
ଭୁବନେଶ୍ବର: ଆଜି ଭୁବନେଶ୍ୱର ଉପକଣ୍ଠରୁ ସାତଶହ କେ.ଜି ଗଞ୍ଜେଇ ଜବତ ହୋଇଛି । ଆଜି ଭୋର୍ ସମୟରେ ଭୁବନେଶ୍ୱର – ଖୋର୍ଦ୍ଧା ରୋଡ଼ ଗୋଡିପଦା ଟୋଲଗେଟ୍ ନିକଟରୁ ଏହାକୁ ଜବତ କରାଯାଇଛି । ଟ୍ରକ୍ ଦ୍ୱାରା ନଡ଼ିଆ କତା ଭିତରେ ଲୁଚାଇ ଚାଲାଣ ହେଉଥିଲା ଅଧ କୋଟି ଟଙ୍କାର ଗଞ୍ଜେଇ । ଆନ୍ଧ୍ରରୁ ଭାୟା ଭୁବନେଶ୍ବର ଦେଇ ବାଲେଶ୍ବର ଯିବାବେଳେ ଧରାପଡିଛି ଏହି ଟ୍ରକ୍ଟି । ଏହି ମାମଲାରେ ଜଣକୁ ଗିରଫ କରି ଟ୍ରକ୍ ଜବତ କରିଛି ଏନସିବି । ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି 50 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।