ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ

Published: Aug 5, 2020, 11:08 pm IST

ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ। ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ। ବର୍ତ୍ତମାନ ବିଷ୍ଣୁପଦ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏହି ବିଭାଗର ସଚିବ ଭାବେ ମନୋରଂଜନ ପାଣିଗ୍ରାହୀ ପୂର୍ବରୁ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କର ଡେପୁଟେସନ ସମୟ ସରିଯିବା ପରେ ସେ ଦିଲ୍ଲୀ ଫେରିଯାଇଛନ୍ତି।

ବିଷ୍ଣୁପଦ ଆଜି ଦାୟିତ୍ବ ନେବା ପରେ ତାଙ୍କୁ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟାର ଅନନ୍ତ ବିଜୟ ପଟ୍ଟନାୟକ ପ୍ରମୁଖ ସ୍ବାଗତ କରିଛନ୍ତି।

Related posts