟ୍‌ କଲେ ଫଡ୍‌ନଭୀସ୍‌ : ଏମ୍‌ଭିଏ ଏକ ପରିବାର ନୁହେଁ ଏହା ହେଉଛି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ୍‌ ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି । ଫଡ୍‌ନଭୀସ କହିଛନ୍ତି ଯେ, ଶିବସେନା, କଂଗ୍ରେସ, ଏନ୍‌ସିପିର ମେଣ୍ଟ ସରକାର ଅର୍ଥାତ୍‌ ‘ମହା ବିକାଶ ଅଘାଡି‘ ଏକ ପରିବାର ନୁହେଁ ବରଂ ଏହା ହେଉଛି ତିନି ଦଳର ‘ଲିଭ-ଇନ୍‌-ରିଲେସନ୍‌ସିପ୍‌’ । ଏହି ମେଣ୍ଟ ସରକାରର ସଞ୍ଚାଳନ କାହା ହାତରେ ରହିଛି ତାହା ବୁଝିବା ଭାରି କଷ୍ଟ । କାରଣ ସତ୍ତାଧାରୀ ସରକାର ମଧ୍ୟରେ ଅତ୍ୟଧିକ ମନମୋଟାବ୍‌ ରହିଛି । ସେହିପରି ମେଣ୍ଟ ସରକାର ଭାଙ୍ଗିବା ନେଇ ଫଡ୍‌ନଭୀସ୍‌ କହିଛନ୍ତି ଯେ, ଆମେ  ରାଜ୍ୟରେ ସରକାର ଭାଙ୍ଗିବାକୁ ଚାହୁଁନୁ । ଏମିତି କରିବାରେ ଆମର କୌଣସି ଇଚ୍ଛା ନାହିଁ ।  ଫଡ୍‌ନଭୀସ କହିଛନ୍ତି ଯେ, ବୈଚାରିକ ରୂପରେ ତିନି ଭିନ୍ନ ଦଳର ସରକାର କେବେ ଅଧିକ ସମୟ ଚାଲି ପାରିବ ନାହିଁ ।

ତେବେ ମେଣ୍ଟ ସରକାରରେ କଳହ ରହିଥିବାର ଖବରକୁ ଖାରଜ କରି ମହାରାଷ୍ଟ୍ରର ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପ୍ରମୁଖ ବାଲାସାହେବ ଥୋରାଟ କହିଛନ୍ତି ଯେ, ଏମ୍‌ବିଏ ଏକ ପରିବାର ପରି ।

ଥୋରାଟ୍‌ଙ୍କ ଜବାବରେ ପ୍ରତି ଉତ୍ତର ରଖି ଫଡ୍‌ନଭୀସ୍‌ କହିଛନ୍ତି  ମହାବିକାଶ ଅଘାଡି ଏକ ବିଭାଜିତ ପରିବାର । ଏହା ଏକ ପରିବାର ନୁହେଁ। ଖରାପ ଶବ୍ଦ ବ୍ୟବହାର କରୁଥିବାରୁ ମୋତେ କ୍ଷମା କରିବେ କିନ୍ତୁ ଏହା ହେଉଛି ତିନି ଦଳଙ୍କ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ ।  ଏହି ସରକାର ଦୀର୍ଘ ସମୟ ଚାଲିପାରିବ ନାହିଁ । ତିନି ଦଳର ମତଭେଦ କାରଣରୁ ସରକାର ଭାଙ୍ଗି ଯିବ । ଆମ ପାଖରେ ଦାୟିତ୍ବ ରହିଛି । ଆମେ ଏକ ମଜବୁତ୍‌ ସରକାର ଦେବକୁ ବୋଲି ଫଡ୍‌ନଭୀସ କହିଛନ୍ତି ।

ସେହିପରି ଫଡ୍‌ନଭୀସ କହିଛନ୍ତି ଯେ, ରାଷ୍ଟ୍ରବାଦୀ କଂଗ୍ରେସ ସହ ଗତ ବର୍ଷ ସରକାର ଗଢିବାର ପ୍ରୟାସ  ଅସଫଳ ରହିଥିଲା । ଯଦି ଏପରି ପଦକ୍ଷେପ ନ ନେଇଥାନ୍ତୁ ତେବେ ଉତ୍ତମ ହୋଇଥାନ୍ତା ବୋଲି କହିଛନ୍ତି ଫଡ୍‌ନଭୀସ୍‌ ।

ସୂଚନାଯୋଗ୍ୟ, ଫଡ୍‌ନଭୀସ୍‌ ଓ ଅଜିତ୍‌ ପାଓ୍ବାର୍‌ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାର 80 ଘଣ୍ଟା ପରେ ସରକାର ଭାଙ୍ଗି ଯାଇଥିଲା। (ଏଜେନ୍ସି)

debendrafardnavis mahavikashaghadi
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା

October 16, 2026

ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ର ସଂସଦର ଶପଥ ଗ୍ରହଣ

October 16, 2026

ରେଳ ଷ୍ଟେସନରେ ସ୍ୱଚ୍ଛତା: ପିଲାଙ୍କ ପାଇଁ କୁଇଜ୍ ଓ ଚିତ୍ରାଙ୍କନ

October 16, 2026

ଅର୍ଜୁନ ଡିଗ୍ରୀ କଲେଜରେ ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ୱାଗତ ସମାରୋହ

October 16, 2026
Latest News

ଏସ୍‌ଆଇଆର୍ ନେଇ ଆମେରିକା ସାଂସଦ ପ୍ରମିଳା ଜୟପାଳଙ୍କ ବୟାନକୁ ଭାରତର କଡା ନିନ୍ଦା

October 16, 2026

ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ର ସଂସଦର ଶପଥ ଗ୍ରହଣ

October 16, 2026

ରେଳ ଷ୍ଟେସନରେ ସ୍ୱଚ୍ଛତା: ପିଲାଙ୍କ ପାଇଁ କୁଇଜ୍ ଓ ଚିତ୍ରାଙ୍କନ

October 16, 2026

ଅର୍ଜୁନ ଡିଗ୍ରୀ କଲେଜରେ ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ୱାଗତ ସମାରୋହ

October 16, 2026

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.