ବାଣପୁର ତହସିଲ ରୋଡରେ ସାଇକେଲକୁ ଧକ୍କା ଦେଲା ବାଇକ: ଯୁବତୀ ଗୁରୁତର

Published: Aug 2, 2020, 9:20 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ରୋଡରେ ଏକ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନରେ ଜଣେ ବାଇକ ଚାଳକ ଜଣେ ସାଇକେଲ ଆରୋହୀ ଝିଅ ଟିକୁ ଆଗ ପଟୁ ଧକ୍କା ଦେବାରୁ ଝିଅଟି ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜଣେ ଆପାଚି ବାଇକ ଚାଳକ ଦ୍ରୁତ ଗତିରେ ଯାଉଥିବାବେଳେ ଜଣେ ଯୁବତୀଙ୍କୁ ଆଗ ପଟୁ ଧକ୍କାଦେଇଥିଲେ। ଭୀମପୁର ଗ୍ରାମ ଶଗଡ଼ିଆ ସାହିର ବିଶ୍ୱନାଥ ପରିଡ଼ାଙ୍କ ଝିଅ ସୁଚିତ୍ରା ପରିଡ଼ା(୨0) ସାଇକେଲ ଯୋଗେ ବାଣପୁର ବଜାରରୁ ନିଜ ଗ୍ରାମକୁ  ଫେରୁଥିବା ସମୟରେ ଭେଟେଶ୍ୱର ଗ୍ରାମର ସର୍ବେଶ୍ୱର ପଲେଇ(୨୧) ନାମକ ଜଣେ ଯୁବକ ନିଜ ବାଇକ ଦ୍ଵାରା ସାମ୍ନାରୁ ଧକ୍କା ଦେଇଥିଲେ। ଫଳରେ ସୁଚିତ୍ରା ସାଇକେଲରୁ ଛିଟିକି ତଳେ ପଡିଯାଇଥିଲେ।

ଖବର ପାଇ ବାଣପୁର ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଚିତ୍ରାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝିଅଟିର ମୁହଁରେ ଦୁଇ ଗୋଟି ଷ୍ଟିଚ ପଡ଼ିଥିବା ବେଳେ କାନରୁ ରକ୍ତ ବାହାରୁଥିବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି। ଅପରପକ୍ଷେ ଧକ୍କା ଦେଇଥିବା ଗାଡ଼ି ଚାଳକଙ୍କୁ ବାଣପୁର ପୋଲିସ ତାଙ୍କ ଗାଡି  ଜବତ କରିବା ସହିତ ଯୁବକଙ୍କୁ ଥାନାରେ ଅଟକ ରଖିଛି।

Related posts