ଆଜି 14ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 600 ଟପିଲା

Published: Sep 11, 2020, 11:28 am IST

ଭୁବନେଶ୍ବର : ଆଜି ରାଜ୍ୟରୁ 14 ଜଣଙ୍କ ଜୀବନ ନେଲା କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ 3ଜଣ ଓ ମୟୂରଭଞ୍ଜରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁର, କଟକ, କୋରାପୁଟର, କଳାହାଣ୍ଡିରୁ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4ଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି ।  ଭୁବନେଶ୍ବରରୁ ଆଜି 2ଜଣ ପୁରୁଷ ଓ 2 ଜଣ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ 49 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ 2 ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 71 ଓ 74 ବର୍ଷ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ 51 ଓ 56 ବର୍ଷ ।

ସେହିପରି ପୁରୀରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 86, 72, 43 ବୋଲି ସୂଚନା ରହିଛି । କଟକରୁ ଆଜି ଜଣେ 80 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କୋରାପୁଟରୁ 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ମୟୂରଭଞ୍ଜରୁ ଆଜି ମୃତ୍ୟୁବରଣ କରିଥିବା ଦୁଇ ଆକ୍ରାନ୍ତଙ୍କ ମହିଳା ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 65 ଓ 45 ବର୍ଷ ବୋଲି ସୂଚନା ରହିଛି ।  ସମ୍ବଲପୁରୁର 45 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ 61 ବର୍ଷୀୟ ପୁରୁଷ, କୋରାପୁଟରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି ।

ଆଜି 14ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 605କୁ ବୃଦ୍ଧି ହୋଇଛ ।

Related posts