Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ବ୍ଲକ ଆୟତପୁର ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ମନମାନି: ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା
ଆଜିର ଖବର

ବାଣପୁର ବ୍ଲକ ଆୟତପୁର ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ମନମାନି: ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା

September 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତରେ ରାସନ ସାମଗ୍ରୀ ଏବଂ ଭତ୍ତା ବଣ୍ଟନରେ ଦେଖାଯାଇଛି ସାଙ୍ଘାତିକ ଅନିୟମିତତା। ପଞ୍ଚାୟତବାସି ସେପ୍ଟେମ୍ବର ମାସର ରାସନ ସାମଗ୍ରୀ ଓ ଭତ୍ତା ଆଜି ସୁଦ୍ଧା(୨୨.୦୯.୨୦) ପାଇନାହାନ୍ତି। ଯାହାଦ୍ୱାରା ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ନିୟମ ମୁତାବକ ରାସନ ସାମଗ୍ରୀ ପଞ୍ଚାୟତ ରେ ପ୍ରତି ମାସର ପ୍ରଥମ ସପ୍ତାହ ସୁଦ୍ଧା ଏବଂ ଭତ୍ତା ପ୍ରତି ମାସର ୧୫ ତାରିଖ ସୁଦ୍ଧା ବଣ୍ଟାଯିବା କଥା କିନ୍ତୁ ଆୟତ୍ତପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଯାଇଛି।

ମୁଖ୍ୟମନ୍ତ୍ରୀ ଗରିବଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଥିବାବେଳେ ଏଠି କିଛି ସରକାରୀ କର୍ମଚାରୀଙ୍କ ମନମାନି ଲାଗି ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତବାସି। ହେଲେ ଏ ନେଇ ଆୟତ୍ତପୁର ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେଠିଙ୍କୁ ପଚାରିବାରୁ ରାସନ ସାମଗ୍ରୀ ଚଳିତ ମାସ ୧୫ ତାରିଖରେ ପଞ୍ଚାୟତକୁ ଆସିଥିବାର କହିଥିଲେ ଏବଂ କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ରାସନ ସାମଗ୍ରୀ ବଣ୍ଟାଯାଇପାରୁନାହିଁ ବୋଲି ଶ୍ରୀ ସେଠି କହିଥିଲେ। ହେଲେ ଯୋଗାଣ ସହାୟକ ଆଦିତ୍ୟ ଦଳାଇ ଅଲଗା ଉତ୍ତର ଦେଇଛନ୍ତି। ସେ ରାସନ ସାମଗ୍ରୀ ଚଳିତ ମାସ ଦୁଇ ତାରିଖରେ ଗ୍ରହଣ କରିଥିବାର ସୂଚନା ଦେଇଛନ୍ତି ଏବଂ କଣ୍ଟନମେଣ୍ଟ ଜୋନ ଲାଗି ବଣ୍ଟାଯାଇପାରୁନାହିଁ ବୋଲି କହିଛନ୍ତି।

ତେବେ କଣ୍ଟେନମେଣ୍ଟ ଜୋନ କେବଳ ଆୟତପୁର ଗ୍ରାମ ଚଳିତ ମାସ ୧୬ ତାରିଖରୁ ଲାଗୁହୋଇଅଛି ଓ ୨ ତାରିଖରୁ ୧୬ ତାରିଖ ଯାଏଁ ଆୟତପୁର ଗ୍ରାମ ଏବଂ ୨ ତାରିଖରୁ ୨୨ ତାରିଖ ଯାଏଁ ପଞ୍ଚାୟତର ଅନ୍ୟ ଗ୍ରାମଗୁଡିକରେ କଣ ପାଇଁ ରାସନ ବଣ୍ଟାଯାଇନାହିଁ ବୋଲି ପ୍ରଶ୍ନ କରାଯିବାରୁ ଯୋଗାଣ ସହାୟକ ମହୋଦୟ ୧୪ ଦିନ ହେଲା ଗତ ମାସର କୋଭିଡ ନିଃଶୁଳ୍କ ଚାଉଳ ବାଂଟିଥିବାର କହିଛନ୍ତି।

ଅନୁରୂପ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୃତ ବେହେରାଙ୍କୁ ଏ ନେଇ ପଚରାଯିବାରୁ ଭତ୍ତା ପାଇଁ ଏଯାବତ ବି.ଡ଼ି.ଓ ଆଦେଶ କରିନାହାନ୍ତି ଏବଂ ରାସନ ସାମଗ୍ରୀ ଯଥାଶୀଘ୍ର ବଣ୍ଟାଯିବ ବୋଲି କହିଛନ୍ତି। ହେଲେ ୨୨ ଦିନ ଯାଏଁ କଣ ପାଇଁ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟାଯାଇନାହିଁ ବୋଲି ପ୍ରଶ୍ନର ସନ୍ତୁଷ୍ଟମୂଳକ ଉତ୍ତର ଦେଇପାରିନଥିଲେ। ଏ ବିଷୟ ନେଇ ବାଣପୁର ବି.ଡ଼ି.ଓ ଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବପରହୋଇପାରିନାହିଁ।

ତେବେ ଏହି ମହାମାରୀ ସମୟରେ ଗରିବଙ୍କ ପାଇଁ ସରକାର ଅଗ୍ରୀମ ରାସନ ସାମଗ୍ରୀ ଦେବାର ବ୍ୟବସ୍ଥା କରୁଥିବା ବେଳେ ଏଠି ସରକାରୀ କର୍ମଚାରୀଙ୍କ ମନାମାନୀ ଲାଗି ସମଗ୍ର ପଞ୍ଚାୟତ ବାସିଙ୍କୁ ରାସନ ସାମଗ୍ରୀ ମିଳିବାରେ ବିଳମ୍ବ ହେଉଛି ଏବଂ ଯଦି ଏହାର ବିରୋଧ କରୁଛନ୍ତି ତେବେ ଲୋକେ ଧମକ ଏବଂ ଗାଳିର ଶିକାର ହେଉଛନ୍ତି।

ଦୁଇ ତାରିଖରେ ରାସନ ସାମଗ୍ରୀ ଆସି ଯଦି ୨୨ ତାରିଖ ଯାଏଁ ବଣ୍ଟାଯାଉନାହିଁ ତାହାଲେ ଏହା ପଛର ରହସ୍ୟ କଣ ଏ ଯାଏଁ ଜଣାପଡ଼ୁନାହିଁ ହେଲେ କିଛି ପରୋକ୍ଷ ସୂତ୍ରରୁ ସୂଚନା ରହିଛି ଯେ ସରପଞ୍ଚ ଏବଂ ୱାର୍ଡ ମେମ୍ବରମାନଙ୍କ ଅନ୍ତର୍ଦ୍ୱନ୍ଦ ଲାଗି ଆଜି ଯାଏଁ ରାସନ ସାମଗ୍ରୀ ବଣ୍ଟାଯାଇପାରୁନାହିଁ। ହେଲେ ଦେଖିବାକୁ ବାକି ରହିଲା ବାଣପୁର ବି.ଡ଼ି.ଓ ଏ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏବଂ ପଞ୍ଚାୟତ ବାସି ମାନେ କେବେ ରାସନ ଓ ଭତ୍ତା ପାଉଛନ୍ତି।

ବାଣପୁର ବ୍ଲକ ରାସନ ସାମଗ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.