Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ସାର ପାଇଁ ରାସ୍ତାକୁ ଓହ୍ଲାଇଲେ ଚାଷୀ, କୃଷି ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ଆଜିର ଖବର

ବାଣପୁର: ସାର ପାଇଁ ରାସ୍ତାକୁ ଓହ୍ଲାଇଲେ ଚାଷୀ, କୃଷି ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

September 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଦେଶରେ ନୂତନ କୃଷି ବିଲ୍‌କୁ ନେଇ ସାରା ଭାରତ ବର୍ଷରେ ବିରୋଧ ଚାଲିଥିବାବେଳେ ବାଣପୁର ଅଞ୍ଚଳରେ ସାର କଳାବଜାରୀକୁ ନେଇ ଶହ ଶହ ଚାଷୀ ଅନଶନ କରିଥିବାର ଦେଖିବାକୁ ମିଳିଛି। ଚାଷୀଙ୍କୁ ରାସାୟନିକ ସାର ମିଳୁନଥିବାରୁ ଚାଷୀଙ୍କ ଦ୍ଵାରା ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ବାଣପୁରର ତିନିଶହରୁ ଅଧିକ ଚାଷୀ ରାସ୍ତା ଅବରୋଧ କରିବା ସହ ବାଣପୁର ଖୋର୍ଦ୍ଧା ସମବାୟ ସମିତି ଆଗରେ ପ୍ରତିବାଦ କରୁଛନ୍ତି। ଉକ୍ତ ପ୍ରତିବାଦରେ ବ୍ଲକ କୃଷି ଅଧିକାରୀ ଅଜୟ କୁମାର କରଙ୍କ ଉପରେ ଅଭିଯୋଗ ଆଣିଛନ୍ତି।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସାର ମିଳିବା ନେଇ ସମ୍ପୃକ୍ତ କୃଷି ଅଧିକାରୀ ଜଣକ ଚାଷୀଙ୍କ ପ୍ରତିଶ୍ରୁତି ଦେଉଥିବାବେଳେ ତାହା ମିଳିପାରୁନାହିଁ। କ୍ରମାଗତ ପାଞ୍ଚ ଦିନ ହେବ ଚାଷୀମାନେ ସୋସାଇଟିକୁ ଆସି ସାର ନ ପାଇ ଫେରି ଯାଉଛନ୍ତି। କୃଷି ଅଧିକାରୀ ଓ ଡିଲର୍‌ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ସାର ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଊଭୟ କୃଷି ଅଧିକାରୀ ଓ ଡିଲରଙ୍କ ଯୋଗୁଁ ବ୍ଲକରେ ସାରର କଳାବଜାରୀ ପ୍ରଭୁତ୍ବ ପରିମାଣରେ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ୨୬୬ ଟଙ୍କାର ସାରକୁ ଚଢା ଦରରେ ବିକ୍ରି ହେଉଥିବାର ଅଭିଯୋଗ ହୋଇଛି। ଏପରିକି ସାର ବସ୍ତା‌ ପିଛା ୬୦୦ଟଙ୍କା ଉର୍ଦ୍ଧ୍ବରେ ବିକ୍ରି ହେଉଛି। ସାରର କଳାବାଜରୀକୁ ରୋକିବା ତଥା ସୁଲଭ ମୂଲ୍ୟରେ ଚାଷୀଙ୍କ ସାର ମିଳିବା ନେଇ ଚାଷୀମାନେ ଦାବି ଜଣାଇଛନ୍ତି। ଧାରଣାରେ ବସିଥିବା ଚାଷୀଙ୍କୁ ପୋଲିସ ବୁଝାସୁଝା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ପରେ ତହସିଲଦାରଙ୍କ ନିକଟରେ ଚାଷୀମାନେ ଦାବୀ ପତ୍ର ପ୍ରଦାନ କରିବା ସହିତ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ଧମକ ଦେଇଛନ୍ତି।

ତେବେ ଏନେଇ କୃଷି ଅଧିକାରୀ ଅଜୟ କୁମାର କରଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।

ଏହିପରି ସମସ୍ୟା ବାଣପୁର ବ୍ଲକର ଅଧିକାଂଶ ସୋସାଇଟିରେ ଦେଖିବାକୁ ମିଳିଛି। ଗତକାଲି କୁମାରାଙ୍ଗ ପଂଚାୟତରେ ଶହେରୁ ଅଧିକ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୋସାଇଟି ସେକ୍ରେଟାରୀଙ୍କ ପକ୍ଷରୁ ସାର ନେବା ପାଇଁ ସେମାନଙ୍କୁ ଖବର ଦିଆଯାଉଥିଲେ ମଧ୍ୟ ସାର ମିଳିପାରୁନି। ଘଣ୍ଟା ଘଣ୍ଟା ଧରି ଚାଷୀ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା।

କଳାବଜାରୀ ବାଣପୁର ରାସାୟନିକ ସାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ନାଗ ପଞ୍ଚମୀ: ଜାଣନ୍ତୁ ଏହି ପୂଜା କ’ଣ ଏବଂ ଏହାର ବିଧିବିଧାନ?

August 17, 2026

ସାଂସଦ ଅଫଜଲ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି: ୧୨ କୋଟିର ଜବତ ସମ୍ପତ୍ତି ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 17, 2026

OCS Exam କଟକଣା ହଟିବା ପରେ ଆଶାୟୀଙ୍କ ଖୁସି, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଜଣାଇଲେ ଶୁଭେଚ୍ଛା

August 17, 2026

‘ଅତ୍ୟନ୍ତ ଭାବପ୍ରବଣ ଥିଲା’: ଦଳରୁ ଇସ୍ତଫା ପରେ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା

August 17, 2026
Latest News

ଆଜି ହେଉଛି ନାଗ ପଞ୍ଚମୀ: ଜାଣନ୍ତୁ ଏହି ପୂଜା କ’ଣ ଏବଂ ଏହାର ବିଧିବିଧାନ?

August 17, 2026

ସାଂସଦ ଅଫଜଲ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି: ୧୨ କୋଟିର ଜବତ ସମ୍ପତ୍ତି ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 17, 2026

OCS Exam କଟକଣା ହଟିବା ପରେ ଆଶାୟୀଙ୍କ ଖୁସି, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଜଣାଇଲେ ଶୁଭେଚ୍ଛା

August 17, 2026

‘ଅତ୍ୟନ୍ତ ଭାବପ୍ରବଣ ଥିଲା’: ଦଳରୁ ଇସ୍ତଫା ପରେ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା

August 17, 2026

UGC-NET ପୁନଃପରୀକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ: ଟାର୍ଗେଟ କଲେ ରାହୁଲ ଗାନ୍ଧୀ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.