ଆଜି ରାଜ୍ୟରେ ସୁସ୍ଥ ହେଲେ ୩୮୯୬ କରୋନା ଆକ୍ରାନ୍ତ

Published: Sep 29, 2020, 7:48 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୪୨ ଜଣ, ବାଲେଶ୍ବରରୁ ୨୨୬, ଅନୁଗୁଳରୁ ୨୧୭, ପୁରୀରୁ ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁରରୁ ୧୫୩, ଝାରସୁଗୁଡାରୁ ୧୫୧, କୋରାପୁଟରୁ ୧୨୬, ସୁନ୍ଦରଗଡରୁ ୧୧୯, ନୟାଗଡରୁ ୧୧୫, କେନ୍ଦ୍ରାପଡାରୁ ୧୧୨, ସମ୍ବଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡରୁ ୯୭, ଭଦ୍ରକରୁ ୭୪, ମାଲକାନଗିରିରୁ ୭୨, ସୋନପୁରରୁ ୭୦, ବଲାଙ୍ଗିରିରୁ ୬୮, କେନ୍ଦୁଝରରୁ ୫୫, ନୂଆପଡାରୁ ୪୯, ଢେଙ୍କାନାଳରୁ ୪୫, ଗଞ୍ଜାମରୁ ୪୦, ରାୟଗଡରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ଯାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧ ଲକ୍ଷ ୮୧ ହଜାର ୪୮୧ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୫ ହଜାର ୬୭୬ ଥିବା ବେଳେ ୩୩ ହଜାର ୩୧୪ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୮୨୮ ଜଣ ମୃତ୍ୟୁବରଣ କରଛନ୍ତି।

Related posts