ଆଜି ରାଜ୍ୟରୁ 10 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୋଟ୍‌‌ ମୃତ୍ୟୁ ସଂଖ୍ୟା 296କୁ ବୃଦ୍ଧି

Published: Aug 11, 2020, 11:07 am IST

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା, ବାଲେଶ୍ବର, ପୁରୀ, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନାଦେଇଛି ।

ଗଞ୍ଜାମର ତିନି ମୃତକଙ୍କ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 64, 72 ଓ 52 ବର୍ଷ ବୋଲି ସୂଚନା ରହିଛି । ଖୋର୍ଦ୍ଧାର ତିନି ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି ।  ଦୁଇ ମୃତକ ହେଉଛନ୍ତି 55  ଓ 26 ବର୍ଷୀୟ ମହିଳା ହୋଇଥିବାବେଳେ ଅନ୍ୟ ଜଣେ 80 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି ।

ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେହିପରି ପୁରୀରୁ 56 ବର୍ଷୀୟ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ରାୟଗଡାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 47 ବର୍ଷ ବୋଲି ଜଣାପଡିଛି। ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 57 ବର୍ଷୀୟ ମହିଳା ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 296କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା 140କୁ ବୃଦ୍ଧି ହୋଇଛି ।

Related posts