ଆଜି କଟକରୁ 76 ପଜିଟିଭ୍‌ ଚିହ୍ନଟ : ବେହେରା ସାହିରୁ ରହିଛନ୍ତି 46 ଆକ୍ରାନ୍ତ

Published: Aug 8, 2020, 6:03 pm IST

କଟକ : ଆଜି କଟକରୁ 76 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ୍‌ ପଜିଟିଭ୍‌ଙ୍କ ମଧ୍ୟରୁ 60 ଜଣ କ୍ବାରେଣ୍ଟାଇନ୍‌ ଓ 16 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି । ସେହିପରି କ୍ବାରେଣ୍ଟାଇନ୍‌ରୁ 60ରୁ  କଣ୍ଟେନମେଣ୍ଟ ଜୋନ୍ରୁ 46 ଜଣ ରହିଥିବାବେଳେ 07 ଜଣ ସରକାରୀ କ୍ବାରେଣ୍ଟାଇନ୍‌ରୁ ଆଉ 07 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ  ରହିଛି ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ଆଜି ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ 46 ଜଣହିଥିବାବେଳେ ଏଥିରେ 16 ଜଣ ପୁରୁଷ ରହିଛନ୍ତି ଓ 30 ଜଣ ମହିଳା ରହିଛନ୍ତି ।  ସେହିପରି ସରକାରୀ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 7ଜଣଙ୍କ ମଧ୍ୟରେ ତିନିଜଣ ପୁରୁଷ କୋଭିଡ୍‌ ଯୋଦ୍ଧା ରହିଥିବାବେଳେ ଆଉ 4ଜଣ  ମହିଳା କୋଭିଡ୍‌ଯୋଦ୍ଧା ରହିଛନ୍ତି ।

ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 7 ଜଣଙ୍କ ମଧ୍ୟରେ ମଙ୍ଗଳାବାଗରୁ 52 ବର୍ଷୀୟ ମହିଳା ଚିହ୍ନଟ ହୋଇଥିବାବେଳେ ଚୌଧୁରୀ ବଜାରରୁ ଜଣେ 49 ବର୍ଷୀୟ ମହିଳା, ସାହେବଜାଦା ବଜାରରୁ 4 ଜଣ ରହିଛନ୍ତି ।

Image

ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଦେଓ୍ବାନ୍‌ ବଜାରରୁ 3 ଜଣ ଚିହ୍ନଟ ହୋଇଥିବାବେଳେ ତେଲେଙ୍ଗା ବଜାରରୁଜଣେ, ନେତାଜୀ ନଗରରୁ ଜଣେ, ମେଡ଼ିକାଲ ରୋଡ୍‌ରୁ ଜଣେ, ବିଦ୍ୟାଧରପୁରରୁ ଜଣେ, ବକ୍ସିବଜାରରୁ 2 ଜଣ, ବିଡାନାସୀରୁ ଜଣେ କୋଭିଡ୍‌ ଯୋଦ୍ଧା ସଂକ୍ରମିତ ହୋଇଥିବାବେଳେ କ୍ୟାଣ୍ଟନମେଣ୍ଟ ରୋଡଣୁ ଜଣେ, ସେକ୍ଟର 9 ସିଡିଏରୁ ଜଣେ, ମହିମାନଗରରୁ, ମଠ ସାହିରୁ ଜଣେ, ସତୀ ଚଉରାରୁ ଜଣେ, ଚୌଧୁରୀ ବଜାରରୁଜଣେ ରହିଛନ୍ତି ।

ନୂତନ 76 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1 ହଜାର 546ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 763 ଜଣ । 10ଜଣ ମୃତ୍ୟୁବରଣ କରିଥିବାବେଳେ 773 ଜଣ ଏବେ ସୁଦ୍ଧା ଚିକିତ୍ସାଧୀନ ରହିଛନ୍ତି ।

Related posts