ଦୈନିକ ସାଢେ 4 ଘଣ୍ଟା  ଚାଲିବ ଗୃହ କାର୍ଯ୍ୟ : ବାଚସ୍ପତି

Published: Sep 25, 2020, 3:25 pm IST

ଭୁବନେଶ୍ବର : ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, 29 ତାରିଖ ପୂର୍ବାହ୍ନ 11ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ଶୋକ ପ୍ରସ୍ତାବ ଉପରେ ଗୃହ ପ୍ରଥମ ସେସନ ମୁଲତବୀ ହେବ । ପ୍ରଥମ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଅନ୍ୟ ଦିନମାନଙ୍କରେ ସକାଳ10ଟା 30ରୁ ଅପରାହ୍ନ 1ଟା ଏବଂ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଅନୁଷ୍ଠିତ ହେବ । ଦୈନିକ ମୋଟ ସାଢେ ଚାରି ଘଣ୍ଟା ବିଧାନସଭା ଗୃହ କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । କାଲି ସକାଳ 8ଟାରୁ ବିଧାନସଭା ପରିସରରେ କୋଭିଡ୍‌ ପରୀକ୍ଷା ହେବ । ବିଧାନସଭା କର୍ମଚାରୀ ଓ ବିଧାୟକଙ୍କର କୋଭିଡ୍‌ ଟେଷ୍ଟ ହେବ । ତେବେ ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କରୋନା କଟକଣା ଭିତରେ କିପରି ଗୃହ ପରିଚାଳନା ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

Related posts