୩୫ ବର୍ଷ ବୟସରେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ  ତନୁଶ୍ରୀ

Published: Mar 19, 2019, 12:42 pm IST

ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ ମସିହାରେ ମିସ୍‌ ଫେମିନା ଇଣ୍ଡିଆ ଟାଇଟଲ୍‌ ଜିତିଥିବା ୨୦୦୪ରେ ‘ମିସ୍‌ ୟୁନିଭର୍ସ’ରେ ଷଷ୍ଠତମ ସ୍ଥାନ ଅଧିକାର କରିଥିଲେ। ସେ ପ୍ରଥମେ କନ୍ନଡ଼ ଫିଲ୍ମ ‘ଥେରତା ଭିଲିୟାତୁ ପିଲାଇ’ରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୫ରେ ‘ଚକୋଲେଟ୍‌’ ଓ ‘ଆଶିକ୍‌ ବନାୟା ଅପ୍‌ନା’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ଭାଗମ୍‌ ଭାଗ୍‌’, ‘ରାଖିବ୍‌ : ରାଇଭାଲସ୍‌ ଇନ୍‌ ଲଭ୍‌’, ‘ଢୋଲ୍‌’, ‘ରିସ୍କ’, ‘ଗୁଡ୍‌ ବୟ ବ୍ୟାଡ୍‌ ବୟ’, ସ୍ପିଡ୍‌, ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ‘ଆଶିକି ବନାୟା ଆପ୍‌ନା’ରେ ଇମ୍ରାନ୍‌ଙ୍କ ସହ ଲିପ୍‌ଲକ୍‌ ସହିତ ବୋଲ୍ଡ ସିନ୍‌ ଦେଇ ବେଶ୍‌ ଚର୍ଚ୍ଚା ପରିସରକୁ ଆସିଥିଲେ ଏହି ଅଭିନେତ୍ରୀ ଜଣକ। କିନ୍ତୁ ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ରୁ ବହୁତ ଦିନ ପର୍ଯ୍ୟନ୍ତ ଗାଏବ ରହିଥିଲେ। ନିକଟରେ ନାନା ପାଟେକରଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ ଜଣକ। ଭାରତରେ ‘ମି ଠୁ‘ ଆନ୍ଦୋଳନରେ ବେଶ୍ ବଡ଼ ଭୂମିକା ଗ୍ରହଣ କରିଛନ୍ତି ତନୁଶ୍ରୀ। ମିଳିଥିବା ସୂଚନା ଅନୁସାରେ ଏହି ଅଭିନେତ୍ରୀଜଣକ ଖୁବ୍‌ଶୀଘ୍ର ଓ୍ବେବସିରିଜ୍‌ରେ ପାଦ ଥାପୁଛନ୍ତି।

Related posts