ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ

Published: Sep 24, 2020, 11:22 am IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩୪୦  ମଧ୍ୟରୁ କ୍ଵାରେଣ୍ଟିନରୁ ୨୫୧୭ ଏବଂ ୧୮୨୩ ଜଣ ସ୍ଥାନୀୟ ସଂକ୍ରମଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮ କୁ ବୃଦ୍ଧି ହୋଇଛି। ତେବେ କୋରୋନରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫ ରହିଥିବା ବେଳେ ସକ୍ରିୟ ମାମଲା ରହିଛି ୩୮ ହଜାର ୮୧୮ ଏବଂ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୩୬।

ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୫୩ ଜଣ ଚିହ୍ନଟ ହୋଇଥିଲା ବେଳେ କଟକରୁ ୫୬୭, ପୁରୀରୁ ୨୦୩, ଝାରସୁଗୁଡାରୁ ୧୭୪, ଯାଜପୁରରୁ ୧୫୧, ଅନୁଗୁଳରୁ ୧୫୫ , ବାଲେଶ୍ବରରୁ ୧୬୨, ଭଦ୍ରକରୁ ୧୦୫, ବଲାଙ୍ଗିରିରୁ ୫୩, ବୌଦ୍ଧରୁ ୬୭, ଦେବଗଡରୁ ୨୨, ଢେଙ୍କାନାଳରୁ ୫୬, ଗଜପତିରୁ ୧୯, ଗଞ୍ଜାମରୁ ୯୦, ଜଗତସିଂହପୁରରୁ ୧୯୩, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୧୪୩, କେନ୍ଦ୍ରାପଡାରୁ ୧୦୯, କେନ୍ଦୁଝରରୁ ୯୦, କୋରାପୁଟରୁ ୭୭, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୨୭, ନବରଙ୍ଗପୁରରୁ ୧୪୩, ନୂଆପଡାରୁ ୭୪, ରାୟଗଡାରୁ ୬୨, ସମ୍ବଲପୁରରୁ ୧୩୦, ସୋନପୁରରୁ ୧୨୯, ସୁନ୍ଦରଗଡରୁ ୧୩୮ ଏବଂ ଷ୍ଟେଟ ପୁଲରୁ ୧୬୪ ଜଣ ଚିହ୍ନଟ ହୋଇଛନ୍ତି।

Related posts