ଭୁବନେଶ୍ବରରେ ଆଉ 340 ଆକ୍ରାନ୍ତ ଚିହ୍ନଟ, 337 ସୁସ୍ଥ

Published: Oct 1, 2020, 4:55 pm IST

ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 340 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ମୋଟ୍‌ 340 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ରୁ 84ଜଣ ରହିଥିବାବେଳେ 256ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

Image

ଶହୀଦ୍‌ ନଗର, ନୟାପଲ୍ଲୀ, ଶୈଳଶ୍ରୀବିହାର, ୟୁନିଟ୍‌-9ରୁ 10 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପଟିଆରୁ 13 ଜଣ, ରସୁଲଗଡରୁ 5 ଜଣ, ମଞ୍ଚେଶ୍ବରରୁ 7ଜଣ, ଚନ୍ଦ୍ରଶେଖରପୁରରୁ 13 ଜଣ, ଆଇଆରସି ଭିଲେଜରୁ 12ଜଣ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 337ଜଣ ସୁସ୍ଥ ହୋଇଛନ୍ତି । ନୂତନ 340 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 235ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ହଜାର 585ରେ ପହଞ୍ଚିଛି । ସେହିପରି 96 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 536ଜଣ ।

Related posts