Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଆକ୍ରାନ୍ତଙ୍କ ସ୍ବରରୁ ଜଣାପଡିବ କରୋନାର ପ୍ରଭାବ : ସଂକ୍ରମଣ ରୋକିବାକୁ ବ୍ୟବହାର ହେଉଛି ଆଧୁନିକ୍‌ ଟେକ୍‌ନିକ୍‌
ଆଜିର ଖବର

କରୋନା ଆକ୍ରାନ୍ତଙ୍କ ସ୍ବରରୁ ଜଣାପଡିବ କରୋନାର ପ୍ରଭାବ : ସଂକ୍ରମଣ ରୋକିବାକୁ ବ୍ୟବହାର ହେଉଛି ଆଧୁନିକ୍‌ ଟେକ୍‌ନିକ୍‌

October 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଧୁନିକ ଟେକ୍‌ନିକ୍‌ ବ୍ୟବହାର କରାଯାଉଛି । ଏହି ଟେକ୍‌ନିକ୍‌ ଆଧାରରେ ଭଏସ୍‌ ଟେଷ୍ଟିଂର ଯାଞ୍ଚ ଆରମ୍ଭ କରାଯାଇଛି । ସେପ୍ଟେମ୍ବର 1 ତାରିଖରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚରେ ଏପର୍ଯ୍ୟନ୍ତ ମୁମ୍ବାଇରେ ଏକ ହଜାର କରୋନା ରୋଗୀଙ୍କ ଭଏସ୍‌ ଟେଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି ।

ଏହି ପ୍ରକ୍ରିୟା ଆଧାରରେ ରୋଗୀଙ୍କ ସ୍ବରରୁ ସମ୍ପୃକ୍ତ ଆକ୍ରାନ୍ତଙ୍କ ଶରୀରରେ କରୋନାର ରିସ୍କ କେତେ ରହିଛି ବା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ କରୋନାର ପ୍ରଭାବ କେତେଦୂର ରହିଛି ତାହା ଜଣାପଡିବ ।

ମୁମ୍ବାଇ ପଶ୍ଚିମୀ ଉପନଗରର ନେସ୍କୋ କୋଭିଡ୍‌ ସେଣ୍ଟରରେ ଆକ୍ରାନ୍ତଙ୍କ ସ୍ବର ନମୁନା ନିଆଯାଇଛି । ଏହି କୋଭିଡ ସେଣ୍ଟରର ଡିନ୍‌ ଡ. ନୀଲମ୍‌ ଅନ୍ଦ୍ରାଡେଙ୍କ କହିଛନ୍ତି ଯେ, ସମସ୍ତ କରୋନା ଆକ୍ରାନ୍ତଙ୍କ ସ୍ବରର ନମୁନାକୁ ଏକାଠି କରାଯାଇଛି । ଆସନ୍ତା 15 ଅକ୍ଟୋବର ସୁଦ୍ଧା ପ୍ରାୟ 2000 କରୋନା ଆକ୍ରାନ୍ତଙ୍କ ସ୍ବର ନମୁନା ଏକାଠି କରାଯିବ ।

ଏହା ପରେ ଏହି ନମୁନାକୁ ଇସ୍ରାଏଲ୍‌ର ଓ୍ବକିଲେସ୍‌ ହେଲ୍ଥକେୟାର କମ୍ପାନୀ ପାଖକୁ ପଠାଯିବ । ଯାହାର ରିପୋର୍ଟ ଛ ମାସ ମଧ୍ୟରେ ଆସିଯିବ । କରୋନା ସଂକ୍ରମିତଙ୍କ ସ୍ବରରେ କ’ଣ ପରିବର୍ତ୍ତନ ହୋଇଛି । ଏପରିକି ତା’ଙ୍କ ଆଓ୍ବାଜ୍‌ରେ ରହିଥିବା କମ୍ପନ୍‌ ଆଦିର ସ୍କ୍ରିନିଂ ଟୁଲ୍‌ କରାଯିବା । ଏହାର ସମସ୍ତ ଡାଟା କମ୍ପାନୀକୁ ପଠାଯିବ । ଏହା ପରେ କରୋନା ରୋଗୀଙ୍କ ଶରୀରରେ କେତେ ପ୍ରଭାବ ବିସ୍ତାର କରିଛି ତାହା ଜଣାପଡିଯିବ ।

କରୋନା ଟେଷ୍ଟିଂ ପାଇଁ ଏହି ଟେକ୍‌ନିକ୍‌ର ପ୍ରୟୋଗ ଆମେରିକା ଓ ଇସ୍ରାଏଲ୍‌ ଦେଶରେ ଆରମ୍ଭ ହୋଇଛି । ତେବେ ନିକଟତମ ପରୀକ୍ଷଣରୁ ଯାହା ଜଣାପଡିଛି –  ଯେଉଁ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଛି, ସେମାନଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେବା ସହିତ ଫୁସ୍‌ଫୁସ୍‌ ଓ ମାଂସପେଶୀଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଫୁସ୍‌ଫୁସ୍‌ ଓ ମାଂସପେଶୀ କରୋନା ଦ୍ବାରା ପ୍ରଭାବିତ ହେବା ଦ୍ବାରା ରୋଗୀର ସ୍ବରରେ ପରିବର୍ତ୍ତନ ଘଟିଥାଏ ବୋଲି ଜଣାପଡିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026
Latest News

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026

ଆକାଶରୁ ମୃତ୍ୟୁର ବଜ୍ରାଘାତ: କୁଡିଆରେ ଆଶ୍ରୟ ନେଇ ଜୀବନ ହାରିଲେ ଦୁଇ ଜଣ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.