Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାକୁ ପରାସ୍ତ କଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ: ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ
ଆଜିର ଖବର

କରୋନାକୁ ପରାସ୍ତ କଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ: ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

September 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ। ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ। ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ସଫଳ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶ୍ରୀ ଦାସ।

ଗତ ସେପ୍ଟେମ୍ବର ୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରାରମ୍ଭିକ ସ୍ତରରେ ଖୁବ୍ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା ସହିତ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ରହିଥିଲା। ତେବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନେ ଆପ୍ରାଣ ଉଦ୍ୟମ କରି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ।

ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର, ଡାକ୍ତର ଆଶୀଷ ମଲ୍ଲ, ଡାକ୍ତର ସନ୍ତୋଷ ସିଂ ଏବଂ ଡାକ୍ତର ଅରୁଣ ରଥ ପ୍ରମୁଖ ଏହି ବରିଷ୍ଠ ବ୍ୟକ୍ତିଙ୍କୁ ସୁସ୍ଥ କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରିଥିଲେ। ତାଙ୍କର ଦୁଇ ଗୋଡରେ ରଡ ଲାଗିଥିବା ବେଳେ ପରିସ୍ରା କରିବାରେ ସମସ୍ୟା ଉପୁଜୁଥିଲା ଏବଂ ପ୍ରୋଷ୍ଟେଟ୍ ସମସ୍ୟା ମଧ୍ୟ ରହିଥିଲା। କରୋନା ଆକ୍ରାନ୍ତ ହେବା ପରେ ଶ୍ୱାସ କ୍ରିୟାରେ ମଧ୍ୟ ସମସ୍ୟା ଉପୁଜିଥିଲା।

ଠିକ୍ ଭାବେ ଚାଲିପାରୁ ନଥିବା କିମ୍ବା ହାତରେ ନିଜେ ଖାଇ ପାରୁନଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ହସ୍ପିଟାଲ୍‌ରେ ଉପଯୁକ୍ତ ଯତ୍ନ ନେଇଥିଲେ ହସ୍ପିଟାଲ୍‌ର ନର୍ସମାନେ। ତାଙ୍କୁ ନିଜ ହାତରେ ଖୁଆଇଦେଇଥିଲେ କାର୍ଯ୍ୟରତ ନର୍ସ। ଉପଯୁକ୍ତ ସେବା ଶୁଶ୍ରୁଷା ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରେସ୍ ଇନ୍‌ଫର୍ମେସନ୍ ବ୍ୟୁରୋ ଏବଂ ଆକାଶବାଣୀ କେନ୍ଦ୍ରର ଏହି ଅବସରପ୍ରାପ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା।

କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ ଯିବା ପୂର୍ବରୁ ସେ କରୋନାକୁ ପରାସ୍ତ କରି ଘରକୁ ନିଶ୍ଚୟ ଫେରିବେ ବୋଲି କହିଥିଲେ। ତାଙ୍କର ମନୋବଳ ଏବଂ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ଚିକିତ୍ସା ଏବଂ ସେବା ଯୋଗୁଁ ସେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ତାଙ୍କ ଝିଅ ଶ୍ରୀମତି ଦେବଦତା ମହାପାତ୍ର। ଏଥିସହିତ ଶ୍ରୀ ଦାସ ସୁସ୍ଥ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ର କୋଭିଡ ଯୋଦ୍ଧା ଏବଂ ବିଶେଷ ଭାବେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଟ୍ୱିଟ୍ ଯୋଗେ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ତାଙ୍କ ପୁଅ ଶୁଭଙ୍କର ଦାସ। ସେହିପରି ରାଜ୍ୟରେ କୋଭିଡ ପରିଚାଳନା ନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ସେହିପରି  ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ପରେ ଶ୍ରୀ ଧୀରେନ୍ଦ୍ର ଦାସ ମଧ୍ୟ ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ସେବା କାର୍ଯ୍ୟକୁ ଉଚ୍ଚକୋଟୀର ପ୍ରଶଂସା କରିଛନ୍ତି। କେବଳ ଶ୍ରୀ ଦାସ ନୁହେଁ ଏହା ପୂର୍ବରୁ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା କେବଳ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କର ନିରବଚ୍ଛିନ୍ନ ଚିକିତ୍ସା, ସେବା, ଯତ୍ନ ଏବଂ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି।

କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ସହ ସଂକ୍ରମିତମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ସହ ସଠିକ୍ କୋଭିଡ ପରିଚାଳନା କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ୨୨୦୦ରୁ ଊର୍ଦ୍ଧ୍ୱ ସମ୍ କୋଭିଡ ହସ୍ପିଟାଲ୍  ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଏହି ମହାମାରୀର ମୁକାବିଲା ନେଇ ନିଷ୍ଠାପର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଜନହିତକର କାର୍ଯ୍ୟ ଗ୍ରହଣ କରାଯାଉଛି।

covid-19 patient discharged କରୋନା ମହାମାରୀ ସମ୍ କୋଭିଡ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେତେ କମିଲା ସୁନା ଦର?: ଜାଣନ୍ତୁ ଭୁବନେଶ୍ଵର ସମେତ ଏହି ସବୁ ସହରର ସୁନା ମୂଲ୍ୟ

November 27, 2025

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025

ସିନେଡବ୍ସ ଏକୀକରଣ ସହିତ ସୁଗମ୍ୟତା ଏବଂ ସମାବେଶନ ବଢ଼ାଇଲା 56ତମ ଆଇଏଫଏଫଆଇ

November 27, 2025
Latest News

Hema’s Emotional Letter to Dharmendra: ଧର୍ମେନ୍ଦ୍ରଙ୍କୁ ଦୁଃଖଭରା ଚିଠି ଲେଖିଲେ ହେମାମାଳିନ

November 27, 2025

ବିଧାୟକମାନଙ୍କୁ ଭାଙ୍ଗିବାରେ ଲାଗିପଡ଼ିଛି ଶାସକ ଦଳ?: ବିହାରର NDA ସରକାର ବିରୁଦ୍ଧରେ ଗମ୍ଭୀର ଅଭିଯୋଗ

November 27, 2025

ଆଜି କେତେ କମିଲା ସୁନା ଦର?: ଜାଣନ୍ତୁ ଭୁବନେଶ୍ଵର ସମେତ ଏହି ସବୁ ସହରର ସୁନା ମୂଲ୍ୟ

November 27, 2025

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.