ଆଜି କଟକରୁ 73 ପଜିଟିଭ୍‌ : ଜାଲୁଆସାହିରୁ ଚିହ୍ନଟ ହୋଇଛନ୍ତି 43

Published: Aug 11, 2020, 5:53 pm IST

କଟକ : ଆଜି କଟକରୁ 73 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ 68ଜଣ  କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ   5 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌  ରହିଛି ବୋଲି ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 68 ଜଣଙ୍କ ମଧ୍ୟରେ 43 ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବାବେଳେ 13 ଜଣ ସରକାରୀ କ୍ବାରେଣ୍ଟାଇନ୍‌ ଓ 12 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି ।  କଟକ ମାଲଗୋଦାମ ଜାଲୁଆ ସାହିରୁ ଆଜି 43 ଜଣ ଚିହ୍ନଟ ହୋଇଛନ୍ତି । ବେହେରା ସାହି ପରେ ଏବେ ଜାଲୁଆ ସାହି ଚିନ୍ତା ବଢାଇଛି । ଜାଲୁଆ ସାହିରୁ 23 ଜଣ ପୁରୁଷ ଥିବାବେଳେ 20 ଜଣ ମହିଳା ରହିଛନ୍ତି।ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 12 ଜଣଙ୍କ ମଧ୍ୟରୁ ସୂତାହାଟରୁ 8 ଜଣ ଚିହ୍ନଟ ହୋଇଛନ୍ତି ।

Image

ଆଜି ଚିହ୍ନଟ 5  ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରେ 2 ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି  ଅନ୍ୟ ତିନି ଜଣଙ୍କ ମଧ୍ୟରେ  କାଠଗଡା ସାହିରୁ ଜଣେ 31 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 75 ବର୍ଷୀୟ ପୁରୁଷ ରହିଛନ୍ତି । ବାଦାବାଡି ବିକାଶ ନଗରରୁ ଜଣେ 50 ବର୍ଷୀୟ ପୁରୁଷ ରହିଛନ୍ତି ।

ଆଜି ନୂତନ 73 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ସହରରେ ମୋଟ୍‌ ପଜିଟିଭଙ୍କ ସଂଖ୍ୟା 1ହଜାର 794ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 914 ଜଣ । 10ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା କଟକରେ 870 ଜଣ ଚିକିତ୍ସାଧୀନ ରହିଛନ୍ତି ।

Related posts