Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ଆଜିର ଖବର

କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

March 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶନିବାର ରାତିରେ ଏହି ତାଲିକା ଘୋଷଣା କରାଯାଇଛି। ଏଥିରେ ମୋଟ ୨୭ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ସେଥିମଧ୍ୟରେ ବର୍ତ୍ତମାନର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁରଙ୍କ ନାଁ ରହିଛି। ସେ ତିରୁବନନ୍ତପୁରମ୍ ଆସନରୁ ପ୍ରାର୍ଥୀ ହେବେ। ଏହି ତାଲିକାରେ ଶଶି ଥରୁରଙ୍କ ମିଶାଇ କେବଳ କେରଳରୁ ୧୨ ଜଣଙ୍କ ନାଁ ରହିଛି। ଏଥିରେ ଉତ୍ତର ପ୍ରଦେଶର ୭ ଜଣ ପ୍ରାର୍ଥୀଙ୍କ ନାଁ ଥିବା ବେଳେ ଛତିଶଗଡ଼ର ୫ ଜଣ, ଅରୁଣାଚଳ ପ୍ରଦେଶର ଦୁଇ ଜଣ ଏବଂ ଆଣ୍ଡାମାନ୍ ଓ ନିକୋବାର ଦ୍ୱୀପପୁଞ୍ଜର ଜଣେ ପ୍ରାର୍ଥୀଙ୍କ ନାମ ରହିଛି। କେରଳରେ ୨୦ଟି ଲୋକସଭା ଆସନରୁ କଂଗ୍ରେସ ୧୬ଟିରେ ଲଢ଼ିବ। ସେଥିରୁ ୧୨ଟି ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଉ ୪ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ଏହି ୧୨ ଜଣିଆ ତାଲିକାରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ କେ.ଭି ଥୋମାସ୍‌ଙ୍କ ନାଁ ନାହିଁ। ୨୦୧୪ରେ ସେ ଏର୍ଣ୍ଣାକୁଲମ୍‌ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କ ବଦଳରେ ହିବି ଇଡେନ୍‌ଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି। ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ ତୁକିଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି। ସେ ଅରୁଣାଚଳ ୱେଷ୍ଟ୍ ଆସନରୁ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ନିନୋଙ୍ଗ ଇରିଙ୍ଗଙ୍କୁ ଦଳ ପ୍ରାର୍ଥୀ କରି ନାହିଁ। ତାଙ୍କ ବଦଳରେ ଅରୁଣାଚଳ ଇଷ୍ଟ୍ ଆସନରୁ ଜେମ୍‌ସ ଲୋଙ୍ଗଚା ୱାଙ୍ଗଲେଟ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ଉତ୍ତର ପ୍ରଦେଶରେ ଦଳ ହରେନ୍ଦ୍ର ମଲିକ (କୌରାନା), ଇନ୍ଦିରା ଭାଟ୍ଟି (ବିଜ୍‌ନୋର୍‌), ଓମ୍‌ ପ୍ରକାଶ ଶର୍ମା (ମୀରଟ୍‌), ଅରବିନ୍ଦ ସିଂହ ଚୌହାନ୍‌ (ଗୌତମ ବୁଦ୍ଧନଗର), ବ୍ରିଜେନ୍ଦର ସିଂହ (ଅଲିଗଡ଼), ପ୍ରୀତମ୍‌ ଲୋଧି (ହମିରପୁର) ଓ ବାଲ୍‌ କ୍ରିଷ୍ଣା ଚୌହାନ୍‌ (ଘୋସି)ଙ୍କୁ ଦଳ ପ୍ରାର୍ଥୀ କରିଛି। ଛତିଶଗଡ଼ରେ ଦଳ ଖେଲ୍‌ ସାଇ ସିଂ (ସୁରଗୁଜା), ଲାଲ୍‌ଜୀତ୍‌ ରାଠିଆ (ରାଇଘର), ରବି ଭରଦ୍ୱାଜ (ଜଙ୍ଗିର ଚମ୍ପା), ଦୀପକ ବୈଜ୍‌ (ବସ୍ତର) ଓ ବିରେଶ ଠାକୁର (କଙ୍କେର୍‌)ଙ୍କୁ ପ୍ରାର୍ଥୀ କରିଛି।  ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରୁ ଦଳ କୁଲ୍‌ଦୀପ୍‌ ରାଏ ଶର୍ମାଙ୍କୁ ପ୍ରାର୍ଥୀ ଦଳ କରିଛି। ପ୍ରଥମ ତାଲିକାରେ ୧୫ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଥିଲା। ସୋନିଆ ଗାନ୍ଧି ରାଏବରେଲୀରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ରାହୁଲ୍‌ ଗାନ୍ଧି ଆମେଠିରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା। ୨ୟ ତାଲିକାରେ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବ୍ବର ମୋରଦାବାଦ ଆସନରୁ ଏବଂ ପୁର୍ବତନ ସୁଶୀଲ୍‌ କୁମାର ସୋଲାପୁର ଆସନରୁ ଲଢିବେ ବୋଲି ସ୍ପଷ୍ଟ କରାଯାଇଥିଲା। ସେହିପରି ୩ୟ ତାଲିକାରେ ୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିବାବେଳେ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ଏମ୍‌. ସାଙ୍ଗମା ସୁରୁ ଆସନରୁ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭିନ୍‌ସେଣ୍ଟ ଏମ୍‌. ପାଲା ସିଲଂ ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଥିଲା।

Congress releases thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.