ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୧୧୦ ଜଣ କରୋନା ଆକ୍ରାନ୍ତ

Published: Sep 9, 2020, 7:58 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୩୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।  ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୨୩ ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ ୨୧୫ ଜଣ, କଟକରୁ ୨୦୨ , ମୟୂରଭଞ୍ଜରୁ ୧୫୪ , କେନ୍ଦ୍ରାପଡାରୁ ୧୩୧, ଢେଙ୍କାନାଳରୁ ୧୨୩, ବାଲେଶ୍ବରରୁ ୧୦୩, ସମ୍ବଲପୁରରୁ ୧୦୨, ଯାଜପୁରରୁ ୧୦୦, ଗଞ୍ଜାମରୁ ୯୮, କୋରାପୁଟରୁ ୯୫, ଝାରସୁଗୁଡାରୁ ୯୫, ବରଗଡରୁ ୯୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୬୦, କେନ୍ଦୁଝରରୁ ୬୦, ସୁନ୍ଦରଗଡରୁ ୫୮, ରାୟଗଡାରୁ ୫୦, ଭଦ୍ରକରୁ ୪୩, ଜଗତସିଂହପୁରରୁ ୪୨, ବଲାଙ୍ଗିରିରୁ ୪୧, ନବରଙ୍ଗପୁରରୁ ୩୪, ମାଲକାନଗିରିରୁ ୩୨, ନୟାଗଡରୁ ୨୯, ଗଜପତିରୁ ୨୦, ସୋନପୁରରୁ ୨୦, ନୂଆପଡାରୁ ୧୬, ବୌଦ୍ଧରୁ ୭, ଅନୁଗୁଳରୁ ୩, ଦେବଗଡରୁ ୨ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସର୍ବମୋଟ ସୁସ୍ଥ  ସଂଖ୍ୟା ୧ ଲକ୍ଷ ୫ ହଜାର ୨୯୫ କୁ ବୃଦ୍ଧି। ତେବେ ରାଜ୍ୟରେ ୧ ଲକ୍ଷ ୩୫ ହଜାର ୧୩୦ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ସକ୍ରିୟ କେସ ଅଛି ୨୯ ହଜାର ୨୦୨ ଏବଂ ୫୮୦ ଜଣ କରୋନା ରେ ମୃତ୍ୟୁବରଣ କରିଛନ୍ତି।

Related posts