ଗଞ୍ଜାମ ଜିଲ୍ଲାରୁ ଆଜି ୧୬୯ ନୂତନ ସଂକ୍ରମିତ ଚିହ୍ନଟ, ୩ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Published: Sep 2, 2020, 10:24 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୁଣି ଥରେ ଗୋଟିଏ ଦିନରେ ଗଂଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଗତକିଛି ଦିନ ହେଲା ମୃତ୍ୟୁର ସଂଖ୍ୟା କମ୍ ଥିବାବେଳେ ଆଜି ପୁଣି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୬୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ୬୩ ବର୍ଷୀୟ ମହିଳା, ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗତକାଲି ୯୭୦୪ ଟି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୧ ପ୍ରତିଶତରୁ ଉର୍ଦ୍ଧ୍ୱ ହେଲାଣି। ସଂକ୍ରମିତ ମଧ୍ୟରୁ ୧୭ ଜଣ କରୋନା ଯୋଦ୍ଧାଥିବାବେଳେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଅଛନ୍ତି।

ଆସିକା ବ୍ଲକ୍‌ରୁ ୫, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୬, ବ୍ରହ୍ମପୁର ମହାନଗର ନିଗମରୁ ୧୮, ଭଂଜନଗରରୁ ୨, ବୁଗୁଡ଼ାରୁ ୧, ଛତ୍ରପୁରରୁ ୦୬, ଚିକିଟି ୨୩, ଧରକୋଟ ୧, ଦିଗପହଣ୍ଡି ୪, ଗଂଜାମ ୧୫, ହିଂଜିଳିକାଟୁ ୪, ଜଗନ୍ନାଥପ୍ରସାଦ ୪, କବିୂସର୍ଯ୍ୟନଗର ୫, ଖଲିକୋଟ ୫, କୁକୁଡ଼ାଖଣ୍ଡି ୯, ପାତ୍ରପୁର ୧୦, ପୋଲସରା ୧୦, ରଙ୍ଗେଇଲୁଣ୍ଡା ୧୧, ସାନଖେମୁଣ୍ଡି ୪, ଶେରଗଡ଼ ୧, ସୋରଡ଼ା ୩ ଏବଂ ଅନ୍ୟାନ୍ୟ ସ୍ଥାନର ୨ ଜଣ ଅଛନ୍ତି। ସମୁଦାୟ ୧୮୨୩୮ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଆଜିର ୨୦୯ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୬୭୯୪ରେ ପହଞ୍ଚିଛି। ବର୍ତ୍ତମାନ ୧୨୪୨ ଜଣ ଆକ୍ଟିଭ୍ ରୋଗୀ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୧୯୪ ଜଣଙ୍କ ମୁଣ୍ଡ ନେଲାଣି କରୋନା। ସେହିପରି ବ୍ରହ୍ମପୁର ମହାନଗର ନିଗମରେ ବର୍ତ୍ତମାନ ସୁଦ୍ଧା ୩୨୮୭ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୯୭୬ ଜଣ ସୁସ୍ଥ ହୋଇଛନ୍ତି। ୨୫୫ ରୋଗୀ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ୫୬ ଜଣଙ୍କ ମୁଣ୍ଡ ନେଇଛି କରୋନା।

Related posts