Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜରାସ୍ତାରେ ସଙ୍ଗରୋଧୀ ପ୍ରବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ: ତିର୍ତ୍ତୋଲରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ଆଜିର ଖବର

ରାଜରାସ୍ତାରେ ସଙ୍ଗରୋଧୀ ପ୍ରବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ: ତିର୍ତ୍ତୋଲରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

August 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥାକୁ  ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ସଙ୍ଗରୋଧୀ ପ୍ରବାସୀ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ।

ସୂଚନା ଯୋଗ୍ୟ ଯେ, ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜରେ ଚାଲୁଥିବା କରୋନା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ଖାଦ୍ୟ ଦିଆଯିବା ସାଙ୍ଗକୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଏହି ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ଚିହ୍ନଟ ହେବାପରେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ତେବାସୀଙ୍କୁ କରୋନା ପରୀକ୍ଷା କରାନଯାଇ ଜୋରଜବରଦସ୍ତ ଘରକୁ ପଠାଇଦିଆଯାଉଥିବା ଅଭିଯୋଗ ହୋଇଛି।

ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କଥା ଶୁଣୁନାହାଁନ୍ତି ଘରୁ ଉଠାଇଆଣି ଏଠାରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଥିଲେ। ଜିଲ୍ଲାରେ ତିର୍ତ୍ତୋଲ ବ୍ଲକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ମନମାନି ଚାଲିଥିବା କୁହାଯାଉଛି। ସଙ୍ଗରୋଧ କେନ୍ଦ୍ରରେ ତିର୍ତ୍ତୋଲ କଲେଜ ସଙ୍ଗରୋଧ କେନ୍ଦ୍ରରେ ନେଗେଟିଭ ଚିହ୍ନଟ ହୋଇସାରିଥିବା ଓ ଘର ସଙ୍ଗରୋଧରେ ରହୁଥିବା ପ୍ରବାସୀଙ୍କୁ ଜୋରଜବରଦସ୍ତ ଘରୁ ଉଠାଇଆଣି ସଙ୍ଗରୋଧ କେନ୍ଦ୍ରରେ ରଖି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଲା ପରେ ମଧ୍ୟ ସେମାନଙ୍କ କରୋନା ଟେଷ୍ଟ କରାନଯାଇ ଘରକୁ ଜୋରଜବରଦସ୍ତ ପଠାଇବା ଘରୁ ରୋଗମୁକ୍ତ ହୋଇଆସି ଘରକୁ ରୋଗନେଇ ଯିବାର ବନ୍ଦୋବସ୍ତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନ ଦିନରାତି ଏକ କରିଦେଇଥିବା କହୁଥିବା ବେଳେ କରୋନା ସଙ୍ଗରୋଧ କେନ୍ଦ୍ର ଗୁଡିକରେ ବ୍ୟାପକ ଅନିୟମିତତା ଚାଲିଥିବା ଏହି ଘଟଣାରୁ ବାରିହୋଇ ପଡୁଥିବା କୁହାଯାଉଛି।

ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ନଶୁଣିବାରୁ ତିର୍ତ୍ତୋଲ କଲେଜ ସଙ୍ଗରୋଧ କେନ୍ଦ୍ରରେ ଥିବା ୮୦ଜଣ ଅନ୍ତେବାସୀ କଲେଜ ଫାଟକ ସମ୍ମୁଖରେ ଥିବା କଟକ-ପାରାଦ୍ୱୀପ ରାସ୍ତାରେ ଆଜି ମଧ୍ୟାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଏନେଇ ତିର୍ତ୍ତୋଲ ତହସିଲଦାର ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନେକ ସମୟଧରି ସେମାନଙ୍କୁ ବୁଝାସୁଝା କରିଥିଲେ ଓ କରୋନା ଟେଷ୍ଟର ପ୍ରତିଶୃତି ପାଇବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ରୋଗୀଙ୍କ ସହ ମିଶିଥିବା ଅନ୍ତେବାସୀଙ୍କୁ ବିନା ଟେଷ୍ଟରେ ଘରକୁ ଛାଡିବା ଏହା ଗୋଷ୍ଠୀ ସଂକ୍ରମଣର ବାଟ ଖୋଲୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଉଲ୍ଲେଖ୍ୟ ଯୋଗ୍ୟ କି, ଜଗତସିଂହପୁର ଜିଲ୍ଲାରେ ସାତଶହ ସାତଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକ ମଧ୍ୟରୁ ତିର୍ତ୍ତୋଲ ବ୍ଲକରେ ସର୍ବାଧିକ ୧୩୬ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।

ତିର୍ତ୍ତୋଲ ବିକ୍ଷୋଭ ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026

ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ, ଭୁବନେଶ୍ବରେ ମେଗା-ରକ୍ତଦାନ ଶିବିର

September 17, 2026

ଜମ୍ମୁ କାଶ୍ମୀରରେ ସେନା ଏବଂ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଆତଙ୍କବାଦୀ ନିହତ

September 17, 2026
Latest News

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026

ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ, ଭୁବନେଶ୍ବରେ ମେଗା-ରକ୍ତଦାନ ଶିବିର

September 17, 2026

ଜମ୍ମୁ କାଶ୍ମୀରରେ ସେନା ଏବଂ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଆତଙ୍କବାଦୀ ନିହତ

September 17, 2026

ଭରତପୁର-ଚନ୍ଦକା ରାସ୍ତାରେ ଦନ୍ତା ଆତଙ୍କ, ଆହତ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.