Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ପ୍ଲାଜମା ଦାନ କରିଥିବା ବ୍ୟକ୍ତି
ଆଜିର ଖବର

ଜଗତସିଂହପୁର ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ପ୍ଲାଜମା ଦାନ କରିଥିବା ବ୍ୟକ୍ତି

September 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :କରୋନା ରୋଗରୁ ଆରୋଗ୍ୟ ହୋଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ପ୍ଲାଜମା ଦାନ କରିଥିବା ୪ଜଣ ବ୍ୟକ୍ତିଙ୍କୁ ରବିବାର ଦିନ ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ଅଭୟଚାନ୍ଦପୁର ଥାନାର ପୋଲିସ୍ ସବ-ଇନସପେକ୍ଟର ରଘୁନାଥ ବେହେରା ପ୍ଲାଜମା ଦାନକରି ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। କରୋନା ରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଦାନ ଦ୍ୱାରା ଗୁରୁତର କରୋନା ରୋଗୀ ସୁସ୍ଥ ହୋଇପାରୁଛନ୍ତି। ପ୍ଲାଜମା ଦାନ କରୁଥିବା କରୋନା ଆରୋଗ୍ୟ ବ୍ୟକ୍ତିଙ୍କୁ ଏସ୍.ସି.ବି ମେଡ଼ିକାଲ ଯିବା ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ପକ୍ଷରୁ ବହନ କରାଯାଉଛି।

ଆଜି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରୁ ୧୭ଜଣ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି। ଉତ୍ସାହୀ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନକରି ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରୁଥିବାରୁ ଜିଲ୍ଲାପାଳ ଏହି ମହତ କାର୍ଯ୍ୟର ପ୍ରସଂଶା କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡା. ଶଶାଙ୍କ ଶେଖର ଲେଙ୍କା ଓ ଶିଶୁ ସୁରକ୍ଷା ଅଧିକାରୀ ଉଦୟନାଥ ସ୍ୱାଇଁ ଉପସ୍ଥିତ ଥିଲେ।

ଜଗତସିଂହପୁର ଜଗତସିଂହପୁର ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ ବରିଷ୍ଠ ନାଗରିକ

November 24, 2025

Dharmendra Death Condolences: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଶୋକ ପ୍ରକାଶ, କହିଲେ…

November 24, 2025

ଅପରେସନ “କ୍ରିଷ୍ଟାଲ ଫୋରଟ୍ରେସ” ରେ ବଡ ଅର୍ନ୍ତଜାତୀୟ ମେଥାମ୍ଫେଟାମାଇନ୍ ଗୋଷ୍ଠୀର ପର୍ଦ୍ଦାଫାସ

November 24, 2025

ଜି-୨୦ ଶିଖର ସମ୍ମିଳନୀ ଅବସରରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 24, 2025
Latest News

ବାଣପୁରରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ ବରିଷ୍ଠ ନାଗରିକ

November 24, 2025

Dharmendra’s Farmhouse: ଧର୍ମେନ୍ଦ୍ରଙ୍କ 100 ଏକର ଫାର୍ମ ହାଉସ, ଭିତରେ ଥିଲା ଥେରାପି ସୁଇମିଂ ପୁଲ

November 24, 2025

Railway Parliamentary Committee: ରେଳ ଭିତ୍ତିଭୂମି,ଯାତ୍ରୀ ସେବା ଏବଂ ପ୍ରକଳ୍ପର କଲେ ସମୀକ୍ଷା

November 24, 2025

Dharmendra Death Condolences: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଶୋକ ପ୍ରକାଶ, କହିଲେ…

November 24, 2025

Dharmendra Dies: ପ୍ରଖ୍ୟାତ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

November 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.