Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ
ଆଜିର ଖବର

ଭାରତରେ ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ

August 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ଯ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟବସାୟିକ ଖନନ ପାଇଁ କୋଇଲା ଖଣିକୁ ମୁକ୍ତ କରି ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି କରିବା। ସେଥିପାଇଁ 2017ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସନୋଟ ଜାରି କରିଛନ୍ତି। ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ଯ୍ୟରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରାଯାଇପାରିବ ଏବଂ ଏହା ଅଟୋମେଟିକ୍‌ ରୁଟ୍‌ରେ କାର୍ଯ୍ୟକାରୀ ହେବ।

ଏହି ବିଦେଶୀ ପୁଞ୍ଜି ନିବେଶ ମଧ୍ୟ କୋଇଲା ଖନନ ସହ ସଂପୃକ୍ତ ଭିତ୍ତିଭୂମି, ନିର୍ମାଣ, କୋଇଲା ବିକ୍ରି ଏବଂ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ କ୍ଷେତ୍ରରେ କରାଯାଇପାରିବ। ତଦନୁସାରେ ଟେଣ୍ଡର କାଗଜପତ୍ରରେ ଏସବୁର ଉଲ୍ଲେଖ କରାଯାଇଥିଲା ଏବଂ ଭାରତ ସରକାରଙ୍କ 2019 ପ୍ରେସନୋଟ 4ରେ 2017ର ସଂଶୋଧିତ ପୁଞ୍ଜି ନିବେଶ ନୀତି ଅଟୋମେଟିକ ରୁଟ୍‌ରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ଏବଂ ଅନ୍ୟାନ୍ୟ ବିଷୟ ଉଲ୍ଲେଖ କରାଯାଇଛି। ଆହୁରି ମଧ୍ୟ ଆଇନର ସଂଶୋଧନ ଫଳରେ ନୂଆକରି ଲାଗୁ ହେବାକୁ ଥିବା ନୀତିନିୟମ ଓ କୋଇଲାର ବିକ୍ରିବଟା ଆଦି ଏଥିରେ ଉଲ୍ଲେଖ ରହିଛି। ଏହି ପ୍ରେସନୋଟ ଅନୁସାରେ ଭାରତର ସୀମାସରହଦକୁ ଲାଗିଥିବା ଯେକୌଣସି ଦେଶର ବ୍ୟକ୍ତିବିଶେଷ ଓ ସଂସ୍ଥା କେବଳ ସରକାରୀ ରୁଟରେ ହିଁ ପୁଞ୍ଜି ନିବେଶ କରିପାରିବେ।

ପାକିସ୍ତାନର ନାଗରିକ କିମ୍ବା ସଂସ୍ଥା ମଧ୍ୟ ଏଥିପାଇଁ ସରକାରୀ ରୁଟ୍‌ରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ। ତେବେ ପାକିସ୍ତାନ ସମେତ ବିଦେଶର କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥା ମହାକାଶ, ପ୍ରତିରକ୍ଷା, ଆଣବିକ ଶକ୍ତି ସମେତ ବିଦେଶୀଙ୍କ ନିମନ୍ତେ ନିଷିଦ୍ଧ ଥିବା ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ ନାହିଁ। ଟେଣ୍ଡର କାଗଜପତ୍ରରେ ଏ ସଂକ୍ରାନ୍ତ ଏକ ଶୁଦ୍ଧିପତ୍ର ଯୋଡାଯାଇଛି। (ପିଆଇବି)

coal PIB
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026
Latest News

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.