Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବ୍ଲକରେ ପୁଣି ଏକ ମହାଦୁର୍ନୀତି: ମୃତକଙ୍କ ସହିତ ସରକାରୀ କର୍ମଚାରୀଙ୍କୁ ମିଳୁଛି ରାସନ ସାମଗ୍ରୀ
ଆଜିର ଖବର

ଚିଲିକା ବ୍ଲକରେ ପୁଣି ଏକ ମହାଦୁର୍ନୀତି: ମୃତକଙ୍କ ସହିତ ସରକାରୀ କର୍ମଚାରୀଙ୍କୁ ମିଳୁଛି ରାସନ ସାମଗ୍ରୀ

September 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମପଞ୍ଚାୟତରେ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ କାର୍ଯ୍ୟକ୍ଷମ ରହିଥିବାର ଦେଖିବାକୁ ମିଳିଥିଲା। ଏହି ଖବର ଆମେ ପ୍ରସାରଣ କରିବାପରେ ଚଳଚଞ୍ଚଳ ହୋଇଉଠିଥିଲା ଉଭୟ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ। ଯୋଗାଣ ନିରୀକ୍ଷକଙ୍କୁ ବି.ଡ଼ି.ଓ ରିପୋର୍ଟ ମାଗିଥିବାବେଳେ ଜିଲ୍ଲାପାଳ ଉକ୍ତ ଘଟଣାର ତଦନ୍ତ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାରଣ ହେବାର ଚାରି ଘଣ୍ଟା ପରେ ଯୋଗାଣ ନିରୀକ୍ଷକ ମୃତ ଦୁଇ କାର୍ଡଧାରୀଙ୍କ ନାମକୁ ପି.ଡ଼ି.ଏସ ଓଡିଶା ୱେବସାଇଟରୁ କାଟିଦେଇଥିଲେ ଏବଂ ବି.ଡ଼ି.ଓ ଙ୍କୁ ଲିଖିତ ଉତ୍ତର ଦେଇଥିଲେ।

କିନ୍ତୁ ଏହାପରେ ମଧ୍ୟ ଉକ୍ତ ପଞ୍ଚାୟତର ଅନେକ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତାଲିକାରେ ଦେଖିବାକୁ ମିଳିଛି ଯାହା ଆଜି ବି ସକ୍ରିୟ ଅଛି। ପୁଣି ମାନସିଂହପୁର ପଞ୍ଚାୟତରୁ ଗୋଟେ କିମ୍ବା ଦୁଇଟା ନାଇଁ ଛଅ ଗୋଟି ରାସନ କାର୍ଡର ଦୁର୍ନୀତି ଦେଖିବାକୁ ମିଳିଛି। ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ବହୁତ ବର୍ଷ ପୂର୍ବେ ହୋଇଯାଇଛି, ସେହି କାର୍ଡ ଗୁଡିକର ତଥ୍ୟ ଦେଖିଲେ ଚିଲିକା ବ୍ଲକରେ ରାସନ କାର୍ଡ଼ର ଦୁର୍ନୀତି କିପରି କରାଯାଉଛି ସ୍ପଷ୍ଟ ରୂପେ ଜାଣି ହେବ।

ଦେଖନ୍ତୁ ମୃତ ବ୍ୟକ୍ତି ନାମରେ ରାସନ ସାମଗ୍ରୀ ହରିଲୁଟର ତାଲିକା

୧- କାର୍ଡ ନଂ-୧୯୦୭୧୪୧୩୬୩୩- ସମ୍ଭାରୀ ବେହେରା-୨୭.୩.୧୮ରେ ମୃତ।

୨– କାର୍ଡ ନଂ- ୧୯୦୭୧୪୧୪୪୧୦- ଶିଶୁଳା ଘଡେ଼ଇ- ୩.୧୦.୧୮ରେ ମୃତ।

୩- କାର୍ଡ ନଂ- ୧୯୦୭୧୪୧୪୬୮୪- ମେଘି ବେହେରା- ୯.୧୨.୧୬ ରେ ମୃତ।

୪- କାର୍ଡ ନଂ-୧୯୦୭୧୪୧୩୯୬୨-ଡୋମୀ ବେହେରା- ୩.୨.୨୦ରେ ମୃତ।

୫- କାର୍ଡ ନଂ-୧୯୦୭୧୪୧୨୯୩୬ ଧନୀ ଦେଇ-୧୯.୧.୧୬ରେ ମୃତ।

୬- କାର୍ଡ ନଂ-୧୯୦୭୧୪୧୩୨୭୪-ଅନ୍ନପୂର୍ଣ୍ଣା ବେହେରା- ୫.୦୫.୧୯ରେ ମୃତ।

ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ କେବଳ କାଗଜ କଲମରେ ତଦନ୍ତ ହେଉଛି। ବି.ଡ଼ି.ଓ ଙ୍କ ଉଦାସୀନତା ମନୋଭାବ ଲାଗି ଯୋଗାଣ ନିରୀକ୍ଷକ ଏବଂ ଉକ୍ତ ପଞ୍ଚାୟତର ଯୋଗାଣ ସହାୟକ ଆଜି ବେଫିକର ରହୁଛନ୍ତି। ଏପରିକି ଜନସାଧାରଣ କହୁଛନ୍ତି ଯେ ଯୋଗାଣ ନିରୀକ୍ଷକଙ୍କ ଖୋର୍ଦ୍ଧା ଏ.ସି.ଏସ.ଓ ଭାବେ ପଦୋନ୍ନତି ହୋଇଯାଇଥିବାରୁ ଖୁସିରେ କାର୍ଡ କାଟୁନାହାନ୍ତି ଏବଂ ଖୋଲାଖୋଲି ଦୁର୍ନୀତି କରୁଛନ୍ତି।

ସେହିପରି ଚିଲିକା ବ୍ଲକରେ ଆଉ ଏକ ବଡ ଦୁର୍ନୀତି ସାମ୍ନାକୁ ଆସିଛି। ଯୋଗ୍ୟ ହିତାଧିକାରୀ କାର୍ଡ ପାଇବା ପାଇଁ ଛଟପଟ ହେଉଥିବା ବେଳେ ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳୁଛି ରାସନ ସାମଗ୍ରୀ।

୧୯୦୭୧୪୧୩୩୮୬ କାର୍ଡ ନମ୍ବର ଟି ହେଉଛି ସୋରଣ ଡାକ୍ତରଖାନରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ପରିବାରର। ଉକ୍ତ କାର୍ଡରେ ଚଂଚକତାର ସହ ଫାର୍ମାସିଷ୍ଟ ମହୋଦୟା ନିଜ ନାମ କାଟିଦେଇଛନ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ବରାବର ରାସନ ପାଉଛନ୍ତି। ଉକ୍ତ କାର୍ଡରେ ଚାରିଜଣ ହିତାଧିକାରୀଙ୍କ ନାମ ଅଛି। ଯେଉଁଥିରେ ଫାର୍ମାଶିଷ୍ଟଙ୍କ ଶଶୁରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ନାମରେ ମଧ୍ୟ ରାସନ ସାମଗ୍ରୀ ଆସୁଛି। ଏଠି ପ୍ରଶ୍ନ ଉଠୁଛି ଜଣେ ସରକାରୀ ଚାକିରିଆ କିମ୍ବା ତାଙ୍କ ପରିବାରର ରାସନ କାର୍ଡ ପାଇବାର ପ୍ରାବଧାନ ନଥିବାବେଳେ ଯୋଗାଣ ନିରୀକ୍ଷକ କିପରି ତାଙ୍କୁ କାର୍ଡ ପ୍ରଦାନ କଲେ। ଏଠି ଖୋଲାଖୋଲି ଦୁର୍ନୀତି ହୋଇଥିବାର ପ୍ରମାଣ ମିଳୁଛି। ଯୋଗାଣ ସହାୟକ ଏବଂ ଯୋଗାଣ ନିରୀକ୍ଷକ ଉଭୟ ମିଶିକରି ମାନସିଂହପୁର ପଞ୍ଚାୟତରେ ଦୁର୍ନୀତି କରୁଥିବାର ଲୋକେ ଅଭିଯୋଗ କରୁଛନ୍ତି।

ସୂଚନାଥାଉ କି ଯୋଗାଣ ନିରୀକ୍ଷକ ବାଣପୁର ଏବଂ ଚିଲିକା ବ୍ଲକ ଓ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ଚାରି ଗୋଟି ଅଞ୍ଚଳର ଦାଇତ୍ତ୍ଵରେ ଥିବାବେଳେ ଏପରି ଅନେକ ଦୁର୍ନୀତି ସବୁ ସ୍ଥାନରେ ହୋଇଥିବାର ଅଭିଯୋଗ ହେଉଛି। ଆଗାମୀ ଦିନରେ ଯଦି ମାନସିଂହପୁର ପଞ୍ଚାୟତରେ ହୋଇଥିବା ଉକ୍ତ ଦୁର୍ନୀତିର ନ୍ୟାୟିକ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆନଯାଏ। ତେବେ ପଞ୍ଚାୟତବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଲଗାତର ମାନସିଂହପୁର ପଞ୍ଚାୟତରେ ହେଉଥିବା ରାସନ କାର୍ଡ଼ ଦୁର୍ନୀତିର ପର୍ଦାଫାଶ ତଥ୍ୟ ପ୍ରମାଣ ଆଧାରରେ କରାଯିବାପରେ ଦୋଷୀଙ୍କ ଉପରେ ଚିଲିକା ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଦେଖିବାକୁ ବାକି ରହିଲା।

ଚିଲିକା ବ୍ଲକ ମହାଦୁର୍ନୀତି ରାସନ କାର୍ଡ ସରକାରୀ କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.