Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସରକାରର କୃଷକ ବିଲକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଲା ଆମ ଜନତା ଅଧିକାର
ଆଜିର ଖବର

କେନ୍ଦ୍ର ସରକାରର କୃଷକ ବିଲକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଲା ଆମ ଜନତା ଅଧିକାର

September 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସଂସଦରେ ଆଗତ କୃଷିସଂକ୍ରାନ୍ତ ବିଧେୟକକୁ ସାରା ଦେଶର କୃଷକ ସଂସଦ ବାହାରେ ଓ ସଂସଦ ଭିତରେ ବିରୋଧୀ ଦଳ ଓ ଏନଡିଏର ଅଂଶୀଦାର ଦଳ ବିରୋଧ ଜାରି ରଖିଥିବାବେଳେ କେନ୍ଦ୍ର ସରକାର ଏହାକୁ ଭୃକ୍ଷେପ ନକରି ବିଧେୟକକୁ ଆଗତ କରିଛି।

କେନ୍ଦ୍ର ସରକାର ରାଜ୍ୟସଭାରେ ମଧ୍ୟ ଲୋକସଭା ଭଳି ବାଚନିକ ଭୋଟ ବଳରେ ଆଗତ ହୋଇଥିବା କୃଷି ସମ୍ପର୍କିତ ୩ଟି ବିଧେୟକକୁ ଗୃହୀତ କରାଇଛନ୍ତି। କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଧେୟକ ୨୦୨୦, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷିସେବା ବିଧେୟକ ୨୦୨୦ ଏଵଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ୨୦୨୦ ବାଦ ବିବାଦ ମଧ୍ୟରେ ଶୁକ୍ରବାର ଦିନ ଲୋକସଭାରେ ଗୃହୀତ ହୋଇଥିଲା।

ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଅଣଦେଖା କରି କର୍ପୋରେଟ ଜଗତର ସ୍ଵାର୍ଥ ଲାଗି ନିରୀହ ଗରୀବ କୃଷକମାନଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି ବୋଲି ଅଭିଯୋଗ କରିଛି “ଆମ ଜନତା ଅଧିକାର“।

ରାଜ୍ୟସଭାରେ ଏନଡିଏର ସହଯୋଗୀ ଶୀରୋମଣୀ ଅକାଳୀ ଦଳ ସମେତ ଟିଆରଏସ, ଆମ ଆଦମୀ ପାର୍ଟି ଭଳି ଅନେକ ଦଳ ବିରୋଧ ଜାରୀ ରଖିଥିବା ବେଳେ ପୂର୍ବରୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବା ବିଜୁ ଜନତା ଦଳ ମଧ୍ୟ ଏହି ବିଲକୁ ପୂର୍ବରୁ ଲୋକସଭାରେ ବିରୋଧ କରିନଥିଲେ ବି ରାଜ୍ୟସଭାରେ ବିରୋଧ କରିଛି। ତେଣୁ ଶୀରୋମଣୀ ଅକାଳୀ ଦଳର ମନ୍ତ୍ରୀ ଇସ୍ତଫା ଦେବା ଫଳରେ କେନ୍ଦ୍ର ସରକାର ବିଜୁ ଜନତା ଦଳର ସାଂସଦଙ୍କ ସମର୍ଥନ ଲାଗି ସିବିଆଇର ଦୁରୁପଯୋଗ କରିବା ଓ ଚିଟଫଣ୍ଡ ତଦନ୍ତ ନାଁରେ ଜନୈକ ପୂର୍ବତନ ମନ୍ତ୍ରୀଙ୍କ ଘରେ ରେଡ଼ କରିବା ନେଇ ପ୍ରଶ୍ନ କରିଛି ‘ଆମ ଜନତା ଅଧିକାର’ ସଂଗଠନ। ସିବିଆଇ ଦୀର୍ଘ ସାତବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି  ନିରୀହ ବେସାହାରା ଚିଟଫଣ୍ଡ ଜମାକାରୀଙ୍କ ଅର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀଙ୍କ ଘରେ ହଠାତ ଚଢ଼ାଉ କରିବା ମନ୍ଦ ଉଦ୍ଧେଶ୍ୟ ଥିଲା ବୋଲି ସଂଗଠନ କହିଛି।

ତେଣୁ କୃଷକବିରୋଧୀ ବିଧେୟକକୁ ରାଜ୍ୟସଭାରେ ବିଜେଡି ସମର୍ଥନ ନଦେବାକୁ ସ୍ୱାଗତ କରିଛି “ଆମ ଜନତା ଅଧିକାର”। ରାଜ୍ୟସଭାରେ ବିଲ ବିପକ୍ଷରେ ବିରୋଧଭାସ ରଖିବା ସହ ବିଲକୁ ସଂଶୋଧନ କମିଟିକୁ ପଠାଇବା ସୁପାରିଶ କରି ଏଭଳି ତାନାଶାହୀ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଓଡ଼ିଶାର ଭାତହାଣ୍ଡିର ଦାୟାଦମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂଗଠନର କର୍ମକର୍ତ୍ତାଗଣ।

ଚାଷୀଙ୍କ ସ୍ଵାର୍ଥକୁ ଯଦି କୌଣସି ଆଞ୍ଚ ଆସେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରି ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେବନାହିଁ ବୋଲି ସଂଗଠନର ରାଜ୍ୟ ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, କୋଷାଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ୱାଇଁ, ମୁଖପାତ୍ର ପ୍ରସନ୍ନ ବିଷୋୟୀ,ସଂଯୋଜକ ଭକ୍ତିରଞ୍ଜନ ପଳାଇ ପ୍ରମୁଖ କହିଛନ୍ତି।

ଆମ ଜନତା ଅଧିକାର କେନ୍ଦ୍ର ସରକାର ରାଜ୍ୟସଭା
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.