ଆଜି 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ ସର୍ବମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 682କୁ ବୃଦ୍ଧି

Published: Sep 18, 2020, 11:03 am IST

ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ  ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଜପତି, ବଲାଙ୍ଗିର, ବରଗଡ, କଟକ, ମୟୂରଭଞ୍ଜ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତୁ ସଂଖ୍ୟା 682କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ବରର 49 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ଜଣେ 78 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 39 ବର୍ଷୀୟ ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 79 ବର୍ଷୀୟ ବ୍ୟକ୍ତି ।  କେନ୍ଦ୍ରାପଡାରୁ ଜଣେ 90 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 50 ବର୍ଷୀୟ ବ୍ୟକ୍ତି ।

ସେହିପରି  ବରଗଡ ଜିଲ୍ଲାରୁ 25 ବର୍ଷୀୟ ଯୁବକ, ବଲାଙ୍ଗିରର 82 ବର୍ଷୀୟ ବ୍ୟକ୍ତି, ଗଜପତିର 53 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ କଟକରୁ ଆଜି ଜଣେ 65 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।  କନ୍ଧମାଳ ଜିଲ୍ଲାରୁ ଜଣେ 77 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ 50 ବର୍ଷୀୟ ପୁରୁଷ ରହିଛନ୍ତି ।

Related posts