Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାପାଳଙ୍କ ପଞ୍ଚାୟତରେ ରିଲିଫ୍ ବଣ୍ଟନରେ ଅନିୟମିତତା ଅଭିଯୋଗ : ରାସ୍ତାରେ ବସିଲେ ମହିଳା 
ଆଜିର ଖବର

ଜିଲ୍ଲାପାଳଙ୍କ ପଞ୍ଚାୟତରେ ରିଲିଫ୍ ବଣ୍ଟନରେ ଅନିୟମିତତା ଅଭିଯୋଗ : ରାସ୍ତାରେ ବସିଲେ ମହିଳା 

September 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତରେ ବନ୍ୟା ପିଡିତଙ୍କ ପାଇଁ ଆସିଥିବା ରିଲିଫ୍ ବଣ୍ଟନରେ ଅନିୟମିତତା ଅଭିଯୋଗ କରି  ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରେ ବସିବା ସହିତ ବିଡିଓଙ୍କୁ ଅଭିଯୋଗ କରାଯାଇଛି।

ଉକ୍ତ ପଞ୍ଚାୟତକୁ ବନ୍ୟାପିଡୀତଙ୍କ ପାଇଁ ଆସିଥିବା ୫୦କେଜି ଚାଉଳ ଓ ୫ଶହ ଟଙ୍କା ବଣ୍ଟନରେ ଅନିୟମିତତା କରାଯାଇଥିବା ଅଭିଯୋଗ କରି ବିଜେପିର ସଭାନେତ୍ରୀ ନମିତା ସେନାପତି ଓ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାଶଙ୍କ ନେତୃତ୍ୱରେ ବଡଜିଙ୍ଗଲ ଗ୍ରାମ ୧୪ନଂ ୱାର୍ଡର ଶତାଧିକ ମହିଳା ଶନିବାର ଦିନ ପଞ୍ଚାୟତ ଅଫିସ୍ ସମ୍ମୁଖରେ ରାସ୍ତାରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଶନିବାର ଦିନ ବ୍ଲକ କାର୍ଯ୍ୟାଳୟ ଛୁଟି ଯୋଗୁଁ ଧାରଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ନପହଞ୍ଚିବାରୁ ବହୁସମୟ ଧାରଣା ଦେବାପରେ ମହିଳାମାନେ ଧାରଣାଭଙ୍ଗ କରିଥିଲେ।

ସେହିପରି ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତର ଆଉକିଛି ଲୋକ ଉକ୍ତ ଘଟଣାର ଲିଖିତ ଅଭିଯୋଗ ଦେବାପାଇଁ ତିର୍ତ୍ତୋଲ ବ୍ଲକରେ ପହଞ୍ଚିଥିଲେ କିନ୍ତୁ ଶନିବାର ଦିନ ବ୍ଲକ୍ ଛୁଟିଥିବାରୁ ଅଭିଯୋଗ ନେଇ ଯାଇଥିବା ଲୋକମାନେ ଫୋନ୍ ମାଧ୍ୟମରେ ବିଡିଓଙ୍କୁ ଯୋଗାଯୋଗ କରିବାରୁ ବିଡିଓ ସେମାନଙ୍କୁ ଶନିବାର ଦିନ ବ୍ଲକକୁ ଆସିବା ପାଇଁ କହିଥିଲେ ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତର ବନ୍ୟା ପିଡିତଙ୍କ ପାଇଁ ଆସିଥିବା ୫୦ କେଜି ଚାଉଳ ଓ ୫ଶହ ଟଙ୍କାକୁ ଚଞ୍ଚକତା କରି ସରପଞ୍ଚ କିଛି ମୁଷ୍ଟିମେୟ ଲୋକଙ୍କୁ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଏମିତିକି ଉକ୍ତ ପଞ୍ଚାୟତରେ ବହୁ ଗରିବ ଲୋକ ଦୟନୀୟ ଅବସ୍ଥାରେ ଥିବା ବେଳେ ସରପଞ୍ଚ କିନ୍ତୁ ଏହି ରିଲିଫକୁ ଆର୍ଥିକ ସ୍ଵଚ୍ଛଳ ଥିବା ଧନଶାଳୀ ବ୍ୟକ୍ତି ,ୱାର୍ଡମେମ୍ବର ଓ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଏହି ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏବାବଦରେ ଲୋକମାନେ ସରପଞ୍ଚଙ୍କୁ ପଚାରିବାରୁ ଏହା ମୋର ବ୍ୟକ୍ତିଗତ ମୁଁ ଯାହାକୁ ଚାହିଁବି ତାକୁ ଦେଇପାରିବି  କହୁଥିବା ସରପଞ୍ଚଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି।

ଅପରପକ୍ଷରେ ସବୁଠୁ ବଡକଥା ହେଉଛି ଜଗତସିଂହପୁର ଜିଲ୍ଲାପାଳଙ୍କ ନିଜଘର ଉକ୍ତ ପଞ୍ଚାୟତରେ ହୋଇଥିବା ବେଳେ ଉକ୍ତ ପଞ୍ଚାୟତରୁ ଏଭଳି ଅଭିଯୋଗ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଡି-ଡଲାରାଇଜେସନ ନେଇ ବଢ଼ିଲା ଚର୍ଚ୍ଚା: BRICSର ପଦକ୍ଷେପ କେତେ ଶକ୍ତିଶାଳୀ?

August 13, 2026

ନୀଳଗିରିରେ ଭାଲୁ ଆକ୍ରମଣ, ୨ ଗୁରୁତର

August 13, 2026

ଲେହ-ଲଦାଖରେ ୫.୫ ତୀବ୍ରତାର ଭୂମିକମ୍ପ

August 13, 2026

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ବେହାଲ ବାଲେଶ୍ଵର ଓ ରାଉରକେଲା 

August 13, 2026
Latest News

ଡି-ଡଲାରାଇଜେସନ ନେଇ ବଢ଼ିଲା ଚର୍ଚ୍ଚା: BRICSର ପଦକ୍ଷେପ କେତେ ଶକ୍ତିଶାଳୀ?

August 13, 2026

ନୀଳଗିରିରେ ଭାଲୁ ଆକ୍ରମଣ, ୨ ଗୁରୁତର

August 13, 2026

ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ: ଶେଷ ହେବ କି ଅଚଳାବସ୍ଥା?

August 13, 2026

ଲେହ-ଲଦାଖରେ ୫.୫ ତୀବ୍ରତାର ଭୂମିକମ୍ପ

August 13, 2026

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ବେହାଲ ବାଲେଶ୍ଵର ଓ ରାଉରକେଲା 

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.