ହୀରାକୂଦ ଜଳଭଣ୍ଡାରରେ ଖୋଲିଲା ୮ଟି ଗେଟ୍, ପ୍ରତି ସେକେଣ୍ଡରେ ପଶୁଛି ୧ ଲକ୍ଷ ୩୫ ହଜାର ଘନଫୁଟ ଜଳ

Published: Aug 9, 2020, 8:57 am IST

ସମ୍ବଲପୁର, ଗତକାଲି ରାତିରୁ ହୀରାକୂଦ ଜଳ ଭଣ୍ଡାରର ୮ଟି ଗେଟ୍ ଖୋଲାଯାଇଛି। କାରଣ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୮.୫୦ ଘନଫୁଟ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ହୀରାକୂଦ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୫ ହଜାର ଘନଫୁଟ ଜଳ ପ୍ରବେଶ କରୁଛି। ସେହି ପରିମାଣରେ ଜଳ ମଧ୍ୟ ନିସ୍କାସିତ ହେଉଛି। ଯଦି ବର୍ଷାର ପରିମାଣ ବଢେ ତେବେ ଆହୁରି ଗେଟ ଖୋଲିବାକୁ ପଡିବ ବୋଲି ଜଣାପଡିଛି। ଗତକାଲି ହୀରାକୂଦର ଉପର ମୁଣ୍ଡରେ ୩.୪୬ ମିଲିମିଟର ଏବଂ ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Related posts