ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୫୦୮ ଆକ୍ରାନ୍ତ ଚିହ୍ନଟ: ୧୧୨୯ ଜଣ ମୃତ

Published: Sep 24, 2020, 10:42 am IST

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୫୦୮  କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧୧୨୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୩୨ ହଜାର ୫୧୯ କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯୧, ୧୪୯ରେ ପହଞ୍ଛିଛି। ତେବେ ଦେଶରେ ୪୬ ଲକ୍ଷ ୭୪ ହଜାର ୯୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ଲକ୍ଷ ୬୬ ହଜାର ୩୮୨ ଜଣ ଚିକିତ୍ସିତ ହେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Related posts