ମେକ୍ସିକୋ ନିମନ୍ତେ ରାଷ୍ଟ୍ରଦୂତ ନିଯୁକ୍ତି ପାଇଁ ଟ୍ରମ୍ପ ଆଗ୍ରହୀ

Published: Mar 19, 2019, 4:15 pm IST
Trump announces intention to nominate ambassador to Mexico

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ମେକ୍ସିକୋ ପାଇଁ ଆମେରିକୀୟ ରାଷ୍ଟ୍ରଦୂତ ପଠାଇବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହାଦ୍ବାରା ଆମେରିକା ଏବଂ ମେକ୍ସିକୋ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ବାହାରି ପାରିବ ବୋଲି ଆଶା କରୁଛନ୍ତି ଟ୍ରମ୍ପ। ହ୍ବାଇଟ୍‌ ହାଉସ୍‌ ତରଫରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଟ୍ରମ୍ପ କ୍ରୀଷ୍ଟୋଫର ଲାଣ୍ଡାଉଙ୍କୁ ମେକ୍ସିକାନ୍‌ ରାଷ୍ଟ୍ରଦୂତ ଭାବରେ ମନୋନୀତ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି। ଲାଣ୍ଡାଉ ପୂର୍ବରୁ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ, ଫେଡେରାଲ କୋର୍ଟ ଅଫ୍‌ ଆପିଲ୍‌ସ ଏବଂ  ଷ୍ଟେଟ୍‌ ଆପିଲେଟ୍‌ କୋର୍ଟରେ କାମ କରି ସାରିଛନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଲାଣ୍ଡାଉ ଲ ଫାର୍ମ କ୍ବିନ୍‌ ଏମାନୁଏଲ୍‌ ଆଣ୍ଡ ସୁଲିଭାନ୍‌ ଏ୍‌ଲଏଲ୍‌ପିର ସଦସ୍ୟ ରହିଛନ୍ତି। ହାଭାର୍ଡରୁ ନିଜର ଶିକ୍ଷାଗତ ଡିଗ୍ରୀ ହାସଲ କରିଥିବା ଲାଣ୍ଡାଉ ସ୍ପାନିଶ୍‌ ଭାଷାରେ କଥାବାର୍ତ୍ତା କରିପାରନ୍ତି ବାେଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ୨୦୧୬ରୁ  ମେକ୍ସିକୋରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରବର୍ଟା ଜ୍ୟାକ୍‌ସନ୍‌ଙ୍କ କାର୍ଯ୍ୟକାଳ ବିଗତ ବର୍ଷ ମେ ମାସରୁ ଶେଷ ହାେଇଥିଲେ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବା ଯୋଗୁଁ କୌଣସି ରାଷ୍ଟ୍ରଦୂତଙ୍କୁ ଅବସ୍ଥାପିତ କରାଯାଇନଥିଲା। ଉଭୟ ଦେଶର ସୀମାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ରୋକିବା ନିମନ୍ତେ ଏକ ପାଚେରୀ ନିର୍ମାଣ ପାଇଁ ମେକ୍ସିକୋ ନିକଟରୁ ଅର୍ଥ ଦାବି କରିବାରୁ ଏହି ସଙ୍କଟ ଉପୁଜିଥିଲା। ଚଳିତ ମାସର ୧୧ତାରିଖେର ଟ୍ରମ୍ପ ୨୦୨୦ ଆର୍ଥିକ ବର୍ଷ ପାଇଁ ବେଜଟ୍‌ରେ ପ୍ରାଚୀର ନିର୍ମାଣ ନିମନ୍ତେ ଅତିରିକ୍ତ ୮.୬ ବିଲିୟନ୍‌ ଡଲାରର ପ୍ରସ୍ତାବ ଦେଇଥିଲେ।

Related posts