ଦୁଇଟି ଜିଲ୍ଲାରେ ମନ୍ତ୍ରୀ କରିପାରେବେନି ପତାକା ଉତ୍ତୋଳନ, କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ

Published: Aug 14, 2020, 9:51 pm IST

ଭୁବନେଶ୍ବର, ଆସନ୍ତାକାଲି ମନ୍ତ୍ରୀ ପତାକା ଉତ୍ତୋଳନ କରିଥାଆନ୍ତେ। ହେଲେ ତାଙ୍କର ପାଖ ଲୋକ କୋଭିଡ ପଜେଟିଭ ଆସିବାରୁ ବର୍ତ୍ତମାନ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ। ଫଳରେ ସେହି ଜିଲ୍ଲାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ। ଏହି ଘଟଣାଟି ଗଂଜାମ ଓ ପୁରୀ ଜିଲ୍ଲା ପାଇଁ ଘଟିଛି। ପୁରୀ ପାଇଁ ମନ୍ତ୍ରୀ ନିରଂଜନ ପୂଜାରୀ ଏବଂ ଗଂଜାମ ଜିଲ୍ଲା ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା ପତାକା ଉତ୍ତୋଳନ କରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ ସେମାନଙ୍କ ପାଖ ଅଧିକାରୀ ଆଜି କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇମନ୍ତ୍ରୀ ସେମାନଙ୍କ ସହିତ ଏକ ବୈଠକରେ ବସିଥିଲେ। ଫଳରେ ସେମାନଙ୍କୁ ପତାକା ଉତ୍ତୋଳନ କାର୍ଯ୍ୟରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts