ଆଜି ରାଜ୍ୟର ସର୍ବାଧିକ 14 ଜଣଙ୍କ ମୃତ୍ୟୁ: ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା 470କୁ ବୃଦ୍ଧି

Published: Aug 29, 2020, 11:04 am IST

ଭୁବନେଶ୍ବର: ଆଜି ରାଜ୍ୟରୁ 14ଜଣଙ୍କ କରୋନା ଯୋଗୁଁ ମୃତ୍ୟୁହୋଇଛି। ବାଲେଶ୍ବର, କଟକ ଓ ଜଗତସିଂହପୁର, ଖୋର୍ଦ୍ଧା, ମାଲକାନଗିରିରୁ 2ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ବରଗଡ, ଯାଜପୁର, ପୁରୀ, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 470କୁ ବୃଦ୍ଧି ହୋଇଛି।

ବାଲେଶ୍ବରରୁ ଜଣେ 50 ବର୍ଷୀୟ ପୁରୁଷ,48 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାର ଦୁଇ ମୃତକଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 77 ବର୍ଷୀୟ ମହିଳା ରହିଛନ୍ତି। ସେହିପରି କଟକର ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 58 ବର୍ଷୀୟ ମହିଳା ରହିଛନ୍ତି। ଜଗତସିଂହପୁରର ଦୁଇ ମୃତକଙ୍କ ମଧ୍ୟରେ ଜଣେ 56 ବର୍ଷୀୟ ଓ ଅନ୍ୟ ଜଣେ 30 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି। ମାଲକାନଗିରି ଜିଲ୍ଲାରୁ ଦୁଇଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବଳେ ଦୁଇଜଣଙ୍କ ବୟସ 55 ବର୍ଷ ବୋଲି ସୂଚନା ରହିଛି।

ସେହିପରି ସୁନ୍ଦରଗଡରୁ ଆକ୍ରାନ୍ତଙ୍କ ବୟସ 72ବର୍ଷ, ପୁରୀରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 71 ବର୍ଷ ବୋଲି ସୂଚନା ରହିଛି। ବରଗଡରୁ 77 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଯାଜପୁରର ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି।

Related posts