ଗୋଟିଏ ପରିବାରର ୪ ବର୍ଷର ଶିଶୁ ସମେତ ୫ ଜଣ ସଦସ୍ୟଙ୍କ ଆତ୍ମହତ୍ୟା

Published: Aug 24, 2020, 9:46 am IST

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରୁ ୩୪୩ କିଲୋମିଟର ଦୂର ତଥା ଟିକମଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି । ଏଠାରେ ଏକ ପରିବାରର ୫ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି।  ମୃତକମାନେ ହେଲେ ଖଡ଼ଗପୁର ସହରର ୬୨ ବର୍ଷୀୟ ଧରମଦାସ ସୋନି, ୫୫ ବର୍ଷୀୟ ପୋନି ସୋନି, ୨୭ ବର୍ଷୀୟ ମନୋହର ସୋନି, ୨୫ ବର୍ଷୀୟା ବୋହୁ ସୋନମ ସୋନି ଓ ୪ବର୍ଷୀୟ ନାତି ସାନିଧ୍ୟ।

ସମ୍ପୃକ୍ତ ପରିବାରଙ୍କ ଘର ଭିତର ପଟୁ ବହୁ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ପଡୋଶୀ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଘର ଭିତରକୁ ପ୍ରବେଶ କରିଥିଲା । ପୋଲିସ ଟିମ ପ୍ରଥମେ ମନୋହରଙ୍କ ମୃତଦେହ ଏକ ପଂଙ୍ଖାରେ ଝୁଲୁଥିବା ଦେଖିଥିଲେ । ପରେ ପୋଲିସ ଟିମ ଅନ୍ୟ ଏକ ରୁମରୁ ପରିବାରର ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ସୁଇସାଇଡ ନୋଟ ଉଦ୍ଧାର ହୋଇ ନାହିଁ ବୋଲି ପୋଲିସ କହିଥିବା ବେଳେ ଘଟଣାର ତଦନ୍ତ ଚାଲିଛି । (ଏଜେନ୍ସି)

Related posts